News

ଫେସ୍‌ବୁକ୍‌ ତଥ୍ୟ ଚୋରି ମାମଲା: ଭାରତରେ ୫.୬ ଲକ୍ଷ ଲୋକ ପ୍ରଭାବିତ!

କେମ୍ବ୍ରିଜ ଆନାଲିଟୀକା ଦ୍ଵାରା ତଥ୍ୟ ଚୋରି

ଫେସ୍‌ବୁକ୍‌ରୁ ତଥ୍ୟ ଚୋରି ଘଟଣାକୁ ନେଇ ବିଶ୍ୱବ୍ୟାପୀ ଏହାର ବ୍ୟବହାରକାରୀ ବା ୟୁଜର୍‌ମାନେ ସଂଶୟ ମଧ୍ୟରେ ରହିଥିବା ବେଳେ କମ୍ପାନୀ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାଶ କରାଯାଇଛି। ଏଭଳି ତଥ୍ୟ ଚୋରି ଦ୍ୱାରା ୫.୬ ଲକ୍ଷରୁ ଊର୍ଦ୍ଧ୍ବ ଭାରତୀୟ ପ୍ରଭାବିତ ହୋଇଛନ୍ତି ବୋଲି ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଛି। ବିଶ୍ୱର ମୋଟ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ମଧ୍ୟରୁ ପ୍ରଭାବିତ ଭାରତୀୟ ୟୁଜର୍‌ଙ୍କ ସଂଖ୍ୟା ମାତ୍ର ୦.୬% ବୋଲି ଫେସ୍‌ବୁକ୍‌ ସଫେଇ ଦେବାକୁ ଉଦ୍ୟମ କରିଛିି।

‘କେମ୍ବ୍ରିଜ୍‌ ଆନାଲିଟିକା’କୁ ବେଆଇନ ଭାବେ ବିଶ୍ୱର ୮୭ ଲକ୍ଷ ୟୁଜର୍‌ଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଦାନ ଚୋରି କରିଥିବା ନେଇ ଆଜି ଖୋଦ୍‌ ଫେସ୍‌ବୁକ୍‌ ସିିଇଓ ମାର୍କ ଜୁକରବର୍ଗ ସ୍ୱୀକାର କରିଛନ୍ତି। ଏମାନଙ୍କ ମଧ୍ୟରେ ୫ଲକ୍ଷ ୬୨ ହଜାର ୧୨୦ ଜଣ ଭାରତୀୟଙ୍କର ମଧ୍ୟ ତଥ୍ୟ ରହିଥିବା ଜଣାପଡ଼ିଛି।

କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ମନସ୍ତତ୍ୱବିତ୍‌ ପ୍ରଫେସର ଡ.ଆଲେକଜାଣ୍ଡାର କୋଗାନ୍‌ଙ୍କ ଗ୍ଲୋବାଲ ସାଇନ୍ସ ରିସର୍ଚ ନାମକ ଏକ କମ୍ପାନି ମାଧ୍ୟମରେ କେମ୍ବ୍ରିଜ ଆନାଲିଟିକା ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କୁ ସ୍ୱତନ୍ତ୍ର ଆପ୍‌ ଇନ୍‌ଷ୍ଟଲ କରିବା ପାଇଁ ପ୍ରବର୍ତ୍ତାଇଥିଲା। ଏହି ତାଲିକାର ସର୍ବାଗ୍ରେ ଆମେରିକା ରହିଥିବା ବେଳେ ମୋଟ ତଥ୍ୟଚୋରିର ପ୍ରାୟ ୮୧ ପ୍ରତିଶତ ଅର୍ଥାତ୍‌ ୭ କୋଟି ଆମେରିକୀୟ ଲୋକଙ୍କ ତଥ୍ୟ ଚୋରି ହୋଇଛି।

ବ୍ରିଟିଶ୍‌ କନ୍‌ସଲଟାନ୍ସି ଭାରତର ବିଭିନ୍ନ ରାଜନୈତିକ ଦଳକୁ ପ୍ରଚାର ନିମନ୍ତେ ଜାତି ସମ୍ବନ୍ଧୀୟ ସମୀକ୍ଷାମୂଳକ ସୂଚନା ପ୍ରଦାନ କରୁଥିବା ଅଭିଯୋଗ ହୋଇଥିଲା। ଏହି କନ୍‌ସଲଟାନ୍ସିର ମୂଳ କମ୍ପାନୀ ‘ଷ୍‌ଟ୍ରାଟେଜିକ୍‌ କମ୍ୟୁନିକେଶନ୍‌ ଲିମିଟେଡ୍‌ (ଏସ୍‌ସିଏଲ୍‌)’ ୨୦୦୩ରୁ ୨୦୧୨ ମଧ୍ୟରେ ଭାରତର ୬ଟି ରାଜ୍ୟରେ ଅନୁଷ୍ଠିତ ନିର୍ବାଚନ ପାଇଁ ରାଜନୈତିକ ପରିବେଶ ଏବଂ ପରିସ୍ଥିତି ସମ୍ବନ୍ଧରେ ଅନୁଧ୍ୟାନ କରିଥିଲା ଏବଂ ବିଜେପି, କଂଗ୍ରେସ ଓ ଜେଡି(ୟୁ) ‘କେମ୍ବ୍ରିଜ୍‌ ଆନାଲିଟିକା’ର ଗ୍ରାହକ ଥିଲେ ବୋଲି ମଧ୍ୟ ଅଭିଯୋଗ ଉଠିଥିଲା। ଏଭଳି ତଥ୍ୟ ଚୋରି ପାଇଁ ଫେସ୍‌ବୁକ୍‌ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗତ ମାସରେ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ କଡ଼ା ଚେତାବନୀ ଦେଇଥିଲେ। ଏଥିସହ ଫେସ୍‌ବୁକର ସିଇଓ ମାର୍କ ଜୁକରବର୍ଗଙ୍କୁ ସମନ ଜାରି କରାଯାଇଥିଲା। ଏହି ମାମଲାରେ ଜୁକରବର୍ଗଙ୍କୁ ଆସନ୍ତା ସପ୍ତାହରେ ଆମେରିକା କଂଗ୍ରେସ ନିକଟରେ ହାଜର ହେବାକୁ ପଡିବ। ଏହା ପୂର୍ବରୁ ସେ ଅନୁତାପ କରିଛନ୍ତି। ତୃତୀୟ ପାର୍ଟିକୁ ତଥ୍ୟ ପ୍ରଦାନ କରିବା କମ୍ପାନୀର ବହୁତ ଭୁଲ୍‌ ଥିଲା ବୋଲି ସେ କହିଛନ୍ତି।

ପଢନ୍ତୁ; ବିଜେଡି ନେତା ଯଶୋବନ୍ତ ହତ୍ୟା ଘଟଣାର ପର୍ଦାଫାସ: ଠିକା କାମକୁ ନେଇ ହୋଇଥିଲା ହତ୍ୟା!

Related posts

ଏପ୍ରିଲ ୧ରୁ ତାତିରୁ ଆଶ୍ଵସ୍ତି , ଆଜି କାଳବୈଶାଖୀ ସମ୍ଭାବନା

ENO Beuro

ଫନି ପୀଡିତଙ୍କ ପାଇଁ ନବୀନଙ୍କ ସ୍ଵତନ୍ତ୍ର ପ୍ୟାକେଜ

Ratnamani Moharana

ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଭୂଇଁରେ ପୋତି ହୋଇଗଲା କାର୍

ENO Beuro

1 comment

Leave a Comment