News

ବୀମା ନିୟାମକ କ୍ଷେତ୍ରରେ ଭାରତ, ଆମେରିକା ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ଏବଂ ଆମେରିକାର ସଂଘୀୟ ବୀମା କାର୍ଯ୍ୟାଳୟ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

india

ଏମଓୟୁରେ ଥିବା ବ୍ୟବସ୍ଥା ଅନୁଯାୟୀ ସଂକ୍ଷିପ୍ତ ବିବରଣୀ ଏବଂ ଅନ୍ୟ ଆଇନ ସମ୍ମତ ଉତ୍ତରଦାୟିତ୍ୱ ସମ୍ପର୍କରେ ସୂଚନା ଏବଂ ଗବେଷଣା ସହାୟତାର ଆଦାନପ୍ରଦାନ କରିବା ସହିତ ସହଯୋଗ ଏବଂ ସମନ୍ୱୟ ଲାଗି ଏକ ରୂପରେଖ ପ୍ରଦାନ କରିବ । ଏମଓୟୁ ଅନ୍ତର୍ଗତ ଉଭୟ ଦେଶ ବିଭିନ୍ନ ନିୟାମକ କାର୍ଯ୍ୟ ଉପରେ ନିଜସ୍ୱ ଅଭିଜ୍ଞତା ବାଂଟିବା ଏବଂ ପ୍ରଶିକ୍ଷର ଗତିବିଧି ସହିତ ଆପୋସ ସହାୟତା ପ୍ରଦାନ କରିବେ । ଭାରତ ଏବଂ ଆମେରିକା ଅନ୍ତର୍ଜାତୀୟ ମାନଦଣ୍ଡ ପ୍ରତିଷ୍ଠା କରିବା ସମ୍ବନ୍ଧୀୟ ଗତିବିଧି ଉପରେ ସହଯୋଗ ବୃଦ୍ଧି ଜାରି ରଖିବା, ଆର୍ଥିକ ସ୍ଥିରତା ଆଣିବା ଏବଂ ବୀମା କ୍ଷେତ୍ରର ସୁଦୃଢ଼ ମିତବ୍ୟୟୀ ନିୟାମକ ଜରିଆରେ ଉପଭୋକ୍ତା ସଂରକ୍ଷଣ ବିକାଶ ଏବଂ କାର୍ଯ୍ୟାନ୍ୱୟନ ଲାଗି ମଧ୍ୟ ସହମତ ହୋଇଛନ୍ତି।

ପଢନ୍ତୁ; ବନ୍ଦର ଓ ଜାହାଜରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ନୂତନ ଦରମା ଚୁକ୍ତିନାମା

Related posts

ସ୍ମାର୍ଟ ସିଟି ଭୁବନେଶ୍ଵରର ସମସ୍ତ ପବ୍ଲିକ ଶୌଚଳୟର ସୂଚନା ଏବେ ଗୁଗଲରେ ମିଳିବ

ENO Beuro

ରାଜଧାନୀ ଭୁବନେଶ୍ୱରର ଅବସ୍ଥିତି ଖୋର୍ଦ୍ଧା ଜିଲ୍ଲାକୁ ମିଳିଛି ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା

ENO Beuro

ଇଲେକ୍ଟ୍ରୋନିକ୍‌ ଭୋଟିଙ୍ଗ୍‌ ମେସିନ୍‌ର ବଟନ୍‌ ଦାବିଲେ ଭୋଟ୍‌ ବିଜେପିକୁ ଯାଉଛି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More