News

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ap

କେନ୍ଦ୍ର ସହ ଉପୁଜିପାରେ ବିବାଦ

ସିବିଆଇକୁ ଆନ୍ଧ୍ର ପ୍ରଦେଶ ମନା। ଏଣିକି ସରକାରୀ କାମରେ ଆନ୍ଧ୍ର ପ୍ରଦେଶରେ ପ୍ରବେଶ କରିବା ପାଇଁ ସିବିଆଇ ଅଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ହେବ। କାରଣ ଏଥିପାଇଁ ଦିଆଯାଇଥିବା ‘ଜେନେରାଲ୍ କନ୍‌ସେଣ୍ଟ୍’ ବା ‘ସାଧାରଣ ସହମତି’କୁ ଆନ୍ଧ୍ର ପ୍ରଦେଶ ସରକାର ପ୍ରତ୍ୟାହାର କରି ନେଇଛନ୍ତି।

ap

ସିବିଆଇକୁ ଲଗାଇ ବିଜେପି ଆନ୍ଧ୍ରରେ ରାଜନୈତିକ ଗେମ୍ ଖେଳୁଥିବାରୁ ଏମିତି କିଛି ପଦକ୍ଷେପ ନେଇଛନ୍ତି ସରକାର। ବର୍ତ୍ତମାନ ରାଜ୍ୟ ଯାଞ୍ଚ ଏଜେନ୍ସି (ଏସିବି) ରାଜ୍ୟରେ ସିବିଆଇ ଭୂମିକା ନିଭାଇବ। ଚନ୍ଦ୍ରବାବୁ ନାଇଡ଼ୁଙ୍କ ଏହି ନିଷ୍ପତ୍ତିରେ କେନ୍ଦ୍ର ଏବଂ ରାଜ୍ୟ ସରକାର ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି। ସିବିଆଇରେ ଏବେ ଯେଉଁ ବିବାଦ ସୃଷ୍ଟି ହୋଇଛି ତାହାଦ୍ୱାରା ସିବିଆଇ ତାହାର ପବିତ୍ରତା, ଅଖଣ୍ଡତା ଏବଂ ବିଶ୍ୱସନୀୟତାକୁ ହରାଇଥିବା ଆନ୍ଧ୍ର ସରକାର ଅନୁଭବ କରିଛନ୍ତି। ଏହି କାରଣରୁ ଆନ୍ଧ୍ର ମାମଲାରେ ସିବିଆଇର ହସ୍ତକ୍ଷେପକୁ ବରଦାସ୍ତ କରାଯିବନି। ଅନ୍ୟପଟେ ଚନ୍ଦ୍ରବାବୁଙ୍କ ନିଷ୍ପତ୍ତିକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମର୍ଥନ କରିଛନ୍ତି।

ସୂଚନାଯୋଗ୍ୟ,ମୋଦି ବିରୋଧୀ ମେଣ୍ଟର ନେତୃତ୍ୱ ନେଉଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଏମିତି ଏକ ଚିଠି ବଳରେ ବିଜେପିର ପ୍ରଭାବ ହ୍ରାସ କରିବାକୁ ଚେଷ୍ଟା କରିଛନ୍ତି ଚନ୍ଦ୍ରବାବୁ।

ପଢନ୍ତୁ; ହାତରେ ସୂତ୍ର ବାନ୍ଧିବା ଦ୍ଵାରା ମିଳିଥାଏ ଏହି ସବୁ ଫାଇଦା ! ଜାଣନ୍ତୁ

Related posts

ପରଲୋକରେ ଓଡ଼ିଆ ସିନେମା ନିର୍ଦ୍ଦେଶକ ଚକ୍ରଧର ସାହୁ

ENO Beuro

ସ୍ୱର୍ଣ୍ଣପଦକର ସ୍ଵପ୍ନ ଦେଖୁଥିବା ଶିକ୍ଷାର୍ଥୀମାନେ ଶାକାହାରୀ ହେବା ପାଇଁ ବାଧ୍ୟ : ପୁଣେ ବିଶ୍ୱବିଦ୍ୟାଳୟ

ENO Beuro

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ

ENO Beuro

Leave a Comment