News

କେନ୍ଦୁଝରର ଆନନ୍ଦପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା:୪ମୃତ,୩ ଗୁରୁତର

ସଡକ ଦୁର୍ଘଟଣାରେ ୪ ମୃତ୍ୟୁ

କେନ୍ଦୁଝର ଆନନ୍ଦପୁର ବାଙ୍ଖିଡି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ କାର ଗଛ ସହ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଗୁରୁତରଙ୍କୁ ପ୍ରଥମେ ଆନନ୍ଦପୁର ମେଡ଼ିକାଲ ଓ ପରେ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ମୃତକ ରାମଚନ୍ଦ୍ରପୁରର ସାଇଁକୂଳ ଅଂଚଳର ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଘସିପୁରା ବ୍ଲକ ସାଇଁକୁଳ ଅଞ୍ଚଳର ବୈକୁଣ୍ଠ ପଣ୍ଡାଙ୍କ ପରିବାର ଠାକୁରମୁଣ୍ଡା ଖଣ୍ଟାପଶି ଗ୍ରାମକୁ ଏକ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିଲେ। ଶନିବାର ସକାଳୁ ଫେରିବା ସମୟରେ ସେମାନେ ଆସୁଥିବା କାରଟି ବାଙ୍ଖିଡି ଛକଠାରେ ଏକ ଗଛରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ବୈକୁଣ୍ଠ ପଣ୍ଡା, ଲକ୍ଷ୍ମୀପ୍ରିୟା ପଣ୍ଡା, ଶାଳବଣିର ମନୋରମା ତ୍ରୀପାଠୀଙ୍କ ମୃତ୍ୟୁ ହୋଇଥିଲା। ତେବେ ଗୁରୁତର ଅବସ୍ଥାରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ଚିନା ପଣ୍ଡା,ଗଣେଶ୍ୱର ପଣ୍ଡା, ମାନସୀ ପଣ୍ଡା, ରଘୁନାଥ ପଣ୍ଡାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ଆନନ୍ଦପୁର ଡାକ୍ତରଖାନାରେ ଚିନା ପଣ୍ଡାଙ୍କର ମତ୍ୟୁ ହୋଇଥିବା ବେଳେ ଗଣେଶ୍ୱର, ମାନସୀ, ରଘୁନାଥଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇଁ ୧୦୮ ଆମ୍ବୁଲାନ୍ସ ଏବଂ ଆନନ୍ଦପୁର ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ। ଘଟଣାକୁ ନେଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ପଢନ୍ତୁ; ସରିଲା ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ,୬ରୁ ଖାତା ଦେଖା

Related posts

ପୁଲୱାମା ସହିଦ ଦୁଇ ଓଡିଆଙ୍କୁ ସହାୟତା ଦେଲେ ଓଲିଉଡ ଷ୍ଟାର ଅର୍ଦ୍ଧେନ୍ଦୁ

ENO Beuro

ସେନା ପାଇଁ କିଣାଯିବ ୧୦ ଲକ୍ଷ ହ୍ୟାଣ୍ଡଗ୍ରେନେଡ: ପ୍ରତିରକ୍ଷା ମନ୍ତ୍ରାଳୟ

Ratnamani Moharana

ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ: ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା

Ratnamani Moharana

1 comment

Leave a Comment