News

କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡକୁ କ୍ୟାବିନେଟର ମଞ୍ଜୁରି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡ (ଏଏସଆରବି)କୁ ମଞ୍ଜୁରି ପ୍ରଦାନ କରିଛନ୍ତି।

ବିବରଣୀ :

  • ଏଏସଆରବିରେ ବର୍ତ୍ତମାନ ତିନି ଜଣ ସଦସ୍ୟଙ୍କ ସ୍ଥାନରେ  ଜଣ ସଦସ୍ୟ ରହିବେ । ବୋର୍ଡରେ ଜଣେ ଅଧ୍ୟକ୍ଷ ଏବଂ ତିନି ଜଣ ସଦସ୍ୟ ରହିବେ ।
  • ଏଏସଆରବିର ସଦସ୍ୟ ତିନି ବର୍ଷର ଅବଧି କିମ୍ବା  ୬୫ ବର୍ଷର ବୟସ ପୂରଣ କଲେ, ଯାହା ବି ପ୍ରଥମେ ହୋଇଥିବ, ପର୍ଯ୍ୟନ୍ତ ରହିବେ ।
  • ସ୍ୱାୟତ୍ତତା, ଗୋପନୀୟତା, ଉତ୍ତରଦାୟିତ୍ୱ ଏବଂ ଏଏସଆରବିର ପ୍ରଭାବୀ ପରିଚାଳନା ଉଦ୍ଦେଶ୍ୟକୁ ଧ୍ୟାନରେ ରଖି ଏହାକୁ ଆଇସିଆରଠାରୁ ପୃଥକ କରିଦିଆଯିବ । କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନ କୃଷି ଗବେଷଣା ଏବଂ ଶିକ୍ଷା ବିଭାଗ ସହିତ ଏହାକୁ ଯୋଡ଼ି ଦିଆଯିବ ।
  • ଏଏସଆରବିର ବଜେଟ ମଧ୍ୟ ଆଇସିଏଆରଠାରୁ ପୃଥକ କରାଯାଇ କୃଷି ଗବେଷଣା ଏବଂ ଶିକ୍ଷା ବିଭାଗ ଅଧୀନକୁ ଅଣାଯିବ । ଏଏସଆରବିର ସଚିବାଳୟରେ ନିଜସ୍ୱ ପ୍ରଶାସନିକ କର୍ମଚାରୀ ରହିବେ ଏବଂ ଏହାର ସ୍ୱାଧୀନ ପ୍ରଶାସନିକ ନିୟନ୍ତ୍ରଣ ରହିବ ।

ପ୍ରଭାବ :

ଜଣେ ଅଧ୍ୟକ୍ଷ ଏବଂ ତିନି ଜଣ ସଦସ୍ୟ ବିଶିଷ୍ଟ ସଂସ୍ଥା ଗଠନ ଦ୍ୱାରା ଏଏସଆରବିର କାର୍ଯ୍ୟଧାରା ସୁଚାରୁ ରୂପେ ଚାଲିପାରିବ । ଏହି କାରଣରୁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ, ଯାହା କୃଷି ସମୁଦାୟ ଏବଂ କୃଷି ଲାଗି ଲାଭଜନକ ସାବ୍ୟସ୍ତ ହେବ । ଏହାବ୍ୟତୀତ ଦେଶରେ କୃଷି ଗବେଷଣା ଏବଂ ଶିକ୍ଷା ସମ୍ପର୍କରେ ପ୍ରମୁଖ ଏଜେନ୍ସି ଆଇସିଏଆରରେ ବିଭିନ୍ନ ବୈଜ୍ଞାନିକ ପଦବୀରେ ପ୍ରତିଭାବାନ ବୈଜ୍ଞାନିକମାନଙ୍କ ନିଯୁକ୍ତି ପାରଦର୍ଶୀ ଏବଂ କୁଶଳ ଢଙ୍ଗରେ ସମ୍ଭବ ହୋଇପାରିବ ।

କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡକୁ କ୍ୟାବିନେଟର ମଞ୍ଜୁରି କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡକୁ କ୍ୟାବିନେଟର ମଞ୍ଜୁରି cabinet

ପଢନ୍ତୁ; ବାସ୍ତୁଶାସ୍ତ୍ର ଅନୁସାରେ ଘରକୁ ଧନ ଆସିବା ପୂର୍ବରୁ ଭଗବାନ କେଉଁ ସଙ୍କେତ ଦେଇ ଥାଆନ୍ତି ଜାଣନ୍ତୁ?

Related posts

ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗି ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

ENO Beuro

ଛାତ ଭୁଶୁଡ଼ି ୫ ବର୍ଷୀୟ ଶିଶୁର ମୃତ୍ୟୁ , ଗୋଟିଏ ପରିବାର ୩ ଆହତ

ENO Beuro

ନକ୍ସଲ ଆକ୍ରମଣରେ ଓଡ଼ିଆ କ୍ୟାମେରାମ୍ୟାନ୍‌,୨ସୁରକ୍ଷାକର୍ମୀ ସହିଦ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More