News

ଜାତୀୟ ଡିଜିଟାଲ ସଂଚାର ନୀତି-୨୦୧୮କୁ କ୍ୟାବିନେଟ ଅନୁମୋଦନ

cabinet

ଡିଜିଟାଲ କ୍ଷେତ୍ରରେ 100 ବିଲିୟନ ଡଲାର ନିବେଶ ଆକୃଷ୍ଟ କରିବା ପାଇଁ ଲକ୍ଷ୍ୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଗତକାଲି ଜାତୀୟ ଡିଜିଟାଲ ସଂଚାର ନୀତି-2018(ଏନଡିସିପି-2018)କୁ ଅନୁମୋଦନ କରିଛନ୍ତି । ଏଥିସହିତ ଟେଲିକମ ଆୟୋଗଙ୍କ ନାମ ପରିବର୍ତ୍ତନ ହୋଇ “ଡିଜିଟାଲ ସଂଚାର ଆୟୋଗ” କରାଯାଇଛି ।

ପ୍ରଭାବ

ଉଦ୍ୟୋଗ ଏବଂ ନାଗରିକମାନଙ୍କ ସୂଚନା ଏବଂ ସଂଚାର ଆବଶ୍ୟକତାକୁ ପୂରଣ ଜରିଆରେ ଭାରତକୁ ଏକ ସଶକ୍ତ ଡିଜଟାଲ ଅର୍ଥବ୍ୟବସ୍ଥା ଏବଂ ସମାଜରେ ପରିଣତ କରିବା ଉଦ୍ଦେଶ୍ୟରେ ଏନଡିସିପି-2018 ନୀତି ପ୍ରଣୟନ କରାଯାଇଛି । ସର୍ବବ୍ୟାପୀ, ନମନୀୟ ଏବଂ ଶସ୍ତା ଡିଜିଟାଲ ଭିତ୍ତିଭୂମି ତଥା ସେବା ପ୍ରତିଷ୍ଠା ମାଧ୍ୟମରେ ଏହା କରାଯିବ ।

‘ଉପଭୋକ୍ତାଙ୍କ ପ୍ରତି ଲକ୍ଷ୍ୟବଦ୍ଧ’ ଏବଂ ‘ଆପ୍ଲିକେସନ ପରିଚାଳିତ’ ଏନଡିସିପି-2018 5-ଜି, ଆଇଓଟି, ଏମଟୁଏମ ଆଦି ଅତ୍ୟାଧୁନିକ ପ୍ରଯୁକ୍ତିର ଶୁଭାରମ୍ଭ ପରେ ନୂତନ ଉପାୟ ଏବଂ ଅଭିନବୀକରଣ ଦିଗରେ ବାଟ କଢ଼େଇ ନେବ, ଯାହା ଭାରତରେ ଟେଲିକମ କ୍ଷେତ୍ରକୁ ପରିଚାଳନା କରିବ ।

ଏହି ନୀତିର ପ୍ରମୁଖ ଲକ୍ଷ୍ୟଗୁଡ଼ିକ ହେଲା 

ସମସ୍ତଙ୍କ ପାଇଁ ବ୍ରଡବ୍ୟାଣ୍ଡ;

ଡିଜିଟାଲ ସଂଚାର କ୍ଷେତ୍ରରେ 4 ନିୟୂତ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା;

ଭାରତର ଜିଡିପିରେ ଡିଜିଟାଲ ସଂଚାର କ୍ଷେତ୍ରର ଯୋଗଦାନ 2017ରେ 6 ପ୍ରତିଶତ ଥିବା ବେଳେ ଏହାକୁ 8ପ୍ରତିଶତକୁ ସମ୍ପ୍ରସାରିତ କରିବା ।ଆଇଟିୟୁର ଆଇସିଟି ବିକାଶ ସୂଚକାଙ୍କରେ ଭାରତର ସ୍ଥାନ 2017ରେ 134ରେ ଥିବା ବେଳେ ଏହାକୁ ଶ୍ରେଷ୍ଠ 50ଟି ଦେଶ ମଧ୍ୟରେ ସାମିଲ କରିବା ।

ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ଯୋଗଦାନକୁ ସମ୍ପ୍ରସାରିତ କରିବା; ଏବଂ

ଡିଜିଟାଲ ସାର୍ବଭୌମତ୍ୱ ସୁନିଶ୍ଚିତ କରିବା ତଥା

ଏହି ଲକ୍ଷ୍ୟ 2022 ସୁଦ୍ଧା ହାସଲ କରାଯିବ ।

ନୀତିର ଲକ୍ଷ୍ୟ ହେଉଛି-

ପ୍ରତ୍ୟେକ ନାଗରିକଙ୍କୁ ସେକେଣ୍ଡ ପ୍ରତି 50 ଏମବି/ବେଗର ସାମୂହିକ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦେବା;

ସମସ୍ତ ଗ୍ରାମପଂଚାୟତକୁ 2020 ସୁଦ୍ଧା ସେକେଣ୍ଡ ପ୍ରତି 1 ଜିବି ଏବଂ 2022 ସୁଦ୍ଧା ସେକେଣ୍ଡ ପ୍ରତି 10 ଜିବି ସ୍ପିଡର ବ୍ରଡବ୍ୟାଣ୍ଡ ସଂଯୋଗ ପ୍ରଦାନ କରିବା;

ଅପହଁଚ ଇଲାକାରେ ସଂଯୋଗ ସୁନିଶ୍ଚିତ କରିବା;

ଡିଜିଟାଲ ଯୋଗାଯୋଗ କ୍ଷେତ୍ରରେ 100 ବିଲିୟନ ଆମେରିକୀୟ ଡଲାରର ନିବେଶ ଆକୃଷ୍ଟ କରିବା;

ନୂଆ ଯୁଗର ଦକ୍ଷତା ବିକାଶ ପାଇଁ 1 ନିୟୁତ ଶ୍ରମଶକ୍ତିଙ୍କୁ ତାଲିମ ଦେବା;

5 ବିଲିୟନ ସଂଯୁକ୍ତ ଡିଭାଇସ ସହିତ ଆଇଓଟି ବ୍ୟବସ୍ଥାକୁ ସମ୍ପ୍ରସାରିତ କରିବା;

ଡିଜିଟାଲ ସଂଚାର ପାଇଁ ଏକ ବିସ୍ତୃତ ଡାଟା ସୁରକ୍ଷା ବ୍ୟବସ୍ଥା ପ୍ରତିଷ୍ଠା କରିବା ଯାହା ଗୋପନୀୟତା, ସ୍ୱଅଧିକାର ଏବଂ ବ୍ୟକ୍ତିଗତ ପସନ୍ଦକୁ ସୁରକ୍ଷା ପ୍ରଦାନ କରୁଥିବ;

ବିଶ୍ୱ ଡିଜିଟାଲ ଅର୍ଥବ୍ୟବସ୍ଥାରେ ଭାରତର ପ୍ରଭାବୀ ଅଂଶଗ୍ରହଣ ପାଇଁ ବ୍ୟବସ୍ଥା କରିବା ।

ଆବଶ୍ୟକ ସଂସ୍ଥାଗତ ବ୍ୟବସ୍ଥା ଜରିଆରେ ନାଗିରକମାନଙ୍କ ପାଇଁ ସୁରକ୍ଷିତ ଏବଂ ନିରାପଦ ଡିଜିଟାଲ ସଂଚାର ଭିତ୍ତିଭୂମି ଓ ସେବା ସୁନିଶ୍ଚିତ କରିବା ଦିଗରେ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ।

ଡିଜିଟାଲ ସଂଚାର ଭିତ୍ତିଭୂମି ଏବଂ ସେବାକୁ ସୁରକ୍ଷିତ ରଖିବା ।

ଏହି ନୀତି ସମର୍ଥନ କରୁଛି :

ଏକ ଜାତୀୟ ଫାଇବର ପ୍ରାଧିକରଣ ସୃଷ୍ଟି କରିବା ମାଧ୍ୟମରେ ଜାତୀୟ ଡିଜିଟାଲ ଗ୍ରୀଡର ପ୍ରତିଷ୍ଠା;

ସମସ୍ତ ନୂଆ ସହର ଏବଂ ରାଜପଥ ପ୍ରକଳ୍ପରେ ସାଧାରଣ ସେବା ଲାଇନ ଏବଂ ୟୁଟିଲିଟି କରିଡର ପ୍ରତିଷ୍ଠା କରିବା । ମାର୍ଗର ସାଧାରଣ ଅଧିକାର, ବ୍ୟୟ ଏବଂ ସମୟସୀମାର ମାନକୀକରଣ ପାଇଁ କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସହଯୋଗୀ ସଂସ୍ଥାଗତ ମେକାନିଜମ ସୃଷ୍ଟି କରିବା;

ଅନୁମୋଦନ ପାଇଁ ବାଧକ ଦୂର କରିବା; ଏବଂ

ପରବର୍ତ୍ତୀ ପିଢ଼ି ନେଟୱାର୍କର ମୁକ୍ତ ଗ୍ରହଣୀୟତା ପାଇଁ ସୁବିଧା ଯୋଗାଇ ଦେବା।

cabinet

ପଢନ୍ତୁ;ଆପଣମାନେ ଜାଣନ୍ତି କି ବାଳାସନ ଦ୍ଵାରା କି ଫାଇଦା ମିଳେ?

Related posts

୮ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି

ENO Beuro

ଫାଇଟର ଜେଟ୍‌କୁ ସଫଳତାର ସହ ଉଡ଼ାଇ ଏକ ନୂଆ ରେକର୍ଡ ସ୍ଥାପନ କଲେ ଅବନୀ ଚତୁର୍ବେଦୀ

ENO Beuro

ପରପାରିରେ ‘ରଙ୍ଗବତୀ’ର ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ

ENO Beuro

Leave a Comment