News

ସାତ ଦିନିଆ ଭାରତ ଗସ୍ତରେ କାନାଡ଼ା ପ୍ରଧାନମନ୍ତ୍ରୀ : ସପରିବାରଙ୍କ ସହ ପରିଦର୍ଶନ କଲେ ତାଜମହଲ

By ENO Beuro

February 19, 2018

 ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଭାସ୍କର୍ଯ୍ୟ ଆଗ୍ରାର ତାଜମହଲ ପରିଦର୍ଶନ କଲେ କାନାଡ଼ା ପ୍ରଧାନମନ୍ତ୍ରୀ

ଗତକାଲି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପରିବାର ସହିତ ପ୍ରେମର ପ୍ରତୀକ ତାଜମହଲ ପରିଦର୍ଶନ କରିଛନ୍ତି। ଜଷ୍ଟିନ ଟ୍ରୁଡୋ ସକାଳ ପ୍ରାୟ ୯ଟା ୨୦ରେ ଆଗ୍ରା ପହଞ୍ଚି ଏହି ସପ୍ତାଶ୍ଚାର୍ୟ୍ୟର ସୌନ୍ଦର୍ୟ୍ୟକୁ ମନଭରି ଉପଭୋଗ କରିଛନ୍ତି। ତାଜମହଲ ଭ୍ରମଣ ସମୟରେ ଟ୍ରୁଡୋଙ୍କ ତିନି ପୁଅ-ଝିଅ ବହୁତ ମସ୍ତି କରୁଥିବା ନଜର ଆସିଥିଲେ। ପତ୍ନୀଙ୍କ ସହିତ ଟ୍ରୁଡୋ ବହୁତ ରୋମାଣ୍ଟିକ ଶୈଳୀରେ ଫଟୋଗ୍ରାଫି କରିଛନ୍ତି। ଏହି ସମୟରେ କାନାଡାର ପ୍ରଧାନମନ୍ତ୍ରୀ ତାଜମହଲର ସୁନ୍ଦରତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି।

ତାଙ୍କର ଏହି ଗସ୍ତ କାଳରେ ସେ ଦିଲ୍ଲୀର ଜମା ମସଜିଦ୍‌, ଗୁଜରାଟର ସ୍ୱାମୀନାରାୟଣ ଅକ୍ଷରଧାମ ମନ୍ଦିର ଏବଂ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ପରି ବିଭିନ୍ନ ଧର୍ମର ଉପାସନା ସ୍ଥଳ ପରିଭ୍ରମଣ କରିବେ। ଏଥି ସହିତ ଟ୍ରୁଡ୍ୟୁ ଆସନ୍ତା ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।

ଏହି ଅବସରରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜି ଲଗାଣ, ଶକ୍ତି, ବିଜ୍ଞାନ, ଉଚ୍ଚ ଶିକ୍ଷା, ସୁରକ୍ଷା, ଆତଙ୍କବାଦ ଦମନ ଏବଂ ଦକ୍ଷତା ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ରାଜିନାମା ସ୍ୱାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି।

ପଢନ୍ତୁ;

ମଧୁମେହ ରୋଗରେ ପୀଡିତ ହୋଇଥିଲେ ଖାଆନ୍ତୁ “କଞ୍ଚା ଆମ୍ବ” ,ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ବନ୍ଧରେ…