Entertainment

ପ୍ରିୟା ପ୍ରକାଶଙ୍କ ବିରୋଧରେ ସମସ୍ତ ଅପରାଧିକ ମାମଲା ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ପ୍ରିୟାଙ୍କ ସପକ୍ଷରେ ସୁପ୍ରିମକୋର୍ଟ

ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କୁ ସୁପ୍ରୀମକୋର୍ଟରୁ ଆଶ୍ଵସ୍ତି ମିଳିଛି। ତାଙ୍କ ସହ ଫିଲ୍ମ ନିର୍ଦେଶକଙ୍କ ବିରୋଧରେ ଦୟାର କରାଯାଇଥିବା ଅପରାଧିକ ମାମଲା ଉପରେ କୋର୍ଟ ରିହାତିଦେଶ ଜାରି କରିଛନ୍ତି। ମାଲ୍‌ୟାଲମ୍‌ ଫିଲ୍ମ ‘ଓରୁ ଆଦର ଲଭ୍‌’ର ‘ମାଣିକ୍ୟ ମାଲାରୟା ପୁଭି’ ଶୀର୍ଷକ ଏକ ରୋମାଣ୍ଟିକ୍‌ ଗୀତ ଭାଲେଣ୍ଟାଇନ୍‌ ସପ୍ତାହରେ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ପାଲଟି ଯାଇଥିଲେ ପ୍ରିୟା। ସ୍କୁଲ୍‌ ଟାଇମ୍‌ ଲଭ୍‌ ଷ୍ଟୋରିରେ ପ୍ରିୟାଙ୍କ ଚପଳାମି ସାଙ୍ଗକୁ ଆଖି ଓ ମୁଖଭଙ୍ଗୀ କୋଟି ହୃଦୟ ଜିତିବାରେ ସଫଳ ରହିଥିଲା।

ଚାରିଆଡ଼ୁ ତାଙ୍କର ପ୍ରଶଂସା ହେବାରେ ଲାଗିଥିବାବେଳେ ଅଭିନେତ୍ରୀଙ୍କ ଏଭଳି ଭାବଭଙ୍ଗୀ ଗୀତର ଶବ୍ଦ ପ୍ରତି ଅପମାନ ସୂଚକ ବୋଲି ତେଲେଙ୍ଗାନାର କେତେକ ମୁସଲ୍‌ମାନ ସଙ୍ଗଠନ ଆପତ୍ତି ଉଠାଇଥିଲେ। ଏହାର ଶବ୍ଦ ପ୍ରଫେଟ୍‌ ମହମ୍ମଦଙ୍କ ଜୀବନୀ ଉପରେ ଆଧାରିତ ଥିବାବେଳେ ପ୍ରିୟାଙ୍କ ଭଙ୍ଗୀ ତାକୁ ଅପମାନିତ କରୁଛି। ଏହା ମୁସଲ୍‌ମାନ ସମ୍ପ୍ରଦାୟର ଧର୍ମୀୟ ଭାବନାକୁ କୁଠାରାଘାତ କରୁଥିବା ନେଇ ସେମାନେ ହାଇଦ୍ରାବାଦ ପୋଲିସ ନିକଟରେ ମାମଲା ଦାଏର କରିଥିଲେ।

ଏହାପରେ ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ମଧ୍ୟ ତାଙ୍କ ବିରୋଧରେ ଅନେକ ବ୍ୟକ୍ତି ଅପରାଧିକ ଅଭିଯୋଗ ଆଣିଥିବାରୁ ଏଥିରୁ ତାଙ୍କୁ ସୁରକ୍ଷା ଆବଶ୍ୟକ ବୋଲି ସେ କୋର୍ଟଙ୍କୁ କହିଥିଲେ। ପ୍ରିୟାଙ୍କ ଆବେଦନକ୍ରମେ ଗତକାଲି ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅପରାଧିକ ମାମଲାଗୁଡ଼ିକ ଉପରେ ରୋକ୍‌ ଲଗାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଅଭିନେତ୍ରୀ ପ୍ରିୟା ପ୍ରକାଶ ମାଲୟଲମ୍‌ ଫିଲ୍ମ ‘ଓଡୁ ଆଡାର ଲଭ୍‌’ର ସଂଗୀତ ‘ମାଣିକ୍ୟ ମଲରାୟ ପୁଭି’ରେ ଦେଇଥିବା ଅଭିବ୍ୟକ୍ତି ପାଇଁ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା।

ପ୍ରିୟା ପ୍ରକାଶଙ୍କ ବିରୋଧରେ ସମସ୍ତ ଅପରାଧିକ ମାମଲା ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ priya 2

ପଢନ୍ତୁ;

ବିଜିପୁର ନିର୍ବାଚନରେ ରାଜନେତା ଓ ଅଭିନେତାଙ୍କ ପ୍ରମୋସନକୁ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କଲେ “ଅମ୍ଳାନ” ଜାଣନ୍ତୁ କଣ?

Related posts

ଭାଲେଣ୍ଟାଇନ ଡ଼େକୁ ସ୍ପେଶିଆଲ କରିବାକୁ ଚାହୁଁଛନ୍ତି କି ?ତେବେ ନିଶ୍ଚୟ ଦେଖନ୍ତୁ ଏହି ଗୀତଟି

Krishna Kumar Manoj

ସଲମାନ ଖାନଙ୍କ ଭଉଣୀ ଥିଲେ ଏହି ଅଭିନେତାଙ୍କର ପ୍ରଥମ ପ୍ରେମ

Krishna Kumar Manoj

୨୧ ବର୍ଷ ସାନ ପ୍ରେମିକାଙ୍କୁ ଦିତୀୟ ବିବାହ କଲେ ହିମେସ୍ ରେଶମିଆ

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More