30.1 C
Bhubaneswar
October 22, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍

ଆସନ୍ତା ୨୭ରେ ‘ଭାରତ ବନ୍ଦ’ ଡାକରା ପାଇଁ ରାଜ୍ୟସରକାରଙ୍କ ସ୍ଵତନ୍ତ୍ର ବ୍ୟବସ୍ଥା

କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦିଆ ଯାଇଥିବା ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସକାଳ ସାଢ଼େ ୯ଟା ସୁଦ୍ଧା କର୍ମଚାରୀମାନେ ଅଫିସରେ ପହଞ୍ଚିବାକୁ ସମସ୍ତ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ, ସଚିବ, କମିସନରମାନଙ୍କୁ ଚିଠି ଲେଖାଯାଇଛି। ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ଚିଠି ଲେଖିଛନ୍ତି। ଗାଡ଼ି ଚଳାଚଳ ପ୍ରଭାବିତ ହେବା ଦୃଷ୍ଟିରେ ରଖି ଏଭଲି ପଦକ୍ଷେପ ନିଆଯାଇଛି। ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ, ନଅ ତାଲାରେ ସୁରକ୍ଷା ବ୍ୟବସ୍ଥା ସହ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଲୋକସେବା ଭବନର ମୁଖ୍ୟ ଫାଟକ ୧୦ଟା ୧୫ ସୁଦ୍ଧା ବନ୍ଦ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଯେଉଁ କର୍ମଚାରୀମାନେ ଆସିବେ ସେମାନେ ପରିଚୟପତ୍ର, ପାସ୍ ଦେଖାଇ ଯାଇପାରିବେ। ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଗୃହ ବିଭାଗର ଓଏସଡି ତଥା ସ୍ବତନ୍ତ୍ର ସଚିବଙ୍କ ଫୋନ୍(୨୩୯୩୮୪୯) ଏବଂ ଏସିପି ସିକ୍ୟୁରିଟି(୨୩୨୨୫୨୨)ଙ୍କ ଫୋନ୍ ନମ୍ବରରେ ତୁରନ୍ତ ଜଣାଇବାକୁ କୁହାଯାଇଛି।

ପଢନ୍ତୁ: ଓଡ୍ରାଫ୍ ବୋଟ୍ ବୁଡ଼ି ଘଟଣାର ତଦନ୍ତ ଆରମ୍ଭ କଲେ ADG ଆର କେ ଶର୍ମା

Related posts

ଗ୍ରାହକଙ୍କୁ ବାଧୁଛି ମହଙ୍ଗାମାଡ : ପିଆଜ ଦର ଉପରେ ଲାଗିବ ଲଗାମ

Ratnamani Maharana

କଟକ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

Ratnamani Maharana

ପିପିଲି ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର, ଶେଷଥର ପାଇଁ ଭୋଟରଙ୍କ ଦୁଆରକୁ ଯିବେ ପାର୍ଥୀ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More