ସି-ସୋର ଚିଟଫଣ୍ଡ ମାମଲାରେ ଗିରଫ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଙ୍କୁ ସିବିଆଇ ଜେରା

ସି-ସୋର ଚିଟଫଣ୍ଡ ମାମଲାରେ ଗିରଫ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଙ୍କୁ ସିବିଆଇ ଜେରା

ଚିଟ୍‌ଫଣ୍ଡ୍‌ ଠକେଇ ମାମଲାର ତନାଘନା ଆଜି ପର୍ଯ୍ୟନ୍ତ ଚାଲୁ ରହିଛି । ସିବିଆଇ ତା କାର୍ଯ୍ୟ ଚଳେଇଛି । ବହୁ ରଥୀ ମହାରଥୀ ଏହି ମାମଲାରେ ଜଡିତ ଅଛନ୍ତି । ସେହିପରି ବହୁ ଚର୍ଚ୍ଚିତ ସି-ସୋର ଚିଟଫଣ୍ଡ ଠକେଇ ଘଟଣାରେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳ ଙ୍କୁ ଗତକାଲି ରାତି ଅଧରେ (ପ୍ରାୟ ୨ଟା) ଗିରଫ କରିଛି ସିବିଆଇ ।  ବିଜେଡି ବିଧାୟକଙ୍କୁ ରିମାଣ୍ଡରେ ନେଇ ଆଜିଠାରୁ ଜେରା କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ।

ସି-ସୋର କମ୍ପାନି ଓ ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ଯାଜପୁର ଜିଲ୍ଲା ବେଣୀପୁର ମୌଜାରେ ଥିବା ୩୨ ଗୁଣ୍ଠ ଜମି କିଣାବିକାରେ ହୋଇଥିବା ଟଙ୍କା କାରବାରକୁ ନେଇ ବିଧାୟକଙ୍କୁ ଗିରଫ କରାଯାଇଥିବା ସିବିଆଇ ପ୍ରକାଶ କରିଛି ।  ସିବିଆଇ ଅଧିକ ତଦନ୍ତ ପାଇଁ ୫ ଦିନ ଲାଗି ରିମାଣ୍ଡ୍‌ରେ ନେବାକୁ କୋର୍ଟରେ ଆବେଦନ କରିଥିଲା । କୋର୍ଟ ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ୫ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । ଫଳରେ ବିଧାୟକ ବିଶ୍ୱାଳ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ଅଛନ୍ତି ।

ତାଙ୍କ ବିରୋଧରେ ଆଇପିସିର ଧାରା-୪୬୭ ଅର୍ଥାତ୍ ମନ୍ଦ ଉଦ୍ଦେଶ୍ୟ ରଖି ତଥ୍ୟ ଜାଲ କରିବା, ୪୬୮ ଅର୍ଥାତ ଦସ୍ତାବିଜରେ ଜାଲିଆତି କରିବା, ୪୦୯ ବିଶ୍ୱାସ ଭଙ୍ଗ କରିବା, ୧୨୦ ବି ଅର୍ଥାତ୍ ଅପରାଧିକ ଷଡଯନ୍ତ୍ର କରିବା ଏବଂ ୪୨୦ ଅର୍ଥାତ୍ ଠକେଇ କରିବା ଭଳି ସଂଗୀନ ଦଫା ଲଗାଇଛି ସିବିଆଇ ।

୨୦୧୧ ମସିହା, ଯାଜପୁର ବେଣାପୁରରେ ଥିବା ୩୨ ଗୁଣ୍ଠ ଜମି ସିସୋରକୁ ବିକ୍ରି  କରିଥିଲେ ପ୍ରଭାତ ଓ ଏହାକୁ ନେଇ ତନାଘନା । ପତ୍ନୀଙ୍କ ନାମରେ ହୋଇଥିବା ଜମି କିଣାବିକାକୁ ନେଇ ଚିଟଫଣ୍ଡ୍ ଠକେଇ ମାମଲା ଭିତରକୁ ଟାଣି ହୋଇଆସିଛନ୍ତି ପ୍ରଭାତ । ପୂର୍ବରୁ ପ୍ରଭାତଙ୍କୁ ୫ ଥର ସିବିଆଇ ଜେରା କରିଥିଲା । ୨୦୧୪  ନଭେମ୍ବରରେ ପ୍ରଭାତ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀଙ୍କୁ ସି-ସୋର ଲିଙ୍କରେ ଜେରା କରିଥିଲା ସିବିଆଇ ।

ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଥିବା ଖବର ଆଜି ସକାଳୁ ସକାଳୁ ବିଜୁଳି ବେଗରେ ବ୍ୟାପି ଯାଇଥିଲା। ବିଶ୍ୱାଳ ଗିରଫ ହୋଇଥିବା ଖବର ପାଇ କଟକରୁ ତାଙ୍କ ସମର୍ଥକମାନେ ଆସି ସିବିଆଇ କାର୍ଯ୍ୟାଳୟ ନିକଟରେ ଭିଡ ଜମାଇଥିଲେ।  ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହେବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ନିଜେ ଡିସିପି ସତ୍ୟବ୍ରତ ଭୋଇ ପ୍ରମୁଖ ସିବିଆଇ କାର୍ଯ୍ୟାଳୟକୁ ଆସି ପରିସ୍ଥିତି ଉପରେ ନଜର ରଖିଥିଲେ।

ଚିଟଫଣ୍ଡ ମାମଲାରେ ସକ୍ରିୟ ହୋଇଛି ସିବିଆଇା ଆଲୋଚନା ହେଉଛି ପ୍ରଭାତଙ୍କ ପରେ କିଛି ରାଜନେତା ଓ ବଡ ବଡ ଅଫିସରଙ୍କୁ ଧରିପାରେ ସିବିଆଇ । ଏଥି ମଧ୍ୟରେ ଶାସକ ଦଳର କିଛି ନେତା ଥିବା ଚର୍ଚ୍ଚା ହେଉଛି । ତେବେ କିଏ ଗିରଫ ହେବେ ସେ ନେଇ ସିବିଆଇ ମୁହଁଖୋଲୁନାହିଁ । ଦିଲ୍ଲୀରୁ କିଛି ବଡ ସିବିଆଇ ଅଫିସର ଭୁନେଶ୍ୱରରରେ ଆସି ଅଛନ୍ତି । ତେବେ ପୂଜା ପୂର୍ବରୁ ଏହି କାର୍ଯ୍ୟ ଆରମ୍ଭ ହେବ ନା ଏବେ ଆରମ୍ଭ ହେବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ସି-ସୋର ଚିଟଫଣ୍ଡ ମାମଲାରେ ଗିରଫ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଙ୍କୁ ସିବିଆଇ ଜେରା

ଅଧିକ ପଢନ୍ତୁ ଆସନ୍ତା ୨୫ ତାରିଖକୁ ପ୍ରବଳ ବର୍ଷା ସମ୍ଭାବନା ବୋଲି ପାଣିପାଗ କେନ୍ଦ୍ରର ସୂଚନା