News

ପର୍ଯ୍ୟଟନ କ୍ଷେତ୍ରରେ ଭାରତ-ମାଲ୍ଟା ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଲାଗି ଭାରତ ଏବଂ ମାଲ୍ଟା ମଧ୍ୟରେ ବୁଝାମଣା (ଏମଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି । ଏହି ବୁଝାମଣା ମାଲ୍ଟା ଉପରାଷ୍ଟ୍ରପତିଙ୍କ ପରବର୍ତ୍ତୀ ଗସ୍ତ କାଳରେ ସ୍ୱାକ୍ଷରିତ ହେବ।

ଏମଓୟୁର ମୁଖ୍ୟ ଉଦ୍ଦେଶ୍ୟ ନିମ୍ନରେ ଦିଆଗଲା :

1. ଉଭୟ ଦେଶରେ ପର୍ଯ୍ୟଟନ ଉଦ୍ୟୋଗର ଗୁଣ ସମ୍ପନ୍ନ ଲକ୍ଷ୍ୟସ୍ଥଳୀକୁ ପ୍ରୋତ୍ସାହିତ କରିବା

2. ଉଭୟ ଦେଶରେ ସାରା ବିଶ୍ୱରୁ ପର୍ଯ୍ୟଟକମାନଙ୍କୁ ଆଗମନକୁ ବୃଦ୍ଧି କରିବା

3. ପର୍ଯ୍ୟଟନରେ ମାନବ ସମ୍ବଳ ବିକାଶ ଏବଂ ଉଭୟ ଦେଶରେ ଭ୍ରମଣ ସହ ଜଡ଼ିତ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବା।

4. ନୂତନ ପର୍ଯ୍ୟଟନରେ ଯୋଗଦାନ କରିବା, ପ୍ରାକୃତିକ ତଥା ଦୃଶ୍ୟମାନ ଏବଂ ଅଦୃଶ୍ୟ ସାଂସ୍କୃତିକ ଐତିହ୍ୟ ମାଧ୍ୟମରେ ପର୍ଯ୍ୟଟନ ପରିବେଶ ବିକଶିତ କରିବା, ନିରନ୍ତର ପର୍ଯ୍ୟଟନ ବିକାଶ ଏବଂ ସୂଚନା ପ୍ରଯୁକ୍ତି ଉପଯୋଗ କରିବା।

5. ଉଭୟ ଦେଶର ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ବଢ଼ାଇବାର ପଦ୍ଧତି ସ୍ୱରୂପ ପର୍ଯ୍ୟଟନକୁ ମାନ୍ୟତା ପ୍ରଦାନ କରିବା।

modi ପର୍ଯ୍ୟଟନ ପର୍ଯ୍ୟଟନ କ୍ଷେତ୍ରରେ ଭାରତ-ମାଲ୍ଟା ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ modi 3

ବୁଝାମଣାପତ୍ର ଦ୍ୱାରା ଉଭୟ ଦେଶରେ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ବଢ଼ାଇବା ଲାଗି ସଂସ୍ଥାଗତ ବ୍ୟବସ୍ଥା କରିବାରେ ସହାୟତା ମିଳିପାରିବ । ଏହାଦ୍ୱାରା ଭାରତକୁ ମାଲ୍ଟାରୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନଙ୍କ ଆଗମନର ଲାଭ ମିଳିବ । ଫଳସ୍ୱରୂପ ଆର୍ଥିକ ବିକାଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏମଓୟୁ ଦ୍ୱାରା ସହଯୋଗର ବ୍ୟାପକ ଢାଂଚା ଏବଂ କ୍ଷେତ୍ର ଅନ୍ତର୍ଗତ ସମସ୍ତ ଅଂଶୀଦାରମାନଙ୍କ ପାରସ୍ପରିକ ଲାଭ ପାଇଁ ଦୀର୍ଘକାଳୀନ ପର୍ଯ୍ୟଟନ ସହଯୋଗର ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ । ଏହି ଉଦ୍ଦେଶ୍ୟ ପୂରଣ ଲାଗି ଶ୍ରେଷ୍ଠ ପ୍ରଚଳନକୁ ସାମିଲ କରିବାର ସମ୍ଭାବନା ଉଜାଗର ହୋଇପାରିବ।

ପଢନ୍ତୁ;ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ ହେଲେ ଜଷ୍ଟିସ ରଞ୍ଜନ ଗୋଗୋଇ

Related posts

ଶ୍ରୀଅଙ୍ଗକୁ ବିପଦ ମୂଷା:ଯନ୍ତା ବସୁଛି,ଧରାପଡୁନାହାନ୍ତି

ENO Beuro

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

ENO Beuro

ଭବାନିପାଟଣାରେ ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ : ୨ ମୃତ,୨୫ ଆହାତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More