News

କ୍ୟାନସର ଓ ହୃଦରୋଗ ପୀଡିତ ରୋଗୀଙ୍କୁ ସାମାନ୍ୟ ଆଶ୍ୱସ୍ତି, ୫୧ ପ୍ରକାର ଔଷଧର ଦର କମିଛି

କ୍ୟାନସର ଓ ହୃଦରୋଗ ପୀଡିତ ରୋଗୀଙ୍କୁ ସାମାନ୍ୟ ଆଶ୍ୱସ୍ତି, ୫୧ ପ୍ରକାର ଔଷଧର ଦର କମିଛି

ରୋଗୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେବା ପାଇଁ ନ୍ୟାସନାଲ ଫର୍ମାସ୍ୟୁଟିକଲ ପ୍ରାଇସିଂ ଅଥରଟି(ଏନପିପିଏ) ୫୧ ପ୍ରକାର ଔଷଧର ଦର ୫୩ ପ୍ରତିଶତ ହ୍ରାସ କରିଛି । ସେହି ମୂଲ୍ୟଠାରୁ ଅଧିକ ଦରରେ ଏହି ଔଷଧଗୁଡ଼ିକୁ ବିକ୍ରି କରାଯାଇପାରିବ ନାହିଁ। ଏଥିରେ କ୍ୟାନସର, ହୃଦରୋଗ, ହୃଦଘାତ ଭଳି ଔଷଧକୁ ମଧ୍ୟ ସାମିଲ କରାଯାଇଛି । ରୋଗୀମାନଙ୍କୁ ଉଚିତ ଦରରେ ଔଷଧ ଯୋଗାଇ ପାଇଁ ବେଳେ ବେଳେ ସର୍ବାଧିକ ମୂଲ୍ୟରୁ ଦର ହ୍ରାସ କରିଥାଏ ।

ଏନପିପିଏ ଏକ ନୋଟିସ ଜାରି କରି କହିଛି, ଡ୍ରଗ୍ସ ଆମେଡମେଣ୍ଟ ଅର୍ଡର-୨୦୧୩ ଅନ୍ତର୍ଗତ ୫୩ ଔଷଧର ମୂଲ୍ୟ ୬ରୁ ୫୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି । ଅନ୍ୟ ଏକ ବିଜ୍ଞପ୍ତି ଜାରି କରି ଏନ୍‌ପିପିଏ ପକ୍ଷରୁ କୁହାଯାଇଛି ଯେ ୧୩ ପ୍ରକାର ମିଶ୍ରଣର ସର୍ବୋଚ୍ଚ ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଅନ୍ୟ ୧୫ଟି ମିଶ୍ରଣର ଦର ସଂଶୋଧନ କରାଯାଇଛି। ଏନ୍‌ପିପିଏ ୨୩ଟି ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ମଧ୍ୟ ଘୋଷଣା କରାଯାଇଛି। ଏନପିପିଏ ନ୍ୟସନାଲ ଲିଷ୍ଟ ଅଫ ଇନସୋନିସ୍ୟାଲ ମେଡିସିନ ୨୦୧୫ ହିସାବରେ ଏପର୍ଯ୍ୟନ୍ତ ୮୭୪ ଔଷଧର ମୂଲ୍ୟ ହ୍ରାସ କରିଛି । ସେପ୍ଟେମ୍ବର ପର୍ଯ୍ୟନ୍ତ ୮୨୧ ଔଷଧର ଦର ଏନପିପିଏ ମୂଲ୍ୟ ନିର୍ଦ୍ଧାରଣ କରିଥିଲା ।

ଜାପାନୀ ଏନ୍‌ସେଫାଲାଇଟିସ୍‌ ଟିକାଠାରୁ ଆରମ୍ଭ କରି କର୍କଟ ରୋଗ ପାଇଁ ବ୍ୟବହାର କରାଯାଉଥିବା ଓକ୍ସାଲିପ୍ଲାଟିନ୍‌ ଇଞ୍ଜେକ୍ସ, ମିଳିମିଳା ରୋଗର ଟିକା, ନିଶ୍ଚେତକ ସେଭୋଫ୍ଲୁରାନେ, ଫାଇଟୋମେନାଡାୟୋନ ଏବଂ ଟିବି ଔଷଧ ବିସିଜି ଟିକାର ସର୍ବୋଚ୍ଚ ମୂଲ୍ୟ ଧାର୍ଯ୍ୟ କରାଯାଇଛି।

ଏନପିପିଏ କହିଛି, ଉତ୍ପାଦନକାରୀ ସଂସ୍ଥା ସାମାନ୍ୟ ଦର ଠାରୁ ଅଧିକ ନିଅନ୍ତୁ ନାହି । କମ୍ପାନୀ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟ ଠାରୁ ଯଦି ପୂର୍ବ ଅଧିକ ଟଙ୍କା ନିଆଯାଉଛି, ତେବେ ବର୍ଦ୍ଧିତ ଶୁଲ୍କ ସୁଧ ସହିତ ଆଦାୟ କରାଯିବ । ଯେଉଁ ଔଷଧଗୁଡ଼ିକର ସର୍ବୋଚ୍ଚ ମୂଲ୍ୟ ଧାର୍ଯ୍ୟ କରାଯାଇନାହିଁ, ସେଗୁଡ଼ିକର ମୂଲ୍ୟରେ କଂପାନି ପକ୍ଷରୁ ବର୍ଷକୁ ୧୦% ବୃଦ୍ଧି କରାଯାଇପାରିବ।

ପଢନ୍ତୁ, ଓଡିଶାରେ ଅଣ୍ଡାଦରକୁ ନେଇ ହୋଇଥିବା ସମସ୍ୟାର ସମାଧାନ ପାଇଁ ଆନ୍ଧ୍ର ଉପରେ ଭରସା

Related posts

କେରଳରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ,୨୨ ମୃତ

ENO Beuro

ସାଲେପୁର ଦୁଷ୍କର୍ମ ଘଟଣା : ଜେଲରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

ENO Beuro

ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ଦ.ଆଫ୍ରିକା ରାଷ୍ଟ୍ରପତି

ENO Beuro

1 comment

Leave a Comment