News

ନକ୍ସଲ ଆକ୍ରମଣରେ ଓଡ଼ିଆ କ୍ୟାମେରାମ୍ୟାନ୍‌,୨ସୁରକ୍ଷାକର୍ମୀ ସହିଦ

ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ଗଣମାଧ୍ୟମ ଉପରେ ହମଲା କରିଛନ୍ତି ନକ୍ସଲ । ଦାନ୍ତେୱାଡ଼ା ଜିଲ୍ଲାର ଆରନପୁର ନିକଟରେ ଏହି ଘଟଣା ଘଟିଛି । ଏହି ଆକ୍ରମଣରେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ୍‌ ଏବଂ ଦୁଇ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ନକ୍ସଲ୍‌ମାନେ ନ୍ୟୁଜ୍‌ ଚ୍ୟାନେଲ୍‌ର ଟିମ୍‌ ଉପରକୁ ଆକ୍ରମଣ କରିଥିଲେ।

nkcl

ମୃତ କ୍ୟାମେରାମ୍ୟାନ ହେଉଛନ୍ତି ଓଡିଶାର ଅଚ୍ୟୁତାନନ୍ଦ ସାହୁ । ଅଚ୍ୟୁତାନନ୍ଦଙ୍କ ଘର ବରଗଡ ଜିଲ୍ଲା ଲୋଇସିଂହାରେ ବୋଲି ଜଣାପଡିଛି । ଏହି ଟିମ୍ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ନକ୍ସଲମାନେ ଟାର୍ଗେଟ କରିଥିଲେ । ଫଳରେ ଅଚ୍ୟୁତାନନ୍ଦଙ୍କର ମୃତ୍ୟୁ ହୋଇଛି । ସେହିପରି ଦୁଇଜଣ ସୁରକ୍ଷାକର୍ମୀ ମଧ୍ୟ ଆକ୍ରମଣରେ ସହିଦ ହୋଇଛନ୍ତି ।

ସୂଚନାଯୋଗ୍ୟ, ଦୁଇଦିନ ତଳେ ନିର୍ବାଚନ ପାଇଁ ନିୟୋଜିତ ଏକ ବୁଲେଟ୍‌ ପ୍ରୁଫ୍‌ ବଙ୍କର (ବିପିବି) ଗାଡ଼ିକୁ ନକ୍ସଲମାନେ ବିଜାପୁର ଜିଲ୍ଲାରେ ଉଡାଇ ଦେଇଥିଲେ। ଏଥିରେ ୪ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ।

ପଢନ୍ତୁ; ନିଜର ପ୍ରକୃତ ଫେସ୍‌ବୁକ୍‌ ପେଜ୍‌ ଓ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ସହ ଯୋଡ଼ି ହେବାକୁ ଅନୁରୋଧ କଲେ ବାବୁସାନ୍‌

Related posts

ଇମରାନ ଖାନଙ୍କୁ ଭଗବାନ ଶିବଙ୍କ ରୂପରେ ଚିତ୍ରଣ କଲେ ବିରୋଧୀ ଦଳ!

ENO Beuro

ଜେସିବିକୁ ଧକ୍କା ଦେଲା ଏର୍ଣ୍ଣାକୁଲମ-ହାଓ୍ବଡ଼ା ଏକ୍ସପ୍ରେସ୍ ଟ୍ରେନ୍‌

ENO Beuro

ବଜ୍ର ନେଲା ୧୯ ଜୀବନ, ବାଲେଶ୍ଵରରେ ସର୍ବାଧିକ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More