Entertainment

ଶ୍ରୀଦେବୀଙ୍କ ମୃତୁର କାରଣ କ’ଣ ? ହୃଦଘାତ ନା କସମେଟିକ ସର୍ଜରୀ !

ମୃତୁର କାରଣ କ’ଣ

ଶ୍ରୀଦେବୀଙ୍କ  ହୃଦଘାତ ଯୋଗୁ ମୃତୁ ହୋଇଛି ବୋଲି କୁହାଯାଉଥିଲେ ମଧ୍ୟ ଏହାକୁ ନେଇ ବିତର୍କ ସୃଷ୍ଟି ହୋଇଛି । କାରଣ ତାଙ୍କ ପରିବାର ଲୋକ ଦାବି କରୁଛନ୍ତି ଯେ ସେ କେବେ ହେଲେ ପୂର୍ବରୁ ହୃଦରୋଗର ଶିକାର ହୋଇ ନାହାନ୍ତି । ସେ କେବେ ହେଲେ ଏଭଳି କିଛି ଅଭିଯୋଗ ବି କରି ନାହାନ୍ତି । ତା ‘ ଛଡା ସେ ନିଜର ସ୍ୱାସ୍ଥ୍ୟର ସୁରକ୍ଷା ପ୍ରତି ବେଶ ସଚେତନ ଥିଲେ । ଏମିତି କି ପ୍ରତିଦିନ ଦୁଇ ଘଣ୍ଟା ଚାଲୁଥିଲେ । ଏଭଳି ବ୍ୟକ୍ତିକୁ ହୃଦଘାତ କାହିଁକି ହେବ ବୋଲି ଅନେକ ପ୍ରଶ୍ନ କରୁଛନ୍ତି ?

ଅନ୍ୟ ଏକ ରିପୋର୍ଟରେ ଦାବି କରାଯାଉଛି କି କସମେଟିକ ସର୍ଜରୀ ତାଙ୍କ ମୃତୁର କାରଣ ହୋଇ ପାରେ । କାରଣ ସେ ୨୯ ଥର ଏଭଳି ସର୍ଜରୀ କରିଛନ୍ତି । ନିଜର ଓଜନ ହ୍ରାସ କରିବା ସହିତ ଶରୀରରେ ଯେପରି ବୟସର ଛାପ ନ ପଡିବ, ସେଥିପାଇଁ ସେ ଏଭଳି ଅପରେସନ ସବୁ କରି ଥିଲେ । ଏଥିରୁ ଗୋଟେ  ଅପରେସନରେ କିଛି ତ୍ରୁଟି ପରିଲକ୍ଷିତ ହୋଇ ଥିଲା । ତା ‘ଛଡା ତାଙ୍କୁ ଅପରେସନ ପରେ ବହୁତ ଔଷଧ ସେବନ କରିବାକୁ ପଡିଥିଲା ।

କିଛି ଚିକିଶ୍ଚକ ଦାବି କରିଛନ୍ତି ଯେ ବୟସର ଛାପ ଏଡାଇବା ପାଇଁ ଅପରେସନ କଲା ପରେ ଯେଉଁ ଔଷଧ ସେବନ କରାଯାଏ,ତାହା ଯୋଗୁ ରକ୍ତ ଆହୁରି ବହଳିଆ ହୋଇଯିବାର ଆଶଙ୍କା ଥାଏ । ତେଣୁ ଏହା ଯୋଗୁ ସେ  ହୃଦଘାତ ଶିକାର ହୋଇ ଥାଇ ପାରନ୍ତି । ତେଣୁ ତାଙ୍କର ଶବ ବ୍ୟବଛେଦ ରିପୋର୍ଟ ହସ୍ତଗତ ହେବା ପରେ ହିଁ ଏହି ବିବାଦର ଅବସାନ ଘଟିବ ବୋଲି ମନେ କରାଯାଉଛି ।

ପଢନ୍ତୁ ;

ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ : ଧୋନୀ,କୋହଲି, ପାଣ୍ଡ୍ୟାଙ୍କୁ ବିଶ୍ରାମ, ରୋହିତଙ୍କୁ ଅଧିନାୟକ ଦାୟିତ୍ଵ

Related posts

ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କଲା ଏହି ଭିଡିଓ

ENO Beuro

ଭାଲେଣ୍ଟାଇନ ଡ଼େକୁ ସ୍ପେଶିଆଲ କରିବାକୁ ଚାହୁଁଛନ୍ତି କି ?ତେବେ ନିଶ୍ଚୟ ଦେଖନ୍ତୁ ଏହି ଗୀତଟି

ENO Beuro

Odia Girl Barnali Hota Along With Her Band Euphony Declared Runners Up In Dil Hai Hindustani

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More