News

ତିନି ତଲାକ୍‍ ବିଲ୍‍ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ,ଗିରଫ ବ୍ୟକ୍ତିଙ୍କୁ ମିଳିପାରିବ ଜାମିନ

By Krishna Kumar Manoj

August 10, 2018

ତିନି ତଲାକ ବିଲରେ କିଛି ସଂଶୋଧନରେ ଗୁରୁବାର କେନ୍ଦ୍ରୀୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ତିନି ତଲାକ୍ ଏବଂ ନିକାହ ହଲାଲା ସମ୍ବନ୍ଧିତ ମୁସଲିମ୍ ମହିଳା ବିଲ୍ ୨୦୧୭ରେ ହୋଇଥିବା ସଂଶୋଧନ ଅନୁସାରେ ତିନି ତଲାକ ଅପରାଧ ନନ୍ ବେଲବୁଲ୍ ତିଆରି ହୋଇନି କିନ୍ତୁ ଯଦି ମାଜିଷ୍ଟ୍ରେଟ୍ ଚାହିଁବେ ତେବେ ଅପରାଧୀକୁ ଜାମିନ ମିଳିପାରିବ।

୨୦୧୯ ନିର୍ବାଚନ ପୂର୍ବରୁ ମୁସଲମାନ ସମ୍ପ୍ରଦାୟରେ ପ୍ରଚଳିତ ତ୍ୱରିତ ଛାଡପତ୍ର ବ୍ୟବସ୍ଥା ତିନି ତଲାକ ବିରୋଧରେ ପ୍ରସ୍ତୁତ ବିଧେୟକକୁ ଆଇନର ରୂପ ଦେବା ପାଇଁ ସରକାର ଯୋଜନା କରିଛନ୍ତି। ଫଳରେ ବିଜେପି ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିବ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି। ମୁସଲମାନ ସମ୍ପ୍ରଦାୟର ରାଜନେତା ଓ ସଂଗଠନଗୁଡ଼ିକ ଏହି ବିଧେୟକକୁ ବିରୋଧ କରିବା ପରେ ଏହା ବିବାଦୀୟ ହୋଇପଡ଼ିଥିଲା। ବିରୋଧୀ ଦଳଗୁଡ଼ିକ ବିଧେୟକର କିଛି ନିୟମ ଓ ପ୍ରାବଧାନକୁ ନେଇ ଆପତ୍ତି ଉଠାଇଥିଲେ। ଏଥିଯୋଗୁଁ ରାଜ୍ୟସଭାରେ ଏହି ବିଧେୟକ ପାରିତ ହୋଇପାରିନଥିଲା। ଗୁରୁବାର ମନ୍ତ୍ରିମଣ୍ଡଳ ବୈଠକରେ ଏହି ବିଧେୟକରେ ସାମାନ୍ୟ ସଂଶୋଧନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।

କହିରଖୁଛୁ ଗତ ବର୍ଷ ଡିସେମ୍ବରରେ ଲୋକସଭାରେ ଏହି ବିଲକୁ ପାସ୍ କରାଯାଇଥିଲା ଯେଉଁଥିରେ ତିନି ତଲାକୁ ଅପରାଧ ବୋଲି ବିବେଚନା କରଯାଇଥିଲା। ବିଲ୍‌ର ନିୟମ ଅନୁଯାୟୀ ଟ୍ରିପଲ୍‌ ତଲାକ୍‌ ଦେଉଥିବା ବ୍ୟକ୍ତିଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ । ଏହି ବିଲ ଅନୁସାରେ ଏକସହିତ ତିନି ତଲାକର ସାହାରା ନେଉଥିବା ବ୍ୟକ୍ତିଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଭୋଗିବାକୁ ପଡିପାରେ । ତେବେ ଏହି ତଲାକ ଦେବା ବ୍ୟକ୍ତିଙ୍କୁ ତିନି ବର୍ଷର ଦଣ୍ଡକୁ କମ୍ କରାଯିବା ପାଇଁ ମୁସଲିମ ପକ୍ଷରୁ ଆବେଦନ ହୋଇଛି।

 

ପଢନ୍ତୁ;ଆସନ୍ତାକାଲି ଚଳିତବର୍ଷର ଶେଷ ସୂର୍ଯ୍ୟପରାଗ,ଜାଣନ୍ତୁ ଏହା ସମ୍ପର୍କିତ କିଛି ଖାସ୍ କଥା