News

ସାବରମତୀ ଆଶ୍ରମ ଓ ଅକ୍ଷରଧାମ ମନ୍ଦିର ପରିଦର୍ଶନ କଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ

ଆଜି ଗୁଜରାଟରେ କାନାଡା ପ୍ରଧାନମନ୍ତ୍ରୀ

ଭାରତ ଗସ୍ତରେ ଆସିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଆଜି ପରିବାର ସହିତ ଗୁଜରାଟ ପହଞ୍ଚିଛନ୍ତି। ପତ୍ନୀ ସୋଫି ଏବଂ ତିନି ପିଲାଙ୍କ ସହିତ ସେ ଗୁଜରାଟର ସାବରମତୀ ଆଶ୍ରମ ପହଞ୍ଚିଛନ୍ତି। ଆଶ୍ରମରେ ପହଞ୍ଚି ଟ୍ରୁଡୋ ମହାତ୍ମା ଗାନ୍ଧୀଙ୍କ ସହ ଜଡ଼ିତ ସାମଗ୍ରୀ ଉପରେ ରୁଚି ଦେଖାଇଥିଲେ। କାନାଡା ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କ ପତ୍ନୀ ଓ ପିଲାମାନେ ଏଠାରେ ଚରଖା ମଧ୍ୟ ଚଲାଇଛନ୍ତି। ପୁରା ଆଶ୍ରମ ବୁଲି କାନାଡା ପିଏମ ଗାନ୍ଧୀଙ୍କର ଏହି ପବିତ୍ର ସ୍ଥଳକୁ ଉପଭୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ରୁଡୋ ଭିଜିଟର୍ସ ବୁକରେ ମଧ୍ୟ ନିଜର ବାର୍ତ୍ତା ଲେଖିଥିଲେ।

ଏହାପରେ ଜଷ୍ଟିନ ଟ୍ରୁଡୋ ସପରିବାର ଗାନ୍ଧିନଗର ଗସ୍ତ କରିଛନ୍ତି । ସେଠାରେ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଓ ପରିବାର । ପତ୍ନୀ ଓ ପିଲାଙ୍କ ସହ ଅକ୍ଷରଧାମ ମନ୍ଦିର ବୁଲି ଦେଖିଛନ୍ତି ଜଷ୍ଟିନ୍ ଟ୍ରୁଡୋ । ମନ୍ଦିରର ପୂଜକମାନେ କାନାଡା ପ୍ରଧାନମନ୍ତ୍ରୀଙ୍କ ପରିବାରକୁ ମନ୍ଦିର ପରିସରରେ ବିଭିନ୍ନ ସ୍ଥାନ ବୁଲି ଦେଖାଇଛନ୍ତି।

ଟ୍ରୁଡୋ ପରିବାରକୁ ସ୍ୱାଗତ କରିବା ପାଇଁ ଅକ୍ଷରଧାମ ମନ୍ଦିର ପରିସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଗୁଜରାଟରେ କାନାଡା ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । କାନାଡା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଉଦ୍ଦେଶ୍ୟରେ ରାଜ୍ୟର ପ୍ରତ୍ୟେକ ସହରର ବିଭିନ୍ନ ସ୍ଥାନରେ ହୋର୍ଡିଂ ଓ ପୋଷ୍ଟର ଲଗାଯାଇଛି।

ପଢନ୍ତୁ;ମଧୁମେହ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ “କଲରା” ! ଜାଣନ୍ତୁ କଲରା ଜୁସ୍ ଶରୀର ପାଇଁ କେତେ ଉପକାରୀ ଅଟେ?

Related posts

ଜିଏସ୍‌ଟି ଉପରେ ନୂତନ ପଦକ୍ଷେପ, ୨୭ଟି ସାମଗ୍ରୀ ଉପରେ ଟିକସ କମ

ENO Beuro

ବାରାଣସୀରୁ ପାର୍ଥୀପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Ratnamani Moharana

ମୃତ୍ୟୁର ଉପହାର ଘଟଣା : ପ୍ରେମ ନୁହେଁ , ପୂର୍ବଶତ୍ରୁତା !

ENO Beuro

1 comment

Leave a Comment