News

ମୋଦିଙ୍କୁ ଚୋର କହି ଫସିଲେ କଂଗ୍ରେସର ପୂର୍ବତନ ସାଂସଦ ଦିବ୍ୟା ସ୍ପନ୍ଦନା

divya

ବିଦ୍ୟା ସ୍ପନ୍ଦନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ଟ୍ଵିଟ୍ କରିଥିବା କଂଗ୍ରେସର ପୂର୍ବତନ ସାଂସଦ ତଥା କଂଗ୍ରେସ ସାମାଜିକ ଗଣମାଧ୍ୟମର ମୁଖ୍ୟ ଦିବ୍ୟା ସ୍ପନ୍ଦନାଙ୍କ ବିରୋଧରେ ୟୁପି ରାଜଧାନୀ ଲକ୍ଷ୍ନୌର ଗୋମତିନଗର ଥାନାରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଦିବ୍ୟାଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କୁ ଚୋର କହିଥିବାର ଅଭିଯୋଗ ହୋଇଛି।

divya

ଲକ୍ଷ୍ମୌରେ ରହୁଥିବା ଓକିଲ ସୟଦ ରିଜଓ୍ଵାନ ଅହମଦଙ୍କ ଅଭିଯୋଗ ପରେ ମାମଲା ରୁଜୁ ହୋଇଥିଲା। ନିଜ ଅଭିଯୋଗରେ ରିଜଓ୍ଵାନ୍‌ ଅହମଦ କହିଛନ୍ତି, ଦିବ୍ୟା ସ୍ପନ୍ଦନ ସୋମବାର (ସେପ୍ଟମ୍ବର ୨୪)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଫଟୋ ଟୁଇଟ କରି ଚୋର ବୋଲି କହିଥିଲେ। ରିଜଓ୍ଵାନ୍‌ ସ୍ପନ୍ଦନାଙ୍କ ଏହି ଟୁଇଟରୁ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କ ପ୍ରତି ଦେଶବାସୀଙ୍କ ମଧ୍ୟରେ ଘୃଣା ଓ ଅସମ୍ମାନ ଭାବନ ଜାତ କରିବା ପାଇଁ ପ୍ରୟାସ କରାଯାଇଛି, ଯାହା ଦେଶଦ୍ରୋହ ଅଟେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଅନେକ ଥର ଦିବ୍ୟା ସ୍ପନ୍ଦନା ପିଏମ ମୋଦୀଙ୍କୁ ଟ୍ଵିଟ୍ ଜରିଆରେ ହମଲା କରିଛନ୍ତି। ଗତ ମଙ୍ଗଳବାର ଦିନ ମଧ୍ୟ ଦିବ୍ୟା ସ୍ପନ୍ଦନା ପିଏମଙ୍କ ଏକ ପୁରୁଣା ଭିଡିଓ ସେୟାର କରି ତାଙ୍କର ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ କରିଥିଲେ। ସେହି ସମୟରେ ଲୋକେ ଦିବ୍ୟାଙ୍କୁ ବହୁତ ଟ୍ରୋଲ କରିଥିଲେ।

ପଢନ୍ତୁ; ଏସିଆ କପ୍: ପାକିସ୍ତାନ ୩୭ ରନରେ ହାରିଲା

Related posts

ଇସ୍ରୋ ମିଶନକୁ ଆଉ ଏକ ଧକ୍କା: ସାଟେଲାଇଟ ଜି ସାଟ-ସିକ୍ସ ଏ ସହ ଯୋଗାଯୋଗ ହେଲା ବିଚ୍ଛିନ୍ନ

ENO Beuro

ଜାନୁଆରୀ ୬ରୁ ୧୪ ଭିତରକନିକା ବନ୍ଦ

ENO Beuro

ସୁପ୍ରିମକୋର୍ଟରେ ୪ ନୂଅା ବିଚାରପତି ନିଯୁକ୍ତ

ENO Beuro

Leave a Comment