LIFESTYLE

କର୍କଟ ରୋଗରୁ ପାଇପାରିବେ ମୁକ୍ତି ,ଯଦି ଆପଣ ଖାଦ୍ୟରେ ସାମିଲ କରିବେ ଏହି ୪ ଟି ଜିନିଷ

କ୍ୟାନସର ବା କର୍କଟ ଏମିତି ଏକ ରୋଗ ଯାହାର କୌଣସି ଉପଚାର ନାହିଁ । ଧୀରେ ଧୀରେ କ୍ୟାନସର ମହାମାରୀ ରୂପ ନେବାକୁ ବସିଲାଣି । ଆରମ୍ଭରୁ କ୍ୟାନସର ରୋଗ  ଜଣାପଡିଲେ , ଏହି ରୋଗର ଉପଚାର ସମ୍ଭବ ହୋଇପାରେ  । କିନ୍ତୁ ଏହାର ଚିକିତ୍ସା ଏତେ ମହଙ୍ଗା ଯେ ସମସ୍ତେ ଏହି ରୋଗ ପାଇଁ ଖର୍ଚ୍ଚ ବହନ କରି ପାରୁନାହାନ୍ତି । ସେଥିପାଇଁ ଆମକୁ ଆଗରୁ ସଚେତନ ରହିବା ଜରୁରୀ । ବିଶେଷଜ୍ଞଙ୍କ କହିବା ଅନୁସାରେ ଆପଣ ନିଜ ଖାଦ୍ୟଶୃଙ୍ଖଳରେ କିଛି ସୁଧାର ଆଣି କ୍ୟାନସରର ଆଶଙ୍କାକୁ କମ କରିପାରିବେ। ଆସନ୍ତୁ ଜାଣିବା କେଉଁ  ୪  ଟି ଜିନିଷ   ଖାଦ୍ୟରେ ସାମିଲ କଲେ ,ଆମ୍ବେ କର୍କଟ ରୋଗରୁ ମୁକ୍ତି ପାଇପାରିବେ ;

-ଅଦା- ଅଦା  ଅନେକ ପ୍ରକାର କ୍ୟାନସରରୁ ଆମକୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଅଦା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଅଦା ସେବନ କରିବା ଦ୍ୱାରା ଚର୍ମ କର୍କଟ ଓ ସ୍ତନ କର୍କଟର ଆଶଙ୍କା ବହୁ ପରିମାଣରେ କମିଯାଏ ।

 -ବ୍ରୋକଲି- ବ୍ରୋକଲି ଖାଇବା ଦ୍ୱାରା କ୍ୟାନସରର ଆଶଙ୍କା କମିଯାଏ । ଏହା ଖାଇବା ଦ୍ୱାରା ମୁଖ କର୍କଟ, ସ୍ତନ କର୍କଟ, ଓ ଯକୃତ କର୍କଟ ରୋଗର ଆଶଙ୍କା କମିଯାଏ । ସପ୍ତାହରେ ୨/୩ ଥର ବ୍ରୋକଲି ଖାଇବା ଉଚିତ ।

-ଟମାଟୋ- ଟମାଟୋରେ ଭରପୁର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ । ଯାହା ଆମର ଶରୀରର ପ୍ରତିଶେଧକ ପ୍ରକିୟାକୁ ତ୍ୱରାନ୍ୱିତ କରିଥାଏ । ଟମାଟୋରେ ଭିଟାମିନ ଏ, ସି ଓ ଇ ଭରପୁର ମାତ୍ରାରେ ଥାଏ । ଏହା ସ୍ତନ କର୍କଟ ରୋକିବାର ଏକ ଭଲ ଉପାୟ ।

-ଗ୍ରୀନ ଟି– ଗ୍ରୀନ ଟି ପିଇବା ଦ୍ୱାରା କର୍କଟ ରୋଗର ଆଶଙ୍କା କମିଯାଏ । ଏହା ସ୍ତନ କର୍କଟ ଓ ପ୍ରୋଷ୍ଟେଟ କର୍କଟରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ । ନିୟମିତ ରୂପେ ୨/୩ କପ୍ ଗ୍ରୀନ ଟି ପିଇବା ଲାଭପ୍ରଦ ସାବ୍ୟସ୍ତ ହୁଏ ।

 

ପଢନ୍ତୁ ;

ଯାତ୍ରୀଙ୍କୁ ଧମକ ଦେଲେ ଇଣ୍ଡିଗୋ କର୍ମଚାରୀ

Related posts

ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

କଫିକୁ ବ୍ୟବହାର କରି କିପରି କେଶ ଏବଂ ଚେହେରାର ସୌନ୍ଦର୍ଯ୍ୟ ବଢାଇବା? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ

ENO Beuro

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More