News

କେନ୍ଦ୍ର ସରକାର ଦେଲେ ଅନୁମତି ,ଏବେ ୭୦ କିଲୋମିଟର ବେଗରେ ଚଳାଇ ପାରିବେ ଗାଡ଼ି

By ENO Beuro

March 15, 2018

ଏବେ ଘଣ୍ଟା ପ୍ରତି ୭୦ କିମି ବେଗରେ ଚାଲିବ ଗାଡି

କେନ୍ଦ୍ର ସରକାର ସହରାଞ୍ଚଳ ରାସ୍ତାରେ ଘଣ୍ଟା ପ୍ରତି ୭୦ କିଲୋମିଟର ବେଗରେ କାର୍‌, ୬୦ କିଲୋମିଟର୍‌ ବେଗରେ ମାଲବାହୀ ଗାଡ଼ି ଏବଂ ୫୦ କିଲୋମିଟର୍‌ ବେଗରେ ଦ୍ୱିଚକିଆ ଯାନ ଚଳାଇବାକୁ ଅନୁମତି ଦେଇଛି।ତେବେ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ ଏହି ଗତିକୁ କମାଇ ପାରିବେ ବୋଲି ମଧ୍ୟ କେନ୍ଦ୍ର ସରକାର କହିଛନ୍ତି। ସଡ଼କ ପରିବହନ ମନ୍ତ୍ରଣାଳୟ ବିଭିନ୍ନ ବର୍ଗର ଯାନବାହନ ପାଇଁ ଜାତୀୟ ସର୍ବାଧିକ ଗତିର ସୀମା ସ୍ଥିର କରୁଥିଲେ।

ପୂର୍ବରୁ ସହରାଞ୍ଚଳରେ ଗାଡିର ଗତି ୪୦ରୁ ୪୫ କିଲୋମିଟର ଘଣ୍ଟା ପ୍ରତି ରହିଥିବା ବେଳେ ଏବେ ସେଥିରେ ପରିବର୍ତ୍ତନ କରାଯାଇଛି।ସୂତ୍ର ମୁତାବକ ରିଙ୍ଗ ରୋଡ୍ସ ସଂଖ୍ୟା ବୃଦ୍ଧି ପାଇଛି ଏବଂ ସହରାଞ୍ଚଳର ବାହ୍ୟ ଇଲାକାରେ ସଡ଼କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଏବେ ସଡକ ଓ ପରିବହନ ମନ୍ତ୍ରଣାଳୟ ସହରାଞ୍ଚଳ ଇଲାକାରେ ଗାଡିର ଗତୀ ସୀମାକୁ ବଢ଼ାଇବାକୁ ଆଦେଶ ଦେଇଛନ୍ତି।

ବୁଧବାର ଦିନ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଚାରିଟି ବର୍ଗର ରାସ୍ତା ପାଇଁ ବେଗ ସୀମା ନିର୍ଦ୍ଧାରଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପରିବହନ ବିଭାଗର ଯୁଗ୍ମ ସଚିବ ଅଭୟ ଦାମଲେଙ୍କ ନେତୃତ୍ୱରେ ଗଠିତ ଏକ କମିଟି ଏକ୍ସପ୍ରେସ୍‌ େଓ୍ଵ’ ଏବଂ ରାଜପଥରେ ଦ୍ରୁତ ବେଗର ସୀମା ନିର୍ଦ୍ଧାରଣକୁ ଅନୁମୋଦିତ କରିଛନ୍ତି।

ପଢନ୍ତୁ; ନିଦାହାସ ଟ୍ରଫି: ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ଭାରତ