Loading...

ରେଡ୍ ପରେ ଡାକ୍ତରଙ୍କୁ ବାନ୍ଧିଲା ସିବିଆଇ

ରେଡ୍ ପରେ ଡାକ୍ତରଙ୍କୁ ବାନ୍ଧିଲା ସିବିଆଇ

ଗତକାଲି ରାତି ସାରା ପାରାଦୀପ ଅଫିସ୍ ସମେତ ପାରାଦୀପରେ ଥିବା ଭଡ଼ା ଘର, ବାଲେଶ୍ୱରରେ ଥିବା ପୈତୃକ ଘର ଓ କଟକରେ ରହୁଥିବା ଘରେ ଚଢାଉ ପରେ ଆଜି ଡାକ୍ତରଙ୍କୁ ବାନ୍ଧିଲା ସିବିଆଇ ।

ଗତକାଲି ରାତି ସାରା ପାରାଦୀପ ଅଫିସ୍ ସମେତ ପାରାଦୀପରେ ଥିବା ଭଡ଼ା ଘର, ବାଲେଶ୍ୱରରେ ଥିବା ପୈତୃକ ଘର ଓ କଟକରେ ରହୁଥିବା ଘରେ ଚଢାଉ ପରେ ଆଜି ଡାକ୍ତରଙ୍କୁ ବାନ୍ଧିଲା ସିବିଆଇ । ପାରାଦୀପ ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ସିବିଆଇ ଗିରଫ କରିଛି। ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମାରାଥନ ରେଡ୍ ପରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଡାକ୍ତର ରାଜେନ୍ଦ୍ରଙ୍କୁ ସିବିଆଇ ପାରାଦୀପରୁ ଭୁବନେଶ୍ୱର ଆଣିଛି। ବିଛଣା ତଳୁ, ଲାଟ୍ରିନ ଘରୁ କୋଟିଏ ପାଖାପାଖି ଟଙ୍କା ସହ ବିପୁଳ ପରିମାଣର ଡଲାର ମିଳିଛିା କରୋନା କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଡାକ୍ତର ରାଜେନ୍ଦ୍ର ଲାଞ୍ଚ ନେଉଥିବା ଅଭିଯୋଗ ପରେ ସିବିଆଇ ଗତକାଲିଠୁ ୪ଟି ସ୍ଥାନରେ ଘନ ଘନ ରେଡ୍ କରିଥିଲା।

ସୂଚନାନୁସାରେ, ପାରାଦୀପ ବନ୍ଦରକୁ ଆସୁଥିବା ଜାହାଜର କ୍ରିୟୁ ମେମ୍ବରଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଂଚ କରୁଥିବା ଓ ଏହାର ରିପୋର୍ଟ ପାଇଁ ରାଜେନ୍ଦ୍ର ନାରାୟଣ ଅନେକ ସମୟରେ ବିଭିନ୍ନ ସିପିଂ ଏଜେଂଟଙ୍କ ଠାରୁ ଜୁଲମ କରି ଟଙ୍କା ନେଉଥିବା ଅଭିଯୋଗ ହୋଇ ଆସୁଥିଲା । ଗୁରୁବାର ସିବିଆଇର ଅଧିକାରୀ ମାନେ ତାଙ୍କୁ ଲାଂଚ ନେଉଥିବା ବେଳେ ଟଙ୍କା ସହ ଧରିଥିଲେ ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.