News

କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା, ମହଙ୍ଗା ରିଲିଫ ଦୁଇ ପ୍ରତିଶତ ବୃଦ୍ଧି

note

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଆଉ ଏକ କିସ୍ତିର ମହଙ୍ଗା ଭତ୍ତା(ଡିଏ) ଏବଂ ପେନସନଭୋଗୀଙ୍କୁ ମହଙ୍ଗା ରିଲିଫ(ଡିଆର) ମିଳିବ । ଏହି ଭତ୍ତା ଦୁଇ ପ୍ରତିଶତ ବୃଦ୍ଧି ପାଇଛି। ଗତକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଡିଏ ଏବଂ ଡିଆର ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଡିଏ ଏବଂ ଡିଆରରେ ବୃଦ୍ଧି ୦୧.୦୭. ୨୦୧୮ ଠାରୁ ପିଛିଲା ଭାବେ ଲାଗୁ ହେବ। ଦରବୃଦ୍ଧି କ୍ଷତିପୂରଣ ଆକାରରେ ମୂଳ ଦରମା/ପେନସନ ଉପରେ ବର୍ତ୍ତମାନର ୭% ଡିଏ/ଡିଆର ଉପରେ ଏହି ୨% ବୃଦ୍ଧି କରାଯାଇଛି ।

note

ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫରେ ଏହି ବୃଦ୍ଧି ଫଳରେ ରାଜକୋଷ ଉପରେ ବାର୍ଷିକ ୬୧୧୨.୨୦ କୋଟି ଟଙ୍କାର ବ୍ୟୟଭାର ପଡ଼ିବ । ସେହିପରି ୨୦୧୮-୧୯ଆର୍ଥିକ ବର୍ଷ (ଜୁଲାଇ, ୨୦୧୮ ଠାରୁ ଫେବୃଆରୀ ୨୦୧୯ ପର୍ଯ୍ୟନ୍ତ ଆଠ ମାସର ଅବଧି ଲାଗି)ରେ ଏଥିପାଇଁ ରାଜକୋଷରୁ ୪୦୭୪. ୮୦ କୋଟି ଟଙ୍କା ବ୍ୟୟ କରାଯିବ।

ଏହାଦ୍ୱାରା ୪୮.୪୧ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୨.୦୩ ଲକ୍ଷ ପେନସନଭୋଗୀ ଉପକୃତ ହେବେ।

ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଆଧାରରେ ସ୍ୱୀକୃତ ଫର୍ମୁଲା ହାରରେ ଏହି ବୃଦ୍ଧି କରାଯାଇଛି।

ପଢନ୍ତୁ;ଭାରତ ଓ ମରକ୍କୋ ମଧ୍ୟରେ ବିମାନ ସେବା ଚୁକ୍ତିକୁ କ୍ୟାବିନେଟ ଅନୁମୋଦନ

Related posts

ରସଗୋଲା ଉତ୍ପତ୍ତି ବିବାଦ ପୁଣି ଥରେ ନୂଆ ମୋଡ ନେଇଛି, ଏବେ ମାମଲା ଯିବ କୋର୍ଟକୁ

ENO Beuro

ପ୍ରଧାନମନ୍ତ୍ରୀ ହେଲେ ଚମ୍ପିୟନ ଅଫ୍‌ ଦି ଆର୍ଥ

ENO Beuro

ଦୁଇଭାଇ ଟିକେ ଭଲ ଅଛନ୍ତି – ଦିଲ୍ଲୀ ଏମ୍ସର ଡାକ୍ତର ଅଶୋକ ମହାପାତ୍ର

ENO Beuro

Leave a Comment