News

ବାଃ ବାଃରେ ଟ୍ରାଫିକ ପୋଲିସ, ହେଲ୍‌ମେଟ୍‌ ନପିନ୍ଧି କାର୍‌ ଚଳାଇବାରୁ ଜୋରିମାନା

Car Drivers Challan Cut For Not Wearing Helmet1

ସେପ୍ଟେମ୍ୱର ଆରମ୍ଭରୁ କଡ଼ାକଡ଼ି ହୋଇଛି ନୂଆ ମୋଟର ଭେଇକିଲ୍ ଆକ୍ଟ । ତିନିରୁ ଚାରି ରାଜ୍ୟକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ରାଜ୍ୟରେ ନିୟମ କଡ଼ାକଡ଼ି ରହିଛି। ଯାହାକୁ ନେଇ ଏବେ ସମସ୍ତେ ଚର୍ଚ୍ଚା କରୁଛନ୍ତି। ଏହାରି ଭିତରେ ପୁଲିସର ଏକ ବଡ଼ ଭୁଲ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶ ଅଲିଗଡ଼ରେ ଜଣେ କାର୍‌ ଚାଳକ ହେଲମେଟ୍ ପିନ୍ଧିନଥିଲା ବୋଲି ଟ୍ରାଫିକ୍ ପୁଲିସ୍ ୫୦୦ ଟଙ୍କାର ଇ-ଚାଲାଣ କାଟିଛି। ଏହାପରେ କାର୍‌ ଚାଳକ ଜଣକ ହେଲମେଟ୍ ପିନ୍ଧି ସ୍ଥାନୀୟ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ।

 

କାର୍‌ ଚାଳକଙ୍କ ନାମ ସୁରେଶ ଚନ୍ଦ୍ର ଗୁପ୍ତା। ତାଙ୍କର ଘର ଅଲିଗଡ ମୋହଲ୍ଲା ସରାୟ ହକିମ୍। ସୁରେଶ କହିଛନ୍ତି, ସେ ତାଙ୍କ ମାରୁତି ସୁଜୁକି ଏସ କ୍ରସ କାର୍‌(81CE- 3375)ରେ ଅଗଷ୍ଟ ୨୩ରେ ଯାଉଥିଲେ। ହେଲମେଟ୍ ପିନ୍ଧି ନଥିଲେ ବୋଲି ଟ୍ରାଫିକ୍ ପୁଲିସ୍ ଜଣଙ୍କ ୫୦୦ ଟଙ୍କାର ଇ-ଚାଲାଣ କାଟିଥିଲେ। ଯାହାର ବିଲ୍ ଦେବାକୁ ସେପ୍ଟେମ୍ୱର ୫ ତାରିଖରେ ମୋବାଇଲକୁ ମେସେଜ୍ ଆସିଥିଲା।

ଏହାପରେ ସୁରେଶ ହେଲମେଟ୍ ପିନ୍ଧି କାର୍‌ ଚଳାଇ ସ୍ଥାନୀୟ ପୁଲିସ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଟ୍ରାଫିକ୍ ଏସପି ଅଜିଜୁଲ ହକ କହିଛନ୍ତି ଅଭିଯୋଗ ଆସିଛି। ଇ-ଚାଲାଣରେ ଏମିତି କେବେ ଭୁଲ୍ ହୁଏ ନାହିଁ। ଯଦି ଭୁଲ୍ ହୋଇଥିବ ତାହେଲେ ଇ-ଚାଲାଣ ବାତିଲ୍ ହେବ।

ପଢନ୍ତୁ: ଟ୍ରାଫିକ୍ କ୍ୟାମେରା ଉଜାଡ଼ି ଦେଲା ସଂସାର

Related posts

ଘାଟି ତଳକୁ ଖସିଲା ଯାତ୍ରୀବାହୀ ବସ୍,୪୦ ମୃତ

ENO Beuro

ମାନବିକତା ଶୂନ୍ୟ ହେଲା ମଣିଷ , ସାହାଯ୍ୟ କରିବାକୁ ମନାକଲେ ଗ୍ରାମବାସୀ

ENO Beuro

୫ଟି ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା ଜାରିକଲା ପାଣିପାଗ ବିଭାଗ

Ratnamani Moharana