EnewsOdia.Com

Category : ଜୀବନଚର୍ଯ୍ୟା

ଜୀବନଚର୍ଯ୍ୟା

ଆସନ୍ତୁ ଜାଣିବା, ଗୃହିଣୀଙ୍କ ପାଇଁ ୧୦ଟି ଘରକରଣା ଟିପ୍ସ

Ratnamani Maharana
ଘରକରଣା ଏକ ସାଧାରଣ କାମ ନୁହେଁ। ସେଥିରେ ପୁଣି ଆଜିକାଲିର ବ୍ୟସ୍ତମୟ ଜୀବନ। ସମୟ ଅଭାବରୁ ତରବରିଆ ହୋଇ କାମ କଲାବେଳେ ଅନେକ ସମୟରେ ଘରେ ଥିବା ବହୁ  ଜିନିଷ ଓ ଖାଦ୍ୟପେୟ ନଷ୍ଟ ହୋଇଯାଏ।...
ଜୀବନଚର୍ଯ୍ୟା

ଶୀତରେ କେମିତି ସୁରକ୍ଷିତ ରହିବେ, ପଢ଼ନ୍ତୁ କିଛି ଟିପ୍ସ

Ratnamani Maharana
ଏବେ ଅସହ୍ୟ ଥଣ୍ଡାରେ ଥରୁଛି ଓଡ଼ିଶା । ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଏହି ଶୀତରେ ନିଜକୁ କେମିତି ସୁରକ୍ଷିତ ରଖିବେ ସେ ନେଇ ଆପଣଙ୍କୁ କିଛି...
ଜୀବନଚର୍ଯ୍ୟା

ତକିଆରେ ମୁଣ୍ଡ ନ ରଖି ଶୋଇଲେ ମିଳିବ ଅନେକ ଫାଇଦା

Ratnamani Maharana
ଅଧିକାଂଶ ଲୋକଙ୍କ ଅଭ୍ୟାସ ହେଲା ତକିଆରେ ମୁଣ୍ଡ ରଖି ଶୋଇବା । କିନ୍ତୁ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଆପଣ ଯଦି ତକିଆରେ ମୁଣ୍ଡ ରଖି ନ ଶୋଇବେ, ତେବେ କେତେକ ଉପକାର ମିଳିବ।...
ଜୀବନଚର୍ଯ୍ୟା

ଅଧିକ ଦିନ ବଞ୍ଚିବାକୁ ଚାହାଁନ୍ତି କି ? ଖାଆନ୍ତୁ ଏହି ପତ୍ର

Ratnamani Maharana
ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ମିଳୁଥିବା ଏକ ଔଷଧୀୟ ଗୁଳ୍ମ ଅମୃତ ଭଳି କାମ କରେ। ଏହା ମଣିଷକୁ ସାରା ଜୀବନ ସୁସ୍ଥ ରଖିବା ସହ ଦୀର୍ଘାୟୁ କରିଥାଏ। ଏହି ଔଷଧ ଆମ ହାତ ପାହାନ୍ତାରେ ରହିଛି, କିନ୍ତୁ ଆମେ ଏହାକୁ ବ୍ୟବହାର କରୁନୁ। ଏହି ମହୌଷଧି ଯେଉଁଛି ବ୍ରାହ୍ମୀ । ବ୍ରାହ୍ମୀ ଦୁଇ ପ୍ରକାରର । ତେବେ ଏସିଆ ମହାଦେଶରେ ଏହି ( ଫଟୋରେ ଦେଖାଯାଉଥିବା) ଗୁଳ୍ମର ବହୁଳ ଭାବେ ବ୍ୟବହାର କରାଯାଏ । ଭାରତ ସମେତ ଚୀନ, ଇଣ୍ଡୋନେସିଆ ଶ୍ରୀଲଙ୍କାରେ ଏହି ଗୁଳ୍ମର ଲୋକପ୍ରିୟତା ବହୁତ ।  ବ୍ରାହ୍ମୀ ବିଶେଷ କରି ସନ୍ତସନ୍ତିଆ ସ୍ଥାନରେ ହୁଏ।  ସେଥିପାଇଁ ଏହାକୁ ଜଳବ୍ରାହ୍ମୀ କୁହାଯାଏ ଓଡ଼ିଶାରେ ଏହା ଥାଲକୁଡ଼ି ନାଁରେ ପରିଚିତ ।  ତେବେ ଏହା ଦେଖିବାକୁ ଘୋଡାର ପାଦ ଚିହ୍ନ ଭଳି ହୋଇଥିବାରୁ କେହି କେହି ଏହାକୁ ଘୋଡ଼ାଟାପୁ ପତ୍ର ବୋଲି କୁହନ୍ତି । ସମାଜ ସଂସ୍କାରକ ତଥା ଧର୍ମ ସଂସ୍କାରକ ଠାକୁର ଅନୁକୁଳଚନ୍ଦ୍ର ତାଙ୍କ ଅନୁଗାମୀମାନଙ୍କୁ ଥାଲକୁଡ଼ି ପତ୍ର ପ୍ରତିଦିନ ସେବନ କରିବାକୁ ପରାମର୍ଶ ଦେଇଛନ୍ତି । ଏହା ମଣିଷକୁ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରଖିବା ସହ ଦୀର୍ଘାୟୁ କରିଥାଏ । ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ନାହିଁ । ତେବେ ଗର୍ଭବତୀ ମହିଳାଙ୍କୁ ଖାଇବକୁ ମନା କରାଯାଇଛି ପ୍ରତିଦିନ ଏହି ପତ୍ରର ରସ ଦୁଇ ଚାମଚ ପର୍ଯ୍ୟନ୍ତ ଖାଇପାରିବେ । ପ୍ରତିଦିନ ୨ରୁ ୪ ଗ୍ରାମ୍ ପର୍ଯ୍ୟନ୍ତ ପତ୍ର ଖାଲିପେଟରେ ଖିଆଯାଇପାରେ। କୌଣସି ନିର୍ଦ୍ଦିଷ୍ଟ ରୋଗ ଥିଲେ ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇପାରେ।  ଏହି ଔଷଧ କ୍ୟାପସୁଲ ଆକାରରେ ମଧ୍ୟ ମିଳୁଛି । ଶରୀର ନିରୋଗ ରୁହେ ବ୍ରାହ୍ମୀ ସେବନ ଦ୍ୱାରା ଶରୀର ସୁସ୍ଥ ରୁହେ ଓ ମଣିଷ ଦୀର୍ଘାୟୁ ହୁଏ । ମଣିଷର ମନ ବା ମୁଡ ଉପରେ ପ୍ରଭାବ ପକାଉ ଥିବାରୁ ମନ ପ୍ରଫୁଲ୍ଲ ରହିଥାଏ। ଚୀନରେ ଏହାକୁ ଫାଉଣ୍ଟେନ ଅଫ ୟୁଥ କୁହାଯାଏ  ବିଶ୍ୱର ସବୁଠୁ ଅଧିକ ବର୍ଷ ବଞ୍ଚିଥିବା ଲୋକ ଲି ଚିଂ ଯୁଏନ ଏହାକୁ ଦୈନନ୍ଦିନ ସେବନ କରୁଥିବା ପ୍ରମାଣ ରହିଛି । ଲି ଚିଂ ପାଖାପାଖି ଦୁଇ ଶହ ବର୍ଷ ବଞ୍ଚିଥିଲେ । ଲି ଚିଂ ଚୀନର ଜଣେ ଆୟୁର୍ବେଦ ଔଷଧ ସଂଗ୍ରାହକ ତଥା ମାର୍ଶାଲ ଆର୍ଟ ମାଷ୍ଟର ଭାବେ ପରିଚିତ ଥିଲେ।  ସ୍ମରଣ ଶକ୍ତି ବୃଦ୍ଧି କରେ ଏହି ଔଷଧୀୟ ଗୁଳ୍ମ ଉପରେ ପୂର୍ବରୁ ବହୁ ଗବେଷଣା ହୋଇଛି। ଏହା ଆତ୍ମବିଶ୍ୱାସ ଓ ବୁଦ୍ଧି ବଢାଏ, ସ୍ମରଣ ଶକ୍ତି ବୃଦ୍ଧିରେ ସାହାଯ୍ୟ କରେ। ପ୍ରତିଦିନ ସେବନ କଲେ ମଣିଷ ବିଚକ୍ଷଣ ପ୍ରତିଭାଧାରୀ ହୁଏ ।  ଛାତ୍ରଛାତ୍ରୀ ମାନେ ପ୍ରତିଦିନ ଏହାକୁ ସେବନ କରିବା ଉଚିତ । ଆୟୁର୍ବେଦ ଗ୍ରନ୍ଥ ସୁଶ୍ରୁତ ସଂହିତା ଏହାକୁ ମେଧାବର୍ଦ୍ଧକ ଔଷଧର ମାନ୍ୟତା ଦେଇଛି । ଏହା ଏକ ମେଧାବର୍ଧକ ଟନିକ । ଏଥିରୁ ତିଆରି ମେଧାବର୍ଦ୍ଧକ ଔଷଧ ହଜାର ହଜାର ଟଙ୍କା ଦରରେ ଦେଶ ବିଦେଶରେ ବିକ୍ରି ହେଉଛି। ଅବସାଦ ନାଶକ ଏହା ଅବସାଦନାଶକ ଭାବେ ମଧ୍ୟ କାର୍ଯ୍ୟ କରେ। ମସ୍ତିଷ୍କ ଯେତେବେଳେ କ୍ଲାନ୍ତ ଅନୁଭବ କରେ ସେତେବେଳେ ଏଥିରେ ଥିବା ଘଟକ ତତ୍ତ୍ୱ ସ୍ନାୟୁକୋଷକୁ ପୋଷଣ ଯୋଗାଇଥାଏ। ଥାଲକୁଡ଼ି ସେବନ ଦ୍ୱାରା ଭଲ ନିଦ ହୁଏ, ମାତ୍ର ଏହା ଦ୍ୱାରା କୌଣସି ଅବାଂଛିତ ପ୍ରଭାବ ଶରୀର ଉପରେ ପଡେ ନାହିଁ । ଇଛାଶକ୍ତି ବୃଦ୍ଧି ପାଏ ଥାଲକୁଡ଼ିରେ ଥିବା ଔଷଧୀୟ ଗୁଣ ଯୋଗୁ ମଣିଷର ମସ୍ତିଷ୍କରେ ଥିବା ସ୍ନାୟୁତନ୍ତୁ ଗୁଡ଼ିକ ବିକଶିତ ହୁଏ ଯଦ୍ଦାରା ଆମର ଶିଖିବାର କ୍ଷମତା ବଢ଼ିଯାଏ । ଆମ ଶରୀରରେ ଥିବା  ପିନିଏଲ ଅନ୍ତଃସ୍ରାବୀ ଗ୍ରନ୍ଥି ଉପରେ ଏହା ପ୍ରଭାବ ପକାଇ ମଣିଷର ମାନସିକ ଦକ୍ଷତା ବଢ଼ାଇ ଦିଏ ।  ରକ୍ତଦୋଷ ନିବାରଣ କରେ ଏହା ଏକ ଆୟୁର୍ବେଦିକ ରସାୟନ। ଏହା ଶରୀରର ରକ୍ତଦୋଷ ମଧ୍ୟ ନିବାରଣ କରେ। ପ୍ରତିଦିନ ଚାରି ପାଂଚଟି ପତ୍ର ଖାଲିପେଟରେ ପାଣି ସହ ଖାଇଲେ ରକ୍ତ ପରିଷ୍କାର ରହେ । ଶିରାକୁ ଶକ୍ତ କରେ ଥାଲକୁଡ଼ି ପତ୍ରର ରସ ଦୁର୍ବଳ ଶିରାକୁ ସୁସ୍ଥ କରିଥାଏ । ଫଳରେ ଶିରାରେ ରକ୍ତ ପ୍ରବାହ ସ୍ୱାଭାବିକ ହୁଏ ।   କିଡନୀ ସୁସ୍ଥ ରହେ ଏହି ପତ୍ରର ରସ ସେବନ କଲେ ଶରୀରରୁ ଅଦରକାରୀ ତତ୍ତ୍ୱ ମୂତ୍ର ଆକାରରେ ବାହାରି ଯାଏ ।  ଫଳରେ ସାରା ଜୀବନ କିଡନୀ ସୁସ୍ଥ ରହେ ଓ ମୂତ୍ର ଜନିତ ରୋଗ ଆଦୌ ହୁଏ ନାହିଁ ।  ପଢନ୍ତୁ: ଛୋଟ ଛୁଆ ବି ହୃଦରୋଗର...
ଜୀବନଚର୍ଯ୍ୟା

ଛୋଟ ଛୁଆ ବି ହୃଦରୋଗର ହୋଇପାରେ ଶିକାର, ସେଥିରୁ ବଞ୍ଚିବା ପାଇଁ କରନ୍ତୁ ଏହି କାମ

Ratnamani Maharana
ହାର୍ଟ ଆଟାକ୍ କେବଳ ବଡ ଲୋକଙ୍କଠାରେ ଦେଖାଦିଏ ବୋଲି ଅନେକ ଲୋକଙ୍କର ଧାରଣା ରହିଛି । ଏହି ରୋଗ ଛୋଟ ଛୁଆଙ୍କ ଠାରେ ବି ଦେଖାଦେଇ ପାରେ । ଏହାସହିତ ଆମ ଦେଶରେ ଛୋଟ...
ଜୀବନଚର୍ଯ୍ୟା

ମନ୍ଦାର ଫୁଲରେ ରହିଛି ଔଷଧୀୟ ଗୁଣ, ଜାଣନ୍ତୁ କିପରି

Ratnamani Maharana
ଆମ ଆଖପାଖରେ ଏମିତି ଅନେକ ଫୁଲ ଫୁଟିଥାଏ, ଯାହାର ଥାଏ ବହୁ ଔଷଧୀୟ ଗୁଣ। ଖୁବ୍‌ ଅଳ୍ପ ଲୋକ ଜାଣି ଥାଆନ୍ତି କି ଫୁଲରେ ବି ଏଭଳି ଚମତ୍କାର ଗୁଣ ରହିଛି। ଏଭଳି ଔଷଧୀୟ...
ଜୀବନଚର୍ଯ୍ୟା

ଦିନସାରା ଭୋକ ଲାଗୁ ନଥିଲେ କରନ୍ତୁ ଏହି ତିନୋଟି ବ୍ୟାୟମ

Ratnamani Maharana
ନିୟମିତ ବ୍ୟାୟମ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ବଡ ରୋଗ ହଉବା ବଢୁଥିବା ଓଜନ, ବ୍ୟାୟମ କରିବା ଦ୍ୱାରା ସବୁକିଛି ନିୟନ୍ତ୍ରଣରେ ରହିଥାଏ । କିନ୍ତୁ ଯଦି ଭୋକ କମ୍ ଲାଗେ...
ଜୀବନଚର୍ଯ୍ୟା

ଶରୀର ପାଇଁ ଉପଯୋଗୀ ଧନିଆ ପତ୍ର ! ଜାଣନ୍ତୁ, କିପରି

Ratnamani Maharana
ଖାଇବାରେ ସ୍ୱାଦ ନିହାତି ଦରକାର । ନହେଲେ ଖାଇବା ବେକାର । ତେବେ ଖାଦ୍ୟରେ ବ୍ୟବହୃତ ଏମିତି ଏକ ସାମଗ୍ରୀ ଅଛି, ଯାହାକୁ ବ୍ୟବହାର ନକଲେ ସତେ ଯେମିତି ଖାଦ୍ୟର ଟେଷ୍ଟ ପୂରା ବେକାର...
ଜୀବନଚର୍ଯ୍ୟା

ଓଜନ ଏବଂ ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖେ ଏହି ପରିବା

Ratnamani Maharana
ଆଜିକାଲି ଖାଇବା ପିଇବାର ସମୟ ଠିକ୍‌ ରହୁ ନ ଥିବାରୁ ଅନେକ ଶାରୀରିକ ସମସ୍ୟା ଦେଖା ଦେଉଛି । ଖାସ୍‌ କରି ଓଜନ ବଢ଼ିବା ଏବଂ ମଧୁମେହ ରୋଗ ହେବା ଆଜିକାଲି ସାଧାରଣ ହୋଇ...
ଜୀବନଚର୍ଯ୍ୟା

ଶୀତଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ: ଜାଣନ୍ତୁ କିପରି

Ratnamani Maharana
ଯଦି ସକାଳର ଆରମ୍ଭ ଭଲରେ ହୋଇଥାଏ, ତେବେ ପୂରା ଦିନ ଭଲରେ କଟିଥାଏ । ଅଧିକାଂଶ ଲୋକ ଦିନର ଆରମ୍ଭ ଚା’ ବା କଫିରୁ କରିଥାନ୍ତି । କିନ୍ତୁ କେବେ ଆପଣ ଗରମ ପାଣିରେ...