News

ବଡ଼ଦାଣ୍ଡରେ ଗଡ଼ିଲା ତିନି ରଥ

Untitled 1

ରଥାରୂଢ ତିନି ଠାକୁରଙ୍କୁ ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ 

ବଡଦାଣ୍ଡରେ ଭାବମୟ ପରିବେଶ । ଜଗା ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ତିନି ଠାକୁର । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ମହାପ୍ରଭୁ । ଶ୍ରଦ୍ଧାର ଦଉଡିରେ ତିନି ଠାକୁରଙ୍କ ରଥକୁ ଟାଣି ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଭକ୍ତ-ଶ୍ରଦ୍ଧାଳୁଙ୍କ ଜୟ ଜୟ କାର ସହ ଘଣ୍ଟ ଘଣ୍ଟା,ଝାଞ୍ଜମୃଦଙ୍ଗ ଆଦି ବାଦ୍ୟଧ୍ୱନୀରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ଅତ୍ୟନ୍ତ ଶୃଙ୍ଖଳିତ ଭାବେ ରଥଟଣା କାର୍ଯ୍ୟ ଜାରି ରହିଛିି।

ଜନ୍ମ ସମୁଦ୍ର ଭିତରେ ଗଡ଼ି ଚାଲିଛି ନନ୍ଦିଘୋଷ। ଅଧାବାଟରେ ଅପେକ୍ଷା କରିଛନ୍ତି ବଳଭଦ୍ର। ପଛକୁ ଚାହିଁ ସାନଭାଇକୁ ଚାହଁଛନ୍ତି। ସମସ୍ତେ ଯେମିତି ଉଚ୍ଛନ୍ନ ଗୁଣ୍ଡିଚା ଘରକୁ ଯିବାପାଇଁ। ସୂଚନାଥାଉ କି, ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ଆଜି ଆରମ୍ଭ ହୋଇଥିଲା ରଥଟଣା। ଅପରାହ୍ଣ ୪ଟାରେ ରଥଟଣା ହେବା ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିବା ବେଳେ ଅପରାହ୍ଣ ୨ଟା ୧୫ରେ ରଥଟଣା ଆରମ୍ଭ ହୋଇଗଲା। ନୀତି ଅନୁଯାୟୀ ପ୍ରଥମେ ଶ୍ରୀବଳଭଦ୍ର, ତାପରେ ଦେବୀ ସୁଭଦ୍ରା ଏବଂ ପଛରେ ନନ୍ଦିଘୋଷ ରଥକୁ ଟାଣି ଟାଣି ଗୁଣ୍ଡିଚା ଘର ଅଭିମୁଖେ ନେଉଛନ୍ତି ଭକ୍ତ।

ପଢନ୍ତୁ: ବଜେଟ ପୂର୍ବରୁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ୫ ବର୍ଷରେ ବଢିଛି ବିକାଶ ହାର

Related posts

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ତାଜମହଲରେ ନମାଜ ପଢିବା ମନା

ENO Beuro

ଅର୍ପିତ ପ୍ୟାଲେସ୍‌ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ,୧୭ ମୃତ

ENO Beuro

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ

ENO Beuro

Leave a Comment