News

ଭୁବନେଶ୍ୱର: ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଲା ଚଳନ୍ତା କାର ,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଚଳନ୍ତା କାର୍‌ରେ ଲାଗିଗଲା ନିଆଁ

ଭୁବନେଶ୍ୱରସ୍ଥିତ ୧୬ ନମ୍ବର ଜାତୀୟ ରାଜପଥରେ ନୂଆପଲ୍ଲୀ ନିକଟସ୍ଥ ଇସ୍କନ ମନ୍ଦିର ଠାରୁ ଅଳ୍ପ ଦୂରରେ ଆଜି ଅପରାହ୍ନରେ ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଛି। କାରଟି ଯାଉଥିବାବେଳେ ହଠାତ୍ କାରରେ ନିଆଁ ଲାଗି ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ହୁତୁହୁତୁ ହୋଇ ଜଳିଥିଲା ଚଳନ୍ତା କାର । କିନ୍ତୁ କାରରେ ଯାଉଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ତେବେ ଗାଡି ଚାଲୁଥିବା ବେଳେ ନିଆଁ ଲାଗିଯିବାରୁ ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗାଡ଼ିଟି ଇଞ୍ଚିନ୍‌ ଆଡୁ ପଛକୁ ଅଧାଅଧି ଜଳି ଛାରଖାର୍‌ ହୋଇସାରିଥିଲା। ରାସ୍ତାରେ ଯାଉଥିବା କାର୍‌ରେ ଆକସ୍ମିକ ଭାବେ କିପରି ନିଆଁ ଲାଗିଲା ତାହା ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନ ଥିଲା।

ମିଳିଥିବା ସୂଚନା ଅନୁଯାୟୀ, ନୟାପଲ୍ଲୀ ବିଗବଜାର ସମ୍ମୁଖରେ କାର (OR-02- BV-8080)ର ଇଞ୍ଜିନରୁ ହଠାତ୍ ଧୂଆଁ ବାହାରିଥିଲା। ଏହା ଦେଖି କାର ଚାଳକ ଓ କାରରେ ବସିଥିବା ୨ ଯାତ୍ରୀ ସେଠାରେ ଗାଡ଼ି ରଖି ପଦାକୁ ବାହାରି ଆସିଥିଲେ। ପରେ କାରଟି ରାଜରାସ୍ତାରେ ହୁତୁ ହୁତୁ ହୋଇ ଜଳିଉଠିଥିଲା।

ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା। ମାତ୍ର କିଛି ସମୟ ପାଇଁ ସେହି ସଡ଼କ ପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ପଢନ୍ତୁ;

ଖରାଦିନେ କିପରି ନିଜର ତ୍ଵଚାର ଯତ୍ନ ନେବେ ? ଜାଣନ୍ତୁ ସେ ସମ୍ପର୍କରେ

Related posts

ନାରୀ ଶକ୍ତି ପୁରସ୍କାର ୨୦୧୮ ପାଇଁ ନାମାଙ୍କନ ଆମନ୍ତ୍ରିତ

ENO Beuro

ଇସ୍ରୋ ବୈଜ୍ଞାନିକ ନାରାୟନନ୍‌ଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ

ENO Beuro

ବାଜପେୟୀ ଆଜୀବନ ଅବିବାହିତ ରହିବାର କାରଣ…………

ENO Beuro

1 comment

Leave a Comment