19 C
Bhubaneswar
December 4, 2020
EnewsOdia.Com
ଦେଶ ବିଦେଶ ନ୍ୟୁଜ୍

ହ୍ଵାଟ୍ସଆପ, ଟିକଟକ ଓ ଟ୍ୱିଟର ବିରୋଧରେ ରୁଜୁ ହେଲା ମାମଲା

ହାଇଦ୍ରାବାଦ ପୋଲିସ ମାଇକ୍ରୋ ବ୍ଳଗିଙ୍ଗ ପ୍ଲାଟଫର୍ମ, ଫେସବୁକର ହ୍ଵାଟ୍ସଆପ ଏବଂ ଟିକଟକ ପ୍ଲାଟଫର୍ମ ବିରୋଧରେ ଦେଶରେ ଘୃଣା ଏବଂ ରାଷ୍ଟ୍ର ବିରୋଧୀ ଜିନିଷର ପ୍ରଚାର ଓ ପ୍ରସାର ଉପରେ ଏକ ଅପରାଧିକ ମାମଲା ରୁଜୁ କରିଛି । ତେବେ ହ୍ଵାଟ୍ସଆପ ଟ୍ୱିଟର, ଟିକଟକ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ବରିଷ୍ଠ ସ୍ଥାନୀୟ ପତ୍ରକାର ଶ୍ରୀସେଲମ । ପତ୍ରକାରଙ୍କ ଅଭିଯୋଗ ପରେ ସାଇବର କ୍ରାଇମ ପୋଲିସ ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ବିରୋଧରେ ଏହି ଅଭିଯୋଗ ଭାରତୀୟ ଦଣ୍ଡ ସଂହିତା ବା IPC ଧାରା ଅନୁଯାୟୀ ରୁଜୁ କରାଯାଇଥିଲା । ଯେଉଁଥିରେ ଜାତି, ଧର୍ମ, ଜନ୍ମସ୍ଥାନ, ଭାଷା ଇତ୍ୟାଦି ଆଧାରରେ ବିଭିନ୍ନ ସମୂହ ମଧ୍ୟରେ ଶତ୍ରୁତା ବଢାଉଥିବା ଏବଂ ଦଙ୍ଗା କରିବା ପାଇଁ ଉସକାଇବା ଭଳି କାର୍ଯ୍ୟ ସାମିଲ ଥିଲା ।

ଅଭିଯୋଗକାରୀଙ୍କ ଅନୁଯାୟୀ ଆପତ୍ତିଜନକ ସାମଗ୍ରୀ ଗ୍ରୁପ ଏଜେଣ୍ଡ ଦ୍ୱାରା ବିଭିନ୍ନ ପ୍ଲାଟଫର୍ମରୁ ଇଂରାଜୀ, ଉର୍ଦ୍ଦୁ, ଆରବୀ, ତେଲୁଗୁ ଏବଂ ହିନ୍ଦୀ ଆଦି ଭାଷାରେ ପ୍ରସାରିତ କରାଯାଉଛି । ତେବେ ଅଭିଯୋଗକାରୀ ନିଜେ ମଧ୍ୟ ଅନେକ ହ୍ଵାଟ୍ସଆପ ଗ୍ରୁପର ସଦସ୍ୟ ଆଛନ୍ତି ଯେଉଁମାନେ ସିଏଏ ଓ ଏନଆରସି ବିରୋଧରେ ଅଭିଯାନ ଚଳାଇଛନ୍ତି । ସେ କହିଛନ୍ତି ଏଥିରେ ବହୁତ ଆପତ୍ତିଜନକ ଜିନିଷ ଆସୁଛି ଯାହା ଦେଶ ପାଇଁ କ୍ଷତିକାରକ ଅଟେ ଓ ଗ୍ରୁପର ଆଡମିନ ଏହାର ସତ୍ୟତା ନପରଖି ବାକି ସଦସ୍ୟଙ୍କୁ ଫରୱାର୍ଡ଼ କରୁଛନ୍ତି ।

ପଢନ୍ତୁ: ସିଏଏ ନାଗରିକତା ଦେବ, ନେବ ନାହିଁ: ଅମିତ ଶାହ

Related posts

୫ଟି ଜିଲ୍ଲାରେ ବର୍ଷା ସହ ଝଡ଼ ତୋଫାନ ସମ୍ଭାବନା

Ratnamani Maharana

ପ୍ରତି ମିନିଟ୍‌ରେ ଧୋନୀଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି ସାଥି

Ratnamani Maharana

ନିର୍ଭୟା ଗଣଦୁଷ୍କର୍ମର ୪ ଦୋଷୀଙ୍କୁ ଅଙ୍ଗଦାନ କରିବାକୁ କୋର୍ଟରେ ଅପିଲ୍

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More