• Home
  • News
  • ପାରାଦୀପ ବନ୍ଦରରେ ବିଶାଳ ପଣ୍ୟବାହୀ ଜାହାଜ “ଏମଭି ଊର୍ଜା” ବା କେପ ସାଇଜ ଭେସେଲ
News

ପାରାଦୀପ ବନ୍ଦରରେ ବିଶାଳ ପଣ୍ୟବାହୀ ଜାହାଜ “ଏମଭି ଊର୍ଜା” ବା କେପ ସାଇଜ ଭେସେଲ

ପାରାଦୀପ ବନ୍ଦରରେ ଲାଗିଛି ବିଶାଳ ପଣ୍ୟବାହୀ ଜାହାଜ ‘ଏମଭି ଊର୍ଜା’ । ଏହାକୁ କେପ ସାଇଜ ଭେସେଲ କୁହାଯାଇଛି । ୨୯୧.୯ ମିଟର ଲମ୍ବ, ୪୫ ମିଟର ଚଉଡା ଏବଂ ୧ ଲକ୍ଷ ୪ ହଜାର ୧୬ ଡିଡବ୍ଲ୍ୟୁଟି ଆକାରର ବଡ ଜାହାଜ ପ୍ରଥମ ଥର ପାଇଁ ପାରାଦୀପ ବନ୍ଦର ମଧ୍ୟକୁ ପ୍ରବେଶ କରିଛି ।  ଜାହାଜଟି ପୋତାଶ୍ରୟର ସିକ୍ୟୁ-୧ ବର୍ଥରେ ଲାଗିଛି । ଅଦାନୀ ଗ୍ରୁପ ମାଲିକାନାରେ ଥିବା ଏହି ଜାହାଜରେ ପାନାମା ଫ୍ଲାଗ ସିପ ରହିଛି ।

ଦକ୍ଷିଣ ଆଫ୍ରିକାର ରିଚାର୍ଡ୍ସ ବେ ବନ୍ଦରରୁ ଷ୍ଟିମ କୋଇଲା ଆଣି ଜାହାଜ ଆସିଛି । ସେଥିରେ ଅଦାନି ଏଣ୍ଟରପ୍ରାଇଜର୍ସ କମ୍ପାନି ପାଇଁ ୧ ଲକ୍ଷ ମେଟ୍ରିକ ଟନର କୋଇଲା ରହିଛି । ହର୍ବାର ମାଷ୍ଟର କ୍ୟାପଟେନ ଏ କେ ମହାପାତ୍ର, କ୍ୟାପଟେନ ଏ ସି ସାହୁ ଏବଂ କ୍ୟାପଟେନ ସଞ୍ଜୟ ଦାସଙ୍କ ନେତୃତ୍ବରେ ମେରାଇମ ବିଭାଗ କର୍ମଚାରୀମାନେ ଆଙ୍କରେଜ ଅଞ୍ଚଳରୁ ପାରାଦୀପର ଲାଗୁନ ଟାଇପ କୃତ୍ରିମ ପୋତାଶ୍ରୟ ମଧ୍ୟରୁ ଅତି ସହଜରେ  ଜାହାଜ ବର୍ଥିଂ ହେବା ପରେ ପାରାଦୀପ ବନ୍ଦର ପକ୍ଷରୁ ଉକ୍ତ ଜାହାଜର କ୍ୟାପଟେନଙ୍କ ସହିତ ନାବିକମାନଙ୍କୁ ସ୍ଵାଗତ କରାଯାଇଥିବା । ବନ୍ଦର ବିକାଶ ତଥା ସଂପ୍ରସାରଣ ଯୋଗୁ ଆଜି ଏଭଳି ବଡ ଆକାରର ପଣ୍ୟବାହୀ ଜାହାଜ ବନ୍ଦରରେ ବର୍ଥିଂ ହୋଇଯାଇପାରେ ବୋଲି ବନ୍ଦରରେ କେପ ସାଇଜ ଭେସେଲ ନିୟମିତ ଭାବେ ପ୍ରବେଶ କରିବ । ଫଳରେ ବନ୍ଦରରେ ପଣ୍ୟ କାରବାର ବହୁ ଗୁଣରେ ବୃଦ୍ଧି ପାଇବ ଏବଂ ଖୁବ ଶୀଘ୍ର ଦେଶରେ ଏହା ପ୍ରଥମ ସ୍ଥାନ ଅଧିକାର କରିପାରିବ ।

ପାରାଦୀପ ବନ୍ଦରରେ ବିଶାଳ ପଣ୍ୟବାହୀ ଜାହାଜ 'ଏମଭି ଊର୍ଜା' ବା କେପ ସାଇଜ ଭେସେଲ  ପାରାଦୀପ ବନ୍ଦରରେ ବିଶାଳ ପଣ୍ୟବାହୀ ଜାହାଜ “ଏମଭି ଊର୍ଜା” ବା କେପ ସାଇଜ ଭେସେଲ

ପଢନ୍ତୁ, ଓଡିଆ ସିନେମା ଜଗତର ନୂଆ ନାୟକଙ୍କ ବିଷୟରେ

Related posts

ଜଣା ଶୁଣା ବରିଷ୍ଠ ସାମ୍ବାଦିକ ବିନୋଦ ବର୍ମା ବ୍ଲାକମେଲି ମାମଲାରେ ଗିରଫ

Krishna Kumar Manoj

ଆପଣ ଖାଉଥିବା ଖାଦ୍ୟ କେତେ ସୁରକ୍ଷିତ ? ଏବେ ନିଜେ ପରିକ୍ଷା କରି ଜାଣିପାରିବେ

Krishna Kumar Manoj

ପୁଣି ଚର୍ଚ୍ଚାରେ ବୋଫର୍ସ ବିବାଦ ! ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେଲା ସିବିଆଇ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More