POLITICALS

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର ଅଭିଯାନ

St

ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଲୋକସଭା ନିର୍ବାଚନ  ପାଇଁ ଆଜି ପ୍ରଚାର ଶେଷ ହେବ। ଏହି ପର୍ଯ୍ୟାୟରେ ରବିବାର ଦିନ ୮ ରାଜ୍ୟର ୫୯ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍ ‍ଗ୍ରହଣ ହେବ ।ଉତ୍ତର ପ୍ରଦେଶର ୧୩ଟି, ପଞ୍ଜାବର ସମସ୍ତ ୧୩ଟି, ପଶ୍ଚିମବଙ୍ଗର ୯ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ, ହିମାଚଳ ପ୍ରଦେଶର ସମସ୍ତ ୪ଟି, ଝାଡଖଣ୍ଡର ୩ଟି ଓ ଚଣ୍ଡୀଗଡର ଏକମାତ୍ର ନିର୍ବାଚନ ମଣ୍ଡଳୀରେ ଭୋଟ୍‍ ଗ୍ରହଣ ହେବ। ଲୋକସଭା ଆସନ ପାଇଁ ହାତରେ ଆଉ କିଛି ଘଣ୍ଟା ଥିବାରୁ ପୂରା ଦମ୍‌ ଲଗାଇ ପ୍ରଚାର କରୁଛନ୍ତି ସବୁ ଦଳର ଷ୍ଟାର ପ୍ରଚାରକ ।

୨୩ ତାରିଖ ଦିନ ଭୋଟ୍‍ ଗଣତି  କରାଯିବ । ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରେ ମଧ୍ୟ ମତଦାନ ହେବ । ସେହିପରି ବ୍ୟାପକ ହିଂସା ଯୋଗୁ ନିର୍ବାଚନ କମିଶନ ଧାର୍ଯ୍ୟ କରିଥିବା ସମୟ ଅନୁଯାୟୀ ଆଜି ରାତି ୧୦ଟାରେ ପଶ୍ଚିମବଙ୍ଗରେ ପ୍ରଚାର ଶେଷ ହୋଇଛି।  ଆଜି ରାତି ୧୦ଟା ପରଠାରୁ ନିର୍ବାଚନ ସରିବାଯାଏ କୌଣସି ପ୍ରଚାର ହେବନାହିଁ ବୋଲି ନିର୍ଦେଶ ଦେଇଛନ୍ତି ଇଲେକଶନ କମିଶନ।
ପଢନ୍ତୁ: ଫନି’ ପରେ ପରିବା ବଜାରରେ ହଇଚଇ

Related posts

ଆସନ୍ତା ୧୨ ତାରିଖରେ କଂଗ୍ରେସରେ ଯୋଗ ଦେବେ ହାର୍ଦ୍ଦିକ

ENO Beuro

ସାଂସଦଭାବେ ଶପଥ ନେବାପରେ ରେଜିଷ୍ଟରରେ ଦସ୍ତଖତ କରିବାକୁ ଭୁଲିଗଲେ ରାହୁଲ ଗାନ୍ଧି

Ratnamani Moharana

ଉପବାଚସ୍ପତି ପଦ ପାଇଁ ବିଜେଡିକୁ ଶିବସେନାର ବିରୋଧ

Ratnamani Moharana

Leave a Comment