News

ଆଶା ସହାୟିକାଙ୍କ ତଦାରଖ ଗସ୍ତ ଖର୍ଚ୍ଚ ବୃଦ୍ଧିକୁ କ୍ୟାବିନେଟର ଅନୁମୋଦନ

asha

ତଦାରଖ ଗସ୍ତ ଖର୍ଚ୍ଚ 250 ରୁ 300କୁ ବୃଦ୍ଧି

ଆଶା ସହାୟିକାଙ୍କ ତଦାରଖ ଗସ୍ତ ଖର୍ଚ୍ଚକୁ ପ୍ରତି ଗସ୍ତ ପିଛା 250 ଟଙ୍କାରୁ 300 ଟଙ୍କାକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଏହା ଅକ୍ଟୋବର 2018 (ନଭେମ୍ବର, 2018ରୁ ପଇଠ କରାଯିବ)ଠାରୁ ଲାଗୁ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି (ସିସିଇଏ) ଉପରୋକ୍ତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଆଶା ସହାୟିକା ମାସିକ ପାଖାପାଖି 20ଟି ତଦାରଖ ଗସ୍ତ କରିଥାନ୍ତି । ଗସ୍ତ ଖର୍ଚ୍ଚରେ ପ୍ରସ୍ତାବିତ ବୃଦ୍ଧି ଫଳରେ ସେମାନେ ମାସିକ 6 ହଜାର ଟଙ୍କା ପାଇପାରିବେ । ପୂର୍ବରୁ ସେମାନେ 5 ହଜାର ଟଙ୍କା ପାଉଥିବା ବେଳେ ଏବେ ଏଥିରେ 1 ହଜାର ଟଙ୍କାର ବୃଦ୍ଧି ଘଟିଛି ।

ଆଶା ଲାଭ ପ୍ୟାକେଜର ଅଂଶବିଶେଷ ସ୍ୱରୂପ ଆଶା ସହାୟିକାମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ଅନ୍ତର୍ଭୂକ୍ତ କରାଯାଇଛି ।

ଉତ୍ତମ କାର୍ଯ୍ୟ ପ୍ରଦର୍ଶନ ପାଇଁ ଆଶା ସହାୟିକାମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ସେମାନଙ୍କ ତଦାରଖ ଗସ୍ତ ଖର୍ଚ୍ଚକୁ ପ୍ରତି ଗସ୍ତ ପିଛା 250 ଟଙ୍କାରୁ 300 ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଅକ୍ଟୋବର 2018 ଠାରୁ ଲାଗୁ ହେବ ଯାହାକୁ ସେମାନେ ନଭେମ୍ବର 2018 ଠାରୁ ପାଇବେ ।

asha

ଗସ୍ତ ଖର୍ଚ୍ଚରେ ଏହି ବୃଦ୍ଧି ଫଳରେ ଆଶା ସହାୟିକାମାନେ ମାସିକ 6000 ଟଙ୍କା ପାଇପାରିବେ ପୂର୍ବରୁ ସେମାନେ ମାସିକ 5 ହଜାର ଟଙ୍କା ପାଉଥିଲେ ଏବେ ସେଥିରେ 1000 ଟଙ୍କା ବୃଦ୍ଧି ହୋଇଛି ।

ଏହି ନିଷ୍ପତିକୁ କାର୍ଯ୍ୟକାରୀ କରିବା ଲାଗି ବର୍ତ୍ତମାନର ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ର ସଂସ୍ଥାଗତ ମେକାନିଜମ ଉପଯୋଗ କରାଯିବ ।

ଏହି ପ୍ରସ୍ତାବିତ ବୃଦ୍ଧି ଲାଗି କେନ୍ଦ୍ରୀୟ ଅଂଶଧନ ସ୍ୱରୂପ ଅତିରିକ୍ତ 46.95 କୋଟି ଟଙ୍କାର ରାଜସ୍ୱ ବ୍ୟୟ କରାଯିବ । 2018-19ବର୍ଷ ଲାଗି (ପ୍ରଥମ 6 ମାସରେ) 15.65 କୋଟି ଟଙ୍କା ଏବଂ 2019-20ରେ 31.30କୋଟି ଟଙ୍କା ଖର୍ଚ୍ଚ ହେବ।

ପଢନ୍ତୁ; ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସିଓଲ ଶାନ୍ତି ପୁରସ୍କାର

Related posts

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ENO Beuro

ମୋଦିଙ୍କୁ ଚିଠି ଲେଖିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗେଇ

Ratnamani Moharana

ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ଆରମ୍ଭ ହେଇଛି

ENO Beuro

Leave a Comment