EnewsOdia.Com

୨ ବର୍ଷ ପାଇଁ ବାସନ୍ଦ ହେଲେ ସାକିବ୍‌

ଦୁର୍ନୀତି ସମ୍ବନ୍ଧିତ ଘଟଣା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)କୁ ଅବଗତ ନ କରାଇବା ବାଂଲାଦେଶ ଟିମର ଷ୍ଟାର୍ ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କୁ ମହଙ୍ଗା ପଡ଼ିଛି। ଯେଉଁ କାରଣରୁ ଆଇସିସି ତାଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି। ଆଇସିସି ଆଣ୍ଟି କରପସନ ନିୟମକୁ ଉଲଂଘନ କରିଥିବା ସାକିବୁଲ ମଧ୍ୟ ନିଜେ ସ୍ୱୀକାର କରିଛନ୍ତି। ବାଂଲାଦେଶ ଟିମ୍ ଭାରତ ଗସ୍ତରେ ଆସିବ। ତେବେ ଏହା ପୂର୍ବରୁ ବାଂଲାଦେଶ ପାଇଁ ଏହା ସବୁଠାରୁ ବଡ଼ ଝଟକା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଗସ୍ତରେ ବାଂଲାଦେଶ ୩ଟି ଟି-୨୦ ମ୍ୟାଚ୍ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଏହି ପ୍ରତିବନ୍ଧ ଲାଗିବା ପରେ ସାକିବଙ୍କ କ୍ରିକେଟ୍ କ୍ୟାରିୟର ବିପଦରେ ପଡ଼ି ଯାଇଛି। ଏହା ସହ ସାକିବଙ୍କ ଏହି ଗୋଟିଏ ଭୁଲ୍ ବାଂଲାଦେଶ କ୍ରିକେଟକୁ ମଧ୍ୟ କଳଙ୍କିତ କରିଛି।

ବାଂଲାଦେଶ ଟେଷ୍ଟ ଓ ଟି-୨୦ କ୍ୟାପଟେନ୍ ସାକିବଙ୍କ ଉପରେ ୨ ବର୍ଷର ବାସନ୍ଦାଦେଶ ମଧ୍ୟରେ ବର୍ଷକର ନିଲମ୍ବନ ସାମିଲ୍ ଅଛି। ସେ ଆଇସିସି ଆଣ୍ଟି କରପସନ୍ କୋଡର ଉଲ୍ଲଙ୍ଘନ କରିବାର ୩ଟି ଅଭିଯୋଗକୁ ସ୍ୱୀକାର କରିଛନ୍ତି। ଏହି ପ୍ରତିବନ୍ଧ ସବୁ ଫର୍ମାଟରେ ଲାଗୁ ହେବ। ସେ ଅକ୍ଟୋବର ୨୯ , ୨୦୨୦ ପର୍ଯ୍ୟନ୍ତ ବାଂଲାଦେଶ ଟିମର ଚୟନ ପାଇଁ ଉପଲବ୍ଧ ହେବେ ନାହିଁ। ବାସନ୍ଦାଦେଶ ଲାଗିବା ଦ୍ୱାରା ସାକିବ୍ ଆସନ୍ତାବର୍ଷ ଆଇପିଏଲରେ ମଧ୍ୟ ଖେଳିପାରିବେ ନାହିଁ।

ପଢନ୍ତୁ: ଡ୍ୱେନ୍ ବ୍ରାଭୋଙ୍କ ସହ ଟେବୁଲ୍ ଟେନିସ୍ ଖେଳିଲେ ଧୋନି

ସମ୍ବନ୍ଧିତ ଖବର

ଭାରତରେ ପ୍ରଥମ ଥର ପାଇଁ ରାତିରେ ଖେଳାଯିବ ଟେଷ୍ଟ ମ୍ୟାଚ !

Ratnamani Maharana

କୁଏତରେ ଚମକିଲେ ପ୍ରବାସୀ ଓଡ଼ିଆ ଖେଳାଳି

Ratnamani Maharana

ସୁପର ଓଭରରେ ନ୍ୟୁଜଲାଣ୍ଡକୁ ପୁଣି ଝଟ୍‌କା

Ratnamani Maharana

ଆଜି ଭାରତ-ଶ୍ରୀଲଙ୍କା ୨ୟ ଟି-୨୦

Ratnamani Maharana

ଦୀପାବଳି ପୂର୍ବରୁ ଝିଅ ଜିଭା ସହ ଗାଡ଼ି ଧୋଇଲେ ଧୋନି

Ratnamani Maharana

୨୦୨୩ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ଦୌଡ଼ରେ ଭାରତ

Ratnamani Maharana