POLITICALS

ମମତାଙ୍କ ପ୍ରଚାର ବନ୍ଦ କଲେ ନିର୍ବାଚନ କମିଶନ

E

ଗତକାଲି ବିଜେପି ସଭାପତି ଅମିତ ଶାହଙ୍କ କୋଲକାତା ରାଲି ବେଳେ ବିଜେପି ଏବଂ ଟିଏମସି ସମର୍ଥକମାନଙ୍କ ମଧ୍ୟରେ ସଂଘ‌ର୍ଷ ହୋଇଥିଲା ଏବଂ କେତେକ ଦୁର୍ବୃତ୍ତ କଲେଜରେ ପଶି ବିଦ୍ୟାସାଗରଙ୍କ ପ୍ରତିମୂର୍ତି ଭ‌ାଙ୍ଗି ଦେଇଥିଲେ। ଏନେଇ ନିର୍ବାଚନ କମିଶନଙ୍କ  ଆଗରେ ଅଭିଯୋଗ କରିଥିଲା ବିଜେପି। ପଶ୍ଚିମ ବଙ୍ଗରେ ନିର୍ବାଚନ ପ୍ରଚାର ଅଭିଯାନକୁ ୨୪ ଘଣ୍ଟା ପୂର୍ବରୁ ସମାପ୍ତ କରିବା ଲାଗି ନିର୍ଦେଶ ଦେଇଛନ୍ତି। ଗୁରୁବାର ପଶ୍ଚିମବଙ୍ଗରେ ମୋଦୀଙ୍କର ୨ଟି ରାଲି ରହିଛି। ଏହା ଶେଷ ହେବା ପରେ ନିର୍ବାଚନ ଆୟୋଗ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।

ନିର୍ବାଚନ ଆୟୋଗଙ୍କ ଏପରି ନିଷ୍ପତ୍ତି ଅନ୍ୟାୟ, ଅନୈତିକ ଏବଂ ରାଜନୈତିକ ପକ୍ଷପାତିତା ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି, ନିର୍ବାଚନ ଆୟୋଗ ଗୁରୁବାର ରାତିରୁ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କଲେ। ଗୁରୁବାର ରାତି ୧୦ଟାରୁ ଏହା କାର୍ଯ୍ୟକାରୀ ହେବ। ତେବେ ଏଥିପାଇଁ ଆୟୋଗ ୨୪ ଘଣ୍ଟା କ’ଣ ପାଇଁ ଅପେକ୍ଷା କଲେ। ବୁଧବାର ସନ୍ଧ୍ୟାରୁ କଟକଣା ଲଗାଯାଇ ପାରିଥାନ୍ତା। ମାତ୍ର କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ପାଇଁ ନିର୍ବାଚନ ଆୟୋଗ ଅପେକ୍ଷା କଲେ।
ପଢନ୍ତୁ: ଭୋଟ ଗଣତି ପୂର୍ବରୁ ନବୀନଙ୍କୁ ଟାଣିବାକୁ ଜାତୀୟ ସ୍ତରରେ ଚାଲିଛି କସରତ

Related posts

ନ୍ୟୁଜ୍ କାଳିଆ ଯୋଜନାକୁ ନେଇ ପୁଣି ଆରମ୍ଭ ହେଲା ବିବାଦ

Ratnamani Moharana

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କର ଆଜି ଓଡିଶା ଗସ୍ତ

Ratnamani Moharana

କଂଗ୍ରେସ ସଭାପତି ଚୟନ ପ୍ରକିୟାରେ ସାମିଲ୍‌ ହେଲେନି ସୋନିଆ-ରାହୁଲ

Ratnamani Moharana

Leave a Comment