News

୩ ବ୍ୟାଙ୍କ ମିଶ୍ରଣକୁ କ୍ୟାବିନେଟର ମଞ୍ଜୁରୀ

bank

କେନ୍ଦ୍ରୀୟ କ୍ୟାବିନେଟ୍ ବ୍ୟାଙ୍କ ଅଫ ବରୋଦାରେ ବିଜୟା ବ୍ୟାଙ୍କ ଓ ଡେନା ବ୍ୟାଙ୍କର ମିଶ୍ରଣକୁ ମଞ୍ଜୁରୀ ଦେଇଦେଇଛି । ବୁଧବାର କେନ୍ଦ୍ରୀୟ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରେସ୍ କନଫରେନ୍ସରେ ଏହି ସୂଚନା ଦେଇଛନ୍ତି । ମିଶ୍ରଣ ପରେ ଏହା ଏସବିଆଇ ଓ ଆଇସିଆଇସିଆଇ ବ୍ୟାଙ୍କ ପରେ ଦେଶର ତୃତୀୟ ବଡ ବ୍ୟାଙ୍କ ହେବ ।

bank

କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କରିଛନ୍ତି ଯେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସୁଧାର ଆଣିବା ନେଇ ଏହି ପଦକ୍ଷେପ ନିଆଯାଇଛି । ବ୍ୟାଙ୍କ ଅଫ ବରୋଦାକୁ ବିଶ୍ୱ ସ୍ତରର ଋଣ ପ୍ରଦାନକାରୀ ସଂସ୍ଥା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଆଇନମନ୍ତ୍ରୀ କହିଛନ୍ତି । ଏହି ମିଶ୍ରଣ ଦ୍ୱାର ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର କର୍ମଚାରୀଙ୍କ ଚାକିରୀ ପ୍ରତି କୌଣସି ବପଦ ନାହିଁ । ସବୁ କର୍ମଚାରୀଙ୍କୁ ବ୍ୟାଙ୍କ ଅଫ ବରୋଦାକୁ ସ୍ଥାନନ୍ତର କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ,ବ୍ୟାଙ୍କ କର୍ମଚାରୀ ସଙ୍ଗଠନ ଏହି ମିଶ୍ରଣକୁ ବିରୋଧ କରୁଛନ୍ତି । ୨୬ ଡିସେମ୍ବର ୨୦୧୮ରେ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ହରତାଳ କରିଥିଲେ । ଏହା ପୂର୍ବରୁ ୨୧ ଡିସେମ୍ବରକୁ ବ୍ୟାଙ୍କ ଅଧିକାରୀମାନେ ମଧ୍ୟ ହରତାଳ କରିଥିଲେ । ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିୟନ କହିଛି ଯେ ମିଶ୍ରଣ ବ୍ୟାଙ୍କର ହିତରେ ନୁହେଁ ବରଂ ମିଶ୍ରଣ ଫଳରେ ଏହା ଉଭୟଙ୍କ ପାଇଁ ହାନିକାରକ ।

ପଢନ୍ତୁ; ପରଲୋକରେ ସଚିନଙ୍କ ଗୁରୁ ରମାକାନ୍ତ ଆଚରେକର୍‌

Related posts

ପାକିସ୍ତାନ ସିନେମାଘରେ କୌଣସି ଭାରତୀୟ ଫିଲ୍ମ ପ୍ରସାରଣ ହୋଇପାରିବ ନାହିଁ: ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ

ENO Beuro

ସ୍ୱଚ୍ଛ ଭାରତ ଅଭିଯାନ : କାର ସହ ବାଇକ ରାଲି

ENO Beuro

କେରଳର ତିନୋଟି ଟୋଲ ପ୍ଲାଜାରେ ଦେୟ ଛାଡ଼

ENO Beuro

Leave a Comment