News

ସିବିଆଇର ନିର୍ଦ୍ଦେଶକ ହେଲେ ଏମ.ନାଗେଶ୍ୱର ରାଓ

mm

ସିବିଆଇର ଦୁଇ ଟପ୍ ନିର୍ଦ୍ଦେଶକ ପରସ୍ପର ଉପରେ ଲାଞ୍ଚ ନେବା ଅଭିଯୋଗ ଆଣିବା ପରେ କେନ୍ଦ୍ର ସରକାର କଡା ପଦକ୍ଷେପ ନେଇଛନ୍ତି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇରେ ଚାଲିଥିବା ବିବାଦରେ ଲାଭାନ୍ୱିତ ହୋଇଛନ୍ତି ଓଡ଼ିଶା କ୍ୟାଡର ଆଇପିଏସ ଏମ. ନାଗେଶ୍ୱର ରାଓ । ୧୯୮୬ ବ୍ୟାଚ ଆଇପିଏସ ଏମ.ନାଗେଶ୍ୱର ରାଓଙ୍କୁ ସିବିଆଇ ନିଦେ୍ର୍ଧଶକ ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଏହା ପୂର୍ବରୁ ସେ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ  ଦାୟିତ୍ୱ ତୁଲାଇଛନ୍ତି ।

mm

ସୂଚନା ଅନୁସାରେ, କୁରେସୀ ମାମଲାରେ ଗିରଫ ହୋଇଥିବା ମାଂସ ବ୍ୟବସାୟୀ ସତୀଶ ସାନାଙ୍କ ଠାରୁ ରାକେଶ ଆସ୍ଥାନା କିସ୍ତି ଆକାରରେ ୨ କୋଟି ଟଙ୍କା ଲାଂଚ ନେଇଥିବାର ଅଭିଯୋଗ ଖୋଦ ସାନା ଆଣିଥିଲେ । କିନ୍ତୁ ଏହି ଅଭିଯୋଗକୁ ଆସ୍ଥାନା ଖଣ୍ଡନ କରିଥିଲେ । କିନ୍ତୁ ଏହା ପୂର୍ବରୁ ଆର୍‌ଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଏକ ଦୁର୍ନିତି ମାମଲାରେ ନିର୍ଦ୍ଦେଶକ ଆଲୋକ ବର୍ମା ଜଡ଼ିତ ଅଛନ୍ତି ବୋଲି ଆସ୍ଥାନା ଅଭିଯୋଗ ଆଣିଥିଲେ । ଲାଂଚ ନେବା ମାମଲାକୁ ନେଇ ଦେଶର ବରିଷ୍ଠ ତଦନ୍ତକାରୀ ସଂସ୍ଥାରେ ଅନ୍ତଦ୍ୱର୍ନ୍ଦ ଦେଖାଦେଇଥିଲା । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ଦୁଇ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଏହି ପଦକ୍ଷେପ ନେଇଛନ୍ତି।

ପଢନ୍ତୁ; ଦ୍ୱିତୀୟ ଦିନିକିଆ: ଆଜି ବିଶାଖାପାଟନାରେ ହେବେ ଭାରତ-ୱେଷ୍ଟଇଣ୍ଡିଜ୍‌ ମୁହାଁମୁହିଁ

Related posts

ଗଛ ପାଇଁ ବଞ୍ଚିଗଲା ଚାରି ମହଲାରୁ ଖସି ପଡ଼ିଥିବା ୧୪ ମାସ ଶିଶୁର ଜୀବନ

ENO Beuro

ସୁପ୍ରିମକୋର୍ଟଙ୍କ ମତ: ସ୍ତ୍ରୀଙ୍କୁ ପାଖରେ ରହିବାକୁ ସ୍ଵାମୀ ବାଧ୍ୟ କରିପାରିବେ ନାହିଁ !

ENO Beuro

ମୋବାଇଲ ନମ୍ବର ଓ ଆଧାର ସଂଯୋଗ ଏବେ ହେବ ସହଜ, ଘରେବସି କରିପାରିବେ ଏହି କାମ

ENO Beuro

Leave a Comment