News

ଆତ୍ମଘୋଷିତ ବାବା ଦାତି ମହରାଜଙ୍କ ବିରୋଧରେ ମାମଲା

ଆତ୍ମଘୋଷିତ ବାବା ଦାତି ମହରାଜଙ୍କ ବିରୋଧରେ ସିବିଆଇ ଶୁକ୍ରବାର ଏକ ମାମଲା ରୁଜୁ କରିଛନ୍ତି। ଦାତି ମହାରାଜଙ୍କ ନାଁରେ ତାଙ୍କ ଆଶ୍ରମରେ ଥିବା ଜଣେ ଅନ୍ତେବାସୀଙ୍କ ସହ ଦୁଷ୍କର୍ମ ଓ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବାର ଅଭିଯୋଗରେ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି। ଦକ୍ଷଣି ଦିଲ୍ଲୀରେ ଦାତି ମହାରାଜଙ୍କ ଏକ ମନ୍ଦିର ରହିଛି। ଏହା ନିକଟରେ ହିଁ ସେ ନିଜ ଆଶ୍ରମ ଖୋଲିଥିଲେ। ନିଜର ଅଭିଯୋଗରେ ମହିଳା ଜଣଙ୍କ ଦାତି ମହାରାଜ, ତାଙ୍କର ୩ ଭାଇ ଏବଂ ଜଣେ ମହିଳାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ।

dati

ସୂଚନାଥାଉକି ,ଗତ ଜୁନ୍ ୨୨ ତାରିଖରେ ତାଙ୍କ ବିରୋଧରେ ଦକ୍ଷିଣ ଦିଲ୍ଲୀର ଫତେପୁର ବେରି ଥାନାରେ ମାମଲା ରୁଜୁ ହୋଇଥିଲା । ଅବଶ୍ୟ ବାବା ଦାତି ମହାରାଜ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତେବେ ଦିଲ୍ଲୀ ପୋଲିସର ତଦନ୍ତ ଉପରେ ସନ୍ଦେହ ହେବା ପରେ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଛି । ତେଣୁ ଏବେ ବାବା ଆଉ ବର୍ତ୍ତିବେନି ବୋଲି ଆଲୋଚନା ହେଉଛି ।

ପଢନ୍ତୁ; ଜାମ୍ମୁ-କାଶ୍ମୀର: ପଥରମାଡରେ ଯବାନ ସହିଦ

Related posts

ଆଜିଠୁ ବର୍ଷା ଆରମ୍ଭ,କାଲିଠୁ ଅବପାତ ରୂପ ନେବ ଲଘୁଚାପ

ENO Beuro

ଆଜିଠୁ ରାଜଧାନୀରେ ମାଗଣା ୱାଇଫାଇ

ENO Beuro

ଜଟଣୀ ଫ୍ଲାଏ ଓଭର ନିର୍ମାଣରୁ ପଣ୍ଡା ଇନଫ୍ର। ବିଦା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More