ଉନ୍ନାୱ ଗଣ ଦୁଷ୍କର୍ମ ମାମଲା:ବିଧାୟକ ସେଙ୍ଗାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ନିଶ୍ଚିତ କଲା ସିବିଆଇ,ପୀଡ଼ିତା କହିଲେ ଦିଆଯାଉ ମୃତ୍ୟୁଦଣ୍ଡ

ଉନ୍ନାଓ ଗଣଦୁଷ୍କର୍ମ ଘଟଣା

ଉନ୍ନାଓ ଗଣଦୁଷ୍କର୍ମ ଘଟଣାର ତଦନ୍ତକାରୀ ସଂସ୍ଥା ସିବିଆଇକୁ ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ମିଳିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ମାମଲାର ତଦନ୍ତ କରୁଥିବା ଉତ୍ତରପ୍ରଦେଶ ପୋଲିସ ଘଟଣାକୁ ଘୋଡ଼ାଇବାକୁ ଚାହୁଁଥିଲା ବୋଲି ସିବିଆଇ କହିଛି।

ଅଭିଯୋଗ ଅନୁସାରେ, ବିଜେପି ବିଧାୟକ କୁଳଦୀପ ସିଂହ ସେଙ୍ଗାର୍‌ ପୀଡ଼ିତାଙ୍କ ସହ ଗତବର୍ଷ ଜୁନ୍‌ ୪ ତାରିଖ ଦିନ ଉତ୍ତରପ୍ରଦେଶ ଅନ୍ତର୍ଗତ ମାଖି ଗାଁ’ରେ ଥିବା ନିଜ ଘରେ ଦୁଷ୍କର୍ମ କରୁଥିବା ବେଳେ ତାଙ୍କର ମହିଳା ସହଯୋଗୀ ଶଶି ସିଂହ କୋଠରି ବାହାରେ ଠିଆ ହୋଇ ଜଗିଥିଲେ।

ପୀଡ଼ିତାଙ୍କ ଅଭିଯୋଗ ସତ୍ୱେ ପୋଲିସ ଜୁନ୍ ୨୦ରେ ଦାଏର କରିଥିବା ଏଫଆଇଆରରୁ ବିଧାୟକଙ୍କ ନାମକୁ ଜାଣିଶୁଣି ବାଦ୍ ଦେଇଥିଲା । ଯଦିଓ ବିଧାୟକଙ୍କ ସହ ଅନ୍ୟ ତିନିଜଣ ବାଳିକାଟିକୁ ଗଣ ଦୁଷ୍କର୍ମ କରିଥିଲେ। ପୀଡ଼ିତା ବାଳିକାର ଡାକ୍ତରୀ ମାଇନାରେ ମଧ୍ୟ ପୋଲିସ ବିଳମ୍ବ କରାଇଥିଲା । ପୀଡ଼ିତାଙ୍କ ପୋଷାକକୁ ଫରେନସିକ୍ ଲ୍ୟାବକୁ ପଠାଇ ନଥିଲା । ଅଭିଯୁକ୍ତକୁ ସୁରକ୍ଷା ଦେବା ପାଇଁ ପୋଲିସ ଏଭଳି ଉଦ୍ୟମ କରିଥିବା ସିବିଆଇ କହିଛି ।ମୋତେ ଗଣଦୁଷ୍କର୍ମ କରିଥିବା ଓ ମୋ ପିତାଙ୍କୁ ହତ୍ୟା କରିଥିବା ବିଧାୟକ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଫାଶିଦଣ୍ଡ ମିଳୁ ବୋଲି ପୀଡ଼ିତା ବାଳିକା ଜଣଙ୍କ ଅଭିଯୋଗ କରିଛନ୍ତି।

ପଢନ୍ତୁ; ମହାଥିର ହେଲେ ବିଶ୍ୱର ସବୁଠ ବୟସ୍କ ପ୍ରଧାନମନ୍ତ୍ରୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More