News

ଔଷଧ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ଉଜବେକିସ୍ତାନ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ଔଷଧୀୟ ଉତ୍ପାଦର କାରବାର, ଉଦ୍ୟୋଗ ଏବଂ ଗବେଷଣା ଓ ବିକାଶ ସମ୍ବନ୍ଧୀୟ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ଲାଗି ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ବୁଝାମଣା ସ୍ୱାକ୍ଷର କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଅକ୍ଟୋବର 1, 2018ରେ ଉଜବେକିସ୍ତାନର ରାଷ୍ଟ୍ରପତି ଭାରତ ଗସ୍ତରେ ଆସିବେ । ଏହି ଅବସରରେ ବୁଝାମଣାପତ୍ରରେ ସ୍ୱାକ୍ଷର କରାଯିବ ।

modi ଭାରତ ଔଷଧ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ଉଜବେକିସ୍ତାନ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି modi 11

ଉଭୟ ଦେଶ ମଧ୍ୟରେ ଔଷଧ ଉଦ୍ୟୋଗର ବିକାଶ ଏବଂ ଔଷଧ କ୍ଷେତ୍ରରେ ବ୍ୟବସାୟ, ଉତ୍ପାଦନ, ଗବେଷଣା ଏବଂ ବିକାଶରେ ଦ୍ୱିପାକ୍ଷିକ ସହଯୋଗର ଗୁରୁତ୍ୱକୁ ଧ୍ୟାନରେ ରଖି ଦୁଇ ଦେଶ ଦ୍ୱିପାକ୍ଷିକ ସହଯୋଗ ଲାଗି ଏକ ଔପଚାରିକ ପ୍ରଣାଳୀ ପ୍ରସ୍ତୁତ କରିବାର ପ୍ରୟାସ କରାଯାଉଛି । ବୁଝାମଣା ଦ୍ୱାରା ଉଭୟ ଦେଶରେ ବିଭିନ୍ନ ଚିକିତ୍ସା ବର୍ଗରେ ସକ୍ରିୟ ଔଷଧିୀୟ ଉପାଦାନ (ଏପିଆଇ) ସହିତ ଔଷଧ ଉତ୍ପାଦଗୁଡ଼ିକର ରପ୍ତାନୀ ଏବଂ ଆମଦାନି ଲାଗି ଆଇନଗତ ଏବଂ ନିୟମନ ଆବଶ୍ୟକତା ସମ୍ପର୍କରେ ସୂଚନାର ଆଦାନପ୍ରଦାନ ମଧ୍ୟ ସମ୍ଭବ ହେବ । ବୁଝାମଣା ଦ୍ୱାରା ଔଷଧୀୟ ଉତ୍ପାଦର ବ୍ୟବସାୟ, ଉଦ୍ୟୋଗ ଏବଂ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ଉଜବେକିସ୍ତାନ ଗଣରାଜ୍ୟ ସହିତ ସହଯୋଗ ବୃଦ୍ଧି ପାଇବ ।

ପଢନ୍ତୁ;ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ ରାୟ:ଅପରାଧ ନୁହେଁ ପରକୀୟା ପ୍ରୀତି

Related posts

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ତାଜମହଲରେ ନମାଜ ପଢିବା ମନା

Krishna Kumar Manoj

କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା, ରାଜ୍ୟର ୧୫ଟି ଜିଲ୍ଲାକୁ ସତର୍କ ସୂଚନା !

Krishna Kumar Manoj

ଆଜି ସନ୍ଧ୍ୟାରେ ପାଳିତ ହେବ ଆର୍ଥ ଆଓ୍ଵାର! ରାତିରେ ଅଧଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍‌ ପ୍ରବାହ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More