EnewsOdia.Com

ସରକାରୀ ଚାକିରି ଆବେଦନ ପାଇଁ ଆଉ ଦରକାର ପଡ଼ିବନି ଜାତି, ଆବାସିକ ପ୍ରମାଣପତ୍ର

ଏଣିକି ସରକାରୀ ଚାକିରି ପାଇଁ ଆବେଦନ କଲେ ଆବେଦନକାରୀଙ୍କୁ ଜାତି ପ୍ରମାଣପତ୍ର କି ଆବାସିକ ପ୍ରମାଣପତ୍ର ଦେବାକୁ ପଡ଼ିବନି। ଆବେଦନ କରିବା ସମୟରେ ସେ କେଉଁ ଜାତିର ଏବଂ କେଉଁ ଅଞ୍ଚଳର ବାସିନ୍ଦା ସେନେଇ ଆତ୍ମଘୋଷଣାନାମା ଦେବେ। ଯଦି ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ଚୂଡ଼ାନ୍ତ ଚୟନ ବେଳେ ତାଙ୍କୁ ଜାତି ପ୍ରମାଣପତ୍ର ଓ ଆବାସିକ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ଏନେଇ ଆଜି ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆବେଦନକାରୀମାନେ ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା କର୍ମଚାରୀ ଚୟନ ଆୟୋଗ, ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଦ୍ବାରା ବିଭିନ୍ନ ପଦବି ପୂରଣ ଚୟନ ନିମନ୍ତେ ଆବେଦନ ସମୟରେ ଆତ୍ମଘୋଷଣାନାମା ଦେଇପାରିବେ।

ପଢନ୍ତୁ: ଇକୋ ରିଟ୍ରିଟରେ ହେବ ଦୁଇଦିନିଆ ପର୍ଯ୍ୟଟନ ମହାସମ୍ମିଳନୀ

ସମ୍ବନ୍ଧିତ ଖବର

ବାତ୍ୟା ‘ସିଆରା’ର ତାଣ୍ଡବ

Ratnamani Maharana

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମିଳିବ ମାଗଣା ଚିକିତ୍ସା

Ratnamani Maharana

ଚୌଦ୍ୱାର ସର୍କଲ୍‌ ଜେଲ୍‌ରେ କଏଦୀଙ୍କ ସେଲ୍‌ଫି ସୋସିଆଲ୍ ମିଡିଆରେ ଭାଇରାଲ୍‌

Ratnamani Maharana

ଭୁଲ୍ ବିଦ୍ୟୁତ୍ ବିଲ୍‌ ଦେଇ ଠକୁଛି ସେସୁ

Ratnamani Maharana

ପୁଣି ବଢିଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦାମ

Ratnamani Maharana

୫୫ ବର୍ଷ ବୟସରେ ପଦାର୍ପଣ କରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

Ratnamani Maharana