POLITICALS

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନା, କିଏ ରହିବେ କିଏ ଯିବେ ଏ ନେଇ ବୈଠକ

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନା, କିଏ ରହିବେ କିଏ ଯିବେ ଏ ନେଇ ବୈଠକ

ଆଗକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନା ଚର୍ଚ୍ଚା ହେଉଥିବା ବେଳେ ଗତକାଲି ସନ୍ଧ୍ୟାରେ ବିଜେପି ସଭାପତି ଅମିତ ଶାହଙ୍କ ଘରେ ଏହାକୁ ନେଇ ଆଲୋଚନା ଚାଲିଥିଲା ।

ବୈଠକରେ ୮ ଜଣ କେନ୍ଦ୍ରମନ୍ତ୍ରୀ ଓ ଓ କିଛି ନେତା ଯୋଗଦେଇଥିଲେ। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, କେନ୍ଦ୍ର ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ନରେନ୍ଦ୍ର ସିଂ ତୋମାର, ଜିତେନ୍ଦ୍ର ସିଂହ, ବିପି ଚୌଧୁରୀ ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀ ଏହି ବୈଠକରେ ସାମିଲ ହୋଇଥିଲେ।

ଏହି ବୈଠକ ଗୁଜରାଟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନର ରଣନୀତି ପ୍ରସ୍ତୁତି ସଂପର୍କରେ ସୀମିତ ଥିଲା ଓ ଏଥିରେ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା ସ୍ଥାନ ପାଇନଥିଲା ବୋଲି ବୈଠକରେ ଯୋଗ ଦେଇଥିବା ନେତାମାନେ କହିଥିଲେ । ହେଲେ କିଛି ମନ୍ତ୍ରୀଙ୍କ ଇସ୍ତଫା ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନାକୁ ଖୋରାକ ଯୋଗାଇଛି । କିଛି ମନ୍ତ୍ରୀଙ୍କର ବିଭାଗ ବଦଳିବାର ମଧ୍ୟ ସମ୍ଭାବନା ରହିଛି। ଏହି ତାଲିକାରେ ଅଛନ୍ତି ଗଜପତି ରାଜୁ, ରାଧା ମୋହନ, ସୁରେଶ ପ୍ରଭୁ ପ୍ରମୁଖ ।

ବ୍ରିକ୍ସ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଚୀନ ଗସ୍ତ କରିବେ। ଏହା ପୂବରୁ କୌଣସି ମୂହୁର୍ତ୍ତରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାର ସମ୍ଭାବନା ରହିଛିା ତେବେ ଏଭଳି ଖବରକୁ ବୈଠକରେ ଯୋଗ ଦେଇଥିବା ମନ୍ତ୍ରୀମାନେ ଖଣ୍ଡନ କରିଛନ୍ତି।  ଆଗାମୀ ଗୁଜରାଟ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ନେଇ ଆଲୋଚନା ହୋଇଥିବା ସେମାନେ କହିଛନ୍ତି। ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଟାର୍ଗେଟ ୧୫୦ ଅଛି।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହା ସମ୍ଭବତଃ ମୋଦି କ୍ୟାବିନେଟର ବଡ଼ଧରଣର ଓ ଶେଷ ସଂପ୍ରସାରଣ ବୋଲି ଅନୁମାନ କରାଯାଉଛି । ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଓ ରାଜସ୍ଥାନରୁ ନେତାମାନଙ୍କୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ସୁଯୋଗ ମିଳିପାରେ।

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନା, କିଏ ରହିବେ କିଏ ଯିବେ ଏ ନେଇ ବୈଠକ

ଓଡିଆ କଳାକାର ହର ରଥ ଆଗାମୀ ସିନେମା ଯୋଗୀରେ ମୁଖ୍ୟ ଭୂମିକାରେ ଆସୁଛନ୍ତି

Related posts

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର: କମ୍ପୁଛି ଉପକୂଳ ଓ ଉତ୍ତର ଓଡ଼ିଶା

Ratnamani Moharana

ପଦ୍ମ ଧରିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

ENO Beuro

ଗୁର୍ଦାସପୁରରୁ ଆଜି ନାମାଙ୍କନ ଦାଖଲ କଲେ ଅଭିନେତା ସନ୍ନି ଦେଓଲ

Ratnamani Moharana

2 comments

Leave a Comment