News

ସହିଦ ଯବାନଙ୍କ ଅମର ଆତ୍ମାର ସଦଗତି କାମନାରେ କନ୍ଧମାଳରେ କ୍ୟାଣ୍ଡେଲ ରାଲି

ରାଲିରେ ରିଜର୍ଭ ପୁଲିସ,କଲେଜ ଛାତ୍ରଛାତ୍ରୀ ଏବଂ ବିଜେପି ସଦସ୍ୟଙ୍କ ଯୋଗଦାନ

ଗତ ଗୁରୁବାରେ କାଶ୍ମୀରର ପୁଲୱାମା ଠାରେ ଯବାନମାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା।ଏହି ଆକ୍ରମଣରେ ୪୪ଜଣ ଯବାନ ସହିଦ ହୋଇଥିଲେ।ଏହି ସହିଦ ଯବାନଙ୍କ ମଧ୍ୟରେ ହୋଇଛନ୍ତି।ସହିଦ ଯବାନଙ୍କ ଆତ୍ମାର ସଦଗତି କାମନା ପାଇଁ ଫୁଲବାଣୀର ସ୍ଥାନୀୟ ମାଦିକୁନ୍ଦା ଛକଠାରୁ ଏକ କ୍ୟାଣ୍ଡେଲ ରାଲିରେ ବାହାରି ଜଗନ୍ନାଥ ମନ୍ଦିରଠାରେ ପହଞ୍ଚି ଜଗତର ନାଥ ଜଗନ୍ନାଥଙ୍କ ଠାରେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ।ଏହି ରାଲିରେ ରିଜର୍ଭ ପୁଲିସ,କଲେଜ ଛାତ୍ରଛାତ୍ରୀ ଏବଂ ବିଜେପି ସଦସ୍ୟ ମାନେ ଯୋଗଦାନ କରିଥିଲେ।

ଆତଙ୍କବାଦୀଙ୍କ ଅମାନବୀୟ ଘଟଣାକୁ ସମଗ୍ର ଦେଶ ଓ ବିଦେଶ ଦୃଢ଼ ନିନ୍ଦା କରିଛନ୍ତି।ସହିଦ ଯବାନଙ୍କ ପାଇଁ ହୋଇଥିବା ଏହି କ୍ୟାଣ୍ଡେଲ ରାଲି ନିମନ୍ତେ ଫୁଲବାଣୀର ସ୍ଥାନୀୟ ମାଦିକୁଣ୍ଡ ଛକ ଠାରୁ ରାଲି ବାହାରି ଜଗନାଥ ମନ୍ଦିର ପାଖରେ ପହଞ୍ଚିଥିଲା।ଏହାସହ ସମ୍ୱଲପୁରରେ ମଧ୍ୟ ସହିଦ ଯବାନଙ୍କ ପାଇଁ କ୍ୟାଣ୍ଡେଲ ଧରି ରାଲି ଆୟୋଜନ କରାଯାଇଛି।ଏହି ରାଲିରେ ଅନେକ ଲୋକ ସାମିଲ ଥିଲେ ସହିଦ ଯବାନଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ।

ପଢନ୍ତୁ:ଆତଙ୍କବାଦ ବିରୋଧରେ ଭାରତ ସହ ଠିଆ ହୋଇଛି ଆମେରିକା:ଏନଏସଏ ଜନ ବୋଲ୍ଟନ

Related posts

ଚନ୍ଦ୍ରପୃଷ୍ଠରେ ମିଳିଲା ବିକ୍ରମ ଲ୍ୟାଣ୍ଡରର ସନ୍ଧାନ

Ratnamani Moharana

ମେ’ ୧୩ରେ ଓଜେଇଇ : ସାରା ରାଜ୍ୟରେ ୪୮ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ENO Beuro

ବେଦାନ୍ତ ଷ୍ଟେରଲାଇଟ କପର ପ୍ଲାଣ୍ଟ ଗୁଳିକାଣ୍ଡ:ମୃତ୍ୟୁସଂଖ୍ୟା ୧୨ରେ ପହଂଚିଲା

ENO Beuro

Leave a Comment