News

ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପରିବେଶ କ୍ଷେତ୍ରରେ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

brics

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ପରିବେଶ କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣା(ଏମଓୟୁ) ସ୍ୱାକ୍ଷରକୁ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି । ଏହି ଏମଓୟୁ ଜୁଲାଇ 2018ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ଦଶମ ବ୍ରିକ୍ସ ଶିଖର ସମ୍ମିଳନୀ ସମୟରେ ସ୍ୱାକ୍ଷରିତ ହୋଇଥିଲା ।

ଏମଓୟୁ ଜରିଆରେ ନିମ୍ନଲିଖିତ କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଛି :

ବାୟୁର ଗୁଣବତ୍ତା,ଜଳ,ଜୈବ ବିବିଧତା,ଜଳବାୟୁ ପରିବର୍ତ୍ତନ,ବର୍ଜ୍ୟବସ୍ତୁ ପରିଚାଳନା,ନିରନ୍ତର ବିକାଶ ଏବଂ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଲାଗି 2030 ଏଜେଣ୍ଡାକୁ ଲାଗୁ କରିବା ଏବଂସହଭାଗୀମାନଙ୍କ ଆପୋସ ସହମତି ଭିତ୍ତିରେ ଅନ୍ୟ କ୍ଷେତ୍ରରେ ସହଯୋଗ।

brics

ଏମଓୟୁ ମାଧ୍ୟମରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଭାଗୀଦାରୀ, ପାରସ୍ପରିକ ବିନିମୟ ଏବଂ ସମାନ ଲାଭ ଆଧାରରେ ପରିବେଶ ସଂରକ୍ଷଣ ଏବଂ ପ୍ରାକୃତିକ ସମ୍ବଳ ଲାଗି ଦୀର୍ଘକାଳୀନ ସହଯୋଗକୁ ପ୍ରୋତ୍ସାହନ ମିଳିବ । ପାରସ୍ପରିକ ସହଯୋଗର ଏହି ବ୍ୟବସ୍ଥାରେ ସମ୍ପୃକ୍ତ ଦେଶଗୁଡ଼ିକରେ ଲାଗୁ ଆଇନଗତ ବ୍ୟବସ୍ଥାକୁ ଧ୍ୟାନରେ ରଖାଯିବ ।

ପରିବେଶକୁ ନେଇ ଚାରି ଉଦବେଗ ଆଜି କେବଳ ଗୋଟିଏ ଦେଶ ମଧ୍ୟରେ ସୀମିତ ନାହିଁ ବରଂ ଏହା ସାରା ବିଶ୍ୱ ପାଇଁ ଗୁରୁତର ଆହ୍ୱାନ ସୃଷ୍ଟି କରିସାରିଛି । ଏମଓୟୁ ଜରିଆରେ ବ୍ରାଜିଲ, ରୁଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା ଭଳି 5ଟି ବଡ଼ ଅର୍ଥବ୍ୟବସ୍ଥା ଥିବା ବ୍ରିକ୍ସ ରାଷ୍ଟ୍ରମାନେ ପରିବେଶକୁ ବଂଚାଇବା, ଏହାକୁ ସଂରକ୍ଷିତ କରିବା ଏବଂ ଏହାର ସ୍ଥାୟୀତ୍ୱ ଲାଗି ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି । ଏହି ଦେଶଗୁଡ଼ିକରେ ବିଶ୍ୱ ଜନସଂଖ୍ୟାର 40 ପ୍ରତିଶତ ଲୋକ ରହୁଛନ୍ତି ।

ପଢନ୍ତୁ;ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ରାଜ୍ୟ ସରକାର ରସଗୋଲା ଜିଆଇ ପାଇଁ ୭ଦିନ ମଧ୍ୟରେ ଆବେଦନ କରିବେ: ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ENO Beuro

ରେଲୱେ ବୋର୍ଡର ନୂତନ ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜେଶ ଅଗ୍ରୱାଲ

ENO Beuro

ଘରୋଇ ବସ୍ ମାଲିକ ସଂଘର ଘୋଷଣା : ମାର୍ଚ୍ଚ ୧୪ରୁ ବସ୍ ଧର୍ମଘଟ!

ENO Beuro

Leave a Comment