News

ରେଳବାଇର ଆଇଆର୍‌ସିଟିସି ଯୋଜନା, ସବୁ ତଥ୍ୟ ମିଳିବ ମୋବାଇଲ୍‌ ଫୋନ୍‌ରୁ

By Krishna Kumar Manoj

October 25, 2017

ରେଳଯାତ୍ରୀମାନଙ୍କର ସୁବିଧା ସୁଯୋଗ ପାଇଁ ରେଳବାଇ ବହୁ ନୂଆ ନୂଆ ଯୋଜନା ମାନ ପ୍ରସ୍ତୁତ କରିବାରେ ଲାଗିଛି । ଏବେ ପୁଣିଥରେ ଯାତ୍ରୀମାନଙ୍କ ଉତ୍ତମ ଭ୍ରମଣ ସୁବିଧା ପାଇଁ ଏବଂ ଚଞ୍ଚଳ ତଥା ସହଜରେ ଟିକେଟ୍‌ ବୁକିଙ୍ଗ୍‌ କରାଇବା ସକାଶ ରେଳବାଇ ଏକ ପୂନର୍ବିନ୍ୟାସ କରାଯାଇଥିବା ୱେବ୍‌ସାଇଟ୍‌ ଏବଂ ନୂତନ ଆଣ୍ଡ୍ରଏଡ୍‌ ଭିତ୍ତିକ ଇଣ୍ଡିଆନ୍‌ ରେଲ୍‌ୱେଜ୍‌ କ୍ୟାଟରିଙ୍ଗ୍‌ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେସନ୍‌ (ଆଇଆର୍‌ସିଟିସି) ଆରମ୍ଭ କରିବାକୁ ଯାଉଛି।

ଏହି ନୂତନ ୱେବ୍‌ସାଇଟ୍‌ରେ ଲଗ୍‌-ଇନ୍‌ ଏବଂ ନେଭିଗେସନ୍‌ କରିବାରେ ଅଡୁଆ ନାହିଁ ତଥା ଟିକେଟ୍‌ ବୁକିଙ୍ଗ୍‌ କରୁଥିବା ସମୟରେ ଟାଇମ୍‌ ଆଉଟ୍‌ ହେଲା ଭଳି ସମସ୍ୟା ନାହିଁ। ଏହାଛଡା କନ୍‌ଫର୍ମ ହୋଇଥିବା ଟିକେଟ୍‌ର ଡିସ୍‌ପ୍ଲେ ଏବଂ ଏକ ଡାଟା ଆନାଲିଟିକ୍‌ ଆଧାରରେ ଯାତ୍ରା ଯୋଜନାର ଦିନ ଠିକ୍‌ କରିବା ଏବୋଂ ଏହା ତତ୍କାଳ ଭଳି ସୁବିଧାର ଦୂରୁପଯୋଗ ଆଦି ହ୍ରାସ କରାଇବାରେ ସହାୟକ ହେବ।

ରେଳଗୁଡ଼ିକର ପହଞ୍ଚିବା, ଛାଡ଼ିବା,  ଯାତ୍ରା ସମୟରେ କୌଣସି ବିଳମ୍ବ, ବିଳମ୍ବର କାରଣ, ପରବର୍ତ୍ତୀ ଷ୍ଟେସନ୍‌ରେ କେତେବେଳେ ପହଞ୍ଚିବ ଏବଂ ଟ୍ରେନ୍‌ର ଅନ୍ତିମ ଗନ୍ତବ୍ୟସ୍ଥଳ ସଂକ୍ରାନ୍ତରେ ଭ୍ରମଣକାରୀମାନଙ୍କ ମୋବାଇଲ୍‌ ଫୋନ୍‌କୁ ଏସ୍‌ଏମ୍‌ଏସ୍‌ ଆଲର୍ଟ ପଠାଇବାକୁ ମଧ୍ୟ ପରିବହନକାରୀ ଯୋଜନା କରୁଛି।

ପଢନ୍ତୁ, ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ ରୂପେ ଇତିହାସର ପାଠ୍ୟକ୍ରମରେ ସ୍ଥାନ ପାଇବ ପାଇକ ବିଦ୍ରୋହ