LIFESTYLE

କର୍ପୂରରେ ରହିଛି ଅନେକ ଔଷଧୀୟ ଗୁଣ ,ଆସନ୍ତୁ ଜାଣିବା ଏହାର ଉପକାରିତା

କର୍ପୂର ଘରେ ପୂଜାକରିବା ସମୟରେ ବ୍ୟବହାର କରାଯାଇଥାଏ ,ତା ସହିତ ପୋଷାକ ଓ ବହିକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ବ୍ୟବହାର କରାଯାଏ । ଏହା ଶରୀର ରୁ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ ।

ଏହାର ଅନେକ ଔଷଧୀୟ ଗୁଣ ରହିଛି ,ଆସନ୍ତୁ ଜାଣିବା ସେ ସମ୍ପର୍କ ରେ ;

-ଶୀତଦିନେ ଅନେକ ଲୋକଙ୍କର ନାକ ବନ୍ଦ ହୋଇଯାଏ ଓ ନିଶ୍ୱାଃସ ନେବାରେ ସମସ୍ୟା ଉପୁଜିଥାଏ। କର୍ପୂର ଏହି ସମସ୍ୟାରୁ ମୁକ୍ତି ଦେଇଥାଏ।ଏଥିପାଇଁ ଆପଣଙ୍କୁ ଏକ ବଡ଼ ପାତ୍ରରେ ଜଳ ଗରମ କରିବାକୁ ପଡ଼ିବ ଓ ସେଥିରେ କର୍ପୂରର ଖଣ୍ଡ ମିଶାଇବାକୁ ପଡ଼ିବ।ଏକ ତଉଲିଆ ଢ଼ାଙ୍କି ଦେଇ ବାମ୍ଫକୁ ନିଅନ୍ତୁ। ଯେପରି ଷ୍ଟିମ୍ ବାହାରକୁ ଯାଇନପାରେ।ସେହି ବାମ୍ଫକୁ ନାକ ଭିତରକୁ ନିଅନ୍ତୁ।

-ଯେଉଁମାନଙ୍କର ଦେହ କୁଣ୍ଡେଇ ହୋଇଥାଏ,ସେମାନେ ଏଥିରୁ ରକ୍ଷା ପାଇବା ଲାଗି ପାଣିରେ କର୍ପୂର ତେଲ ମିଶାଇ କୁଣ୍ଡେଇ ହେଉଥିବା ଜାଗାରେ ଲଗାଇଲେ,ସେଥିରୁ ମୁକ୍ତି ମିଳିଥାଏ।

-କର୍ପୂର ଶରୀର ତଥା ମସ୍ତିଷ୍କକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

-କେଶ ବୃଦ୍ଧି ଲାଗି ମଧ୍ୟ କର୍ପୂର ତୈଳ ଉପଯୁକ୍ତ।ତେଲରେ ଅଳ୍ପ କର୍ପୂର ମିଶାଇ କେଶରେ ଲଗାଇଲେ,ତାହା କେଶ ବୃଦ୍ଧିରେ ସହାୟକ ହୋଇଥାଏ।

-ଯେଉଁ ମାନଙ୍କୁ ରାତିରେ  ଭଲ ନିଦ ଆସୁନଥାଏ , ସେମାନଙ୍କ ପାଇଁ ଏକ ଭଲ ଔଷଧ ହେଲା କର୍ପୂର ତୈଳର କିଛି ବୁନ୍ଦା ନାକରେ ଲଗାଇବା।ଏହାଦ୍ୱାରା ଖୁବ୍ ଭଲ ନିଦ ଆସେ।

-ଖାଲି ସେତିକି ନୁହେଁ କର୍ପୂର ମଧ୍ୟ ଡ଼େଙ୍ଗୁ ମଶାରୁ ରକ୍ଷା କରିଥାଏ।କୋଠରୀରେ କର୍ପୂର ଜଳାଇ ସବୁ କବାଟ ଓ ଝରକା ବନ୍ଦ କରିଦେଲେ,ସେଥିରେ ଥିବା ସବୁ ମଶା ମରିଯାଆନ୍ତି ଓ ମ୍ୟାଲେରିଆ ଓ ଡ଼େଙ୍ଗୁ ଆଦି ରୋଗରୁ ମଧ୍ୟ ରକ୍ଷା ମିଳିଥାଏ।

ପଢନ୍ତୁ ;

ଇତିହାସ ରଚିଲା ଇସ୍ରୋ ,ଉପଗ୍ରହ ପ୍ରେରଣ କଲା ମହାକାଶକୁ

Related posts

ହୃଦ୍‌ ଜନିତ ସମସ୍ୟା ଦୂର କରିବା ସହ କୋଲେଷ୍ଟ୍ରଲ ପରିମାଣ ମଧ୍ୟ କମ କରିଥାଏ ଟମାଟୋ ଜୁସ୍‌!

ENO Beuro

ଫଳ ଉପରେ ଲାଗିଥିବା ଷ୍ଟିକର ବିଷୟରେ କିଛି ଜାଣିଛନ୍ତି କି ? ଜାଣନ୍ତୁ ଏହି ଷ୍ଟିକର କଣ ସୂଚାଇଥାଏ ?

ENO Beuro

ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ସଜନା ଶାଗ!ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More