News

ବଡଦାଣ୍ଡରେ ଗଡିଲା ରଥ

Untitled 1

ଜନସମୁଦ୍ର ପାଲିଟିଛି ଶ୍ରୀକ୍ଷେତ୍ର । ଦେଶ ବିଦେଶରୁ ଆସିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଭାବରେ ବନ୍ଧା ଭାବଗ୍ରାହୀକୁ ଭାବରେ ବାନ୍ଧିବାକୁ ପ୍ରୟାସ ।  ଶ୍ରୀଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କଲେ ଶ୍ରୀଜିଉ। ଏଠାରେ ରଥଟଣା ଆରମ୍ଭ ହୋଇଯାଇଛି। ଅପରାହ୍ଣ ୪ଟାରେ ରଥଟଣା ହେବା ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିବା ବେଳେ ଅପରାହ୍ଣ ୨ଟା ୧୫ରେ ରଥଟଣା ଆରମ୍ଭ ହୋଇଗଲା। ନୀତି ଅନୁଯାୟୀ ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥଟଣା   ଆରମ୍ଭ ହୋଇଛି।

ସକାଳ ସାଢ଼େ ୯ଟାରେ ପହଣ୍ଡି ହେବାକୁ ଥିବା ବେଳେ ଏହା ଯଥେଷ୍ଟ ପୂର୍ବରୁ ଆରମ୍ଭ ହୋଇଯାଇଥିଲା। ଚତୁର୍ଦ୍ଧା ମୂର୍ତ୍ତି ରଥାରୁଢ଼ ହେବା ପରେ ବାକି ନୀତିକାନ୍ତି ଶେଷ ହେବା ପରେ ପରମ୍ପରା ଅନୁଯାୟୀ ଆଦିଗୁରୁ ଶଙ୍କରାଚାର୍ଯ୍ୟ   ବଡ଼ଦାଣ୍ଡରେ ପହଞ୍ଚିଥିଲେ। ସେ ରଥରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଏହା ପରେ ଗଜପତି ମହାରାଜ  ଛେରା ପହଁରା କରିଥିଲେ। ଏହା ପରେ ରଥ ଟଣା ଆରମ୍ଭ ହୋଇଥିଲା।

ପଢନ୍ତୁ: ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

Related posts

ପତ୍ନୀଙ୍କୁ ଛାଡ଼ି ବିଦେଶ ପଳାଇଥିବା ୮ ଏନ୍‌ଆର୍‌ଆଇଙ୍କ ପାସପୋର୍ଟ ରଦ୍ଦ କଲେ ସରକାର

ENO Beuro

୨୦୧୯ ମାର୍ଚ୍ଚ ସୁଧା ସବୁ ଘରକୁ ବିଜୁଳି – ମୋଦୀଙ୍କ ସୌଭାଗ୍ୟ ଯୋଜନା

ENO Beuro

ଫେସବୁକ୍ ମାଧ୍ୟମରେ ମହିଳା ଉଦ୍ୟୋଗୀଙ୍କୁ, ଡିଜିଟାଲ ସାକ୍ଷରତା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ

ENO Beuro

Leave a Comment