News

କାବେରୀ ନଦୀ ବିବାଦ : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ,ତାମିଲନାଡୁ ପାଇଁ ହ୍ରାସ କରାଗଲା ଜଳ ପରିମାଣ

କାବେରୀ ନଦୀ ବିବାଦ ମାମଲାରେ ସୁପ୍ରିମକୋର୍ଟ ଆଜି ଚୁଡାନ୍ତ ରାୟ ପ୍ରକାଶ କରିଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଣିକି ତାମିଲନାଡୁକୁ ୧୭୭ ଦଶମିକ ୨୫ ଟିଏମସି ଫୁଟ ପାଣି ମିଳିବ । ଫଳରେ ତାମିଲନାଡୁକୁ ପୂର୍ବରୁ ମିଳୁଥିବା ପାଣିର ପରିମାଣ ହ୍ରାସ ପାଇଛି  । ଏଥିସହ ବେଙ୍ଗଳୁରୁବାସୀଙ୍କ ପିଇବା ପାଣି ଆବଶ୍ୟକତା ବଢିଯାଇଥିବା ଉପଲବ୍ଧି କରି କର୍ଣ୍ଣଟକକୁ ୧୪.୭୫ ଟିଏମସି ଫୁଟ ପାଣି ଅଧିକ ଯୋଗାଇଦେବା ପାଇଁ କହିଛନ୍ତି କୋର୍ଟ । ଫଳରେ କାବେରୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ, ତାମିଲନାଡୁ ପାଇଁ ଧାର୍ଯ୍ୟ କରିଥିବା ଜଳ ପରିମାଣକୁ କୋର୍ଟ କମାଇ ଦେଇଛନ୍ତି । ଟ୍ରିବ୍ୟୁନାଲ ୪୧୯ ଟିଏମସି ଫୁଟ ପାଣି ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟଙ୍କ ରାୟରେ କର୍ଣ୍ଣାଟକକୁ ଲାଭ ମିଳିଛି।

କାବେରୀ ନଦୀ କର୍ଣ୍ଣାଟକର କୋଡାଗୁ ଜିଲ୍ଲାରୁ ବାହାରି ତାମିଲନାଡ଼ୁ ପୁମପୁହାର ଦେଇ ବଙ୍ଗୋପସାଗରରେ ମିଶିଛି । କାବେରୀ ନଦୀର ଜଳ ଉପରେ ଉଭୟ ରାଜ୍ୟର ଚାଷୀମାନେ ନିର୍ଭର କରୁଥିବାବେଳେ କର୍ଣ୍ଣାଟକ ନଦୀଜଳର ଅଧିକ ଭାଗ ଦାବି କରୁଛି । ତେବେ ଦୁର୍ବଳ ମୌସୁମୀ ସମୟରେ ଓ ବର୍ଷାଭାବର ସମ୍ମୁଖୀନ ହେଉଥିବା ଦର୍ଶାଇ ତାମିଲନାଡୁ ପାଇଁ କର୍ଣ୍ଣାଟକ ଆଦୌ ଜଳ ଛାଡିବାକୁ ରାଜି ହେଉ ନ ଥିବା ଅଭିଯୋଗ ହୋଇଥିଲା ।

ଏହି ନଦୀ ବିବାଦର ସମାଧାନ ପାଇଁ ଗତ ୨୦୦୭ରେ ଗଠନ ହୋଇଥିବା ଟ୍ରିବ୍ୟୁନାଲ ରାୟ ଦେଇଥିବାବେଳେ ଏହାକୁ ବିରୋଧ କରି କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ପଢନ୍ତୁ;

ସୁପ୍ରିମ୍‌ କୋର୍ଟଙ୍କ ପ୍ରଶ୍ନ : ବଳତ୍କାରର ମୂଲ୍ୟ କ’ଣ ମାତ୍ର ୬ ହଜାରେ ଟଙ୍କା ?

 

Related posts

ରାଜଧାନୀ ଦିଲ୍ଲୀ ର ପ୍ରଦୂଷଣକୁ ରୋକିବା ପାଇଁ ସରକାରଙ୍କ ନୂତନ ନିସ୍ପତି

ENO Beuro

ଭିଜିଲାନ୍ସ ଜାଲରେ ଫସିଲେ ଡ଼ାକ୍ତରାଣୀ

ENO Beuro

ମୋଦିଙ୍କ ବାୟୋପିକକୁ ବିରୋଧ କଲା କଂଗ୍ରେସ: ନିର୍ବାଚନ କମିଶନର ଆଗରେ ହେଲା ଫେରାଦ

Ratnamani Moharana

1 comment

Leave a Comment