EnewsOdia.Com

ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲା କ୍ୟାବିନେଟ ମଂଜୁରୀ

ରାମ ମନ୍ଦିର ନେଇ ଗଠନ ହେଲା ଟ୍ରଷ୍ଟ ବୋର୍ଡ । କେନ୍ଦ୍ର ସରକାର ରାମ ମନ୍ଦିର ଟ୍ରଷ୍ଟ ଗଠନ କରିଛନ୍ତି ।ଏହାକୁ ଆଜି କେନ୍ଦ୍ର କ୍ୟାବିନେଟର ମଂଜୁରୀ ମିଳିଛି। ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଜି ଲୋକସଭାରେ ଘୋଷଣା କରିଛନ୍ତି। ନୂତନ ଟ୍ରଷ୍ଟର ନାଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ରଖାଯାଇଛି। ଏହି ଟ୍ରଷ୍ଟ ଅଯୋଧ୍ୟାରେ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ନିଷ୍ପତ୍ତି ନେବା ସହ ମନ୍ଦିର ସମ୍ପର୍କିତ ଅନ୍ୟ ବିଷୟରେ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି ନେବ । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଏହାସହ ଅଯୋଧ୍ୟାରେ ସରକାରଙ୍କ ଦ୍ବାରା ୬୭ ଏକର ଜମି ଟ୍ରଷ୍ଟକୁ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୁନ୍ନୀ ଓ୍ୱାକଫ ବୋର୍ଡ଼କୁ ପାଞ୍ଚ ଏକର ଜମି ଦେବା ପାଇଁ ସହମତି ପ୍ରକାଶ ପାଇସାରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ କହିଛନ୍ତିକି,  ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜନସାଧାରଣଙ୍କ ବିଶ୍ୱାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଦୀର୍ଘ ଦିନର ଆଇନଗତ ସଂଘର୍ଷ ଦେଇ ଗତି କରିଥିବା ଏହି ମାମଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ପରୀକ୍ଷିତ ବୋଲି ସେ କହିଛନ୍ତି । ରାମ ଜନ୍ମଭୂମି ମାମଲାର ରାୟ ପ୍ରକାଶ ପାଇବା ପରେ ଭାରତବାସୀ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ପଦ୍ଧତିରେ ଉଲ୍ଲେଖଯୋଗ୍ୟ ବିଶ୍ୱାସ ପ୍ରଦର୍ଶନ କରିଥିଲେ। ଏଥିପାଇଁ ୧୩୦ କୋଟି ଭାରତବାସୀଙ୍କୁ ଅଭିବାଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

ପଢନ୍ତୁ: ସିଲ ହେଲା ଓୟୁଏଟିର କୁକ୍କୁଟ ପ୍ରଜନନ ଓ ଗବେଷଣା କେନ୍ଦ୍ର

 

 

ସମ୍ବନ୍ଧିତ ଖବର

ବଦଳିଲା ବଳି ପ୍ରଥା, ମାଆ କାଳୀଙ୍କୁ ଅର୍ପଣ କରାଯାଉଛି ଖଇରେ ପ୍ରସ୍ତୁତି ଜୁଗାର

Ratnamani Maharana

ଓମରଙ୍କୁ ରେଜର ପଠାଇଲା ବିଜେପି !

Ratnamani Maharana

ଆଜିଠୁ ବଢିବ ଶୀତ

Ratnamani Maharana

‘ଧାନ ବିଲ ଖସ ଖସ’ ଗୀତର ତାଳେ ତାଳେ ନାଚିଲେ ପ୍ରମିଳା

Ratnamani Maharana

ପରଲୋକରେ ପୂର୍ବତନ ନିର୍ବାଚନ କମିଶନର ଟିଏନ୍‌ ଶେଷନ୍‌

Ratnamani Maharana

ଜାଲ ହିତାଧିକାରୀ ଧରିବ ଆଧାର, ସରକାରୀ ଯୋଜନାରେ ବାଧ୍ୟତାମୂଳକ ଆଧାର ସଂଯୋଗ

Ratnamani Maharana