News

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ : ୩୫ ହଜାର ଟଙ୍କାରେ ବିକ୍ରି ହୋଇଥିଲା

ହୁଇସିଲବ୍ଲୋୟରଙ୍କୁ ଖୋଜୁଛି ପୁଲିସ୍

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ପ୍ରଶ୍ନପତ୍ର ଲିକ୍‌ ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମ୍‌ ବ୍ରାଞ୍ଚ୍‌ର ହସ୍ତଗତ ହୋଇଛି । ତେବେ ତଦନ୍ତର ଆଉ ଏକ ବଡ ଖୁଲାସା ପଦାକୁ ଆସିଛି । ଲିକ୍‌ ପ୍ରଶ୍ନପତ୍ର ୩୫ ହଜାର ଟଙ୍କାରେ ବିକ୍ରି ହୋଇଛି । କିଛି ଅଭିଭାବକ ଲିକ୍‌ ପ୍ରଶ୍ନପତ୍ର ୩୫ ହଜାର ଟଙ୍କାରେ ପାଇବା ପରେ ତାକୁ ସେମାନେ ମଧ୍ୟ ନିଜର ଅର୍ଥ ଉଠାଇବା ପାଇଁ ୫ ରୁ ୧୦ ହଜାର ଟଙ୍କାରେ ଅନ୍ୟ ମାନଙ୍କୁ ବିକ୍ରି କରିଥିବାର ଜଣା ପଡିଛି ।

ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପ୍ରଶ୍ନପତ୍ର ୧୦ଟି ହ୍ବାଟସ୍‌ ଆପ୍‌ ଗ୍ରୁପ୍‌ରେ ଲିକ୍‌ କରାଯାଇଥିଲା। ପ୍ରତି ଗ୍ରୁପ୍‌ରେ ପ୍ରାୟ ୫୦ ଜଣ ସଦସ୍ୟ ଥିଲେ। ସଦସ୍ୟମାନଙ୍କ ମଧ୍ୟରେ ଅଭିଭାବକ, ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଶିକ୍ଷାର୍ଥୀମାନେ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ତେବେ କ୍ରାଇମ୍‌ ବ୍ରାଞ୍ଚ୍‌ ପକ୍ଷରୁ ମୁଖ୍ୟ ଅପରାଧୀ ବା ହୁଇସିଲବ୍ଲୋୟରକୁ ଖୋଜା ଚାଲିଛି । କିଏ ଏହାକୁ ବିଭିନ୍ନ ହ୍ବାଟସ୍‌ ଆପ୍‌ ଗ୍ରୁପ୍‌କୁ ପଠାଇଥିଲେ ସେ ସମ୍ପର୍କରେ ଜାଣିବା ପାଇଁ ତଦନ୍ତ ଜାରି ରହିଛି ।

ପ୍ରଶ୍ନପାତ୍ର ଲିକ୍‌ ହେବା କାରଣରୁ ସିବିଏସ୍‌ଇ ସାନି ପରୀକ୍ଷା କରିବାକୁ ଘୋଷଣା କରିଛି । ତେବେ ପ୍ରଶ୍ନପାତ୍ର ଲିକ୍‌ ହୋଇଥିବା କେବଳ ଦିଲ୍ଲୀ – ଏନସିଆର ଓ ହରିୟାନାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଗଣିତ ପରୀକ୍ଷା ଦେବାକୁ ପଡିବ ।

ମାତ୍ର ଅନ୍ୟ ସବୁ ରିଜିଅନର ଛାତ୍ରଛାତ୍ରୀମାନେ ଦ୍ଵାଦଶ ଶ୍ରେଣୀର ଇକୋନୋମିକ୍ସ ପରୀକ୍ଷା ଦେବେ । ଫଳରେ ଦ୍ଵାଦଶ ଶ୍ରେଣୀର ୩ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହେବେ ବୋଲି ଜଣା ପଡିଛି ।

ପଢନ୍ତୁ ;

ଅଣ୍ଡର୍‌ଓ୍ବାଲର୍‌ଡ ଡନ୍‌ ଭୂମିକାରେ ବିଦ୍ୟା ବାଲାନ୍‌

Related posts

୨୯ ରେ ଲଘୁଚାପ ସମ୍ଭାବନା ,୨୮ ରୁ ୩୧ ଯାଏଁ ବର୍ଷା

ENO Beuro

ବ୍ରାହ୍ମଣୀ ସେତୁ ଯାତ୍ରୀଙ୍କ ପାଇଁ ପାଲଟିଛି ମରଣ ଜନ୍ତା, ନଭେମ୍ବର ୨ରୁ ବ୍ରାହ୍ମଣୀ ସେତୁ ବଂଚାଅ ଆନ୍ଦୋଳନ

ENO Beuro

ଆଜି ସଂସଦରେ ଆଗତ ହେବ ସାଧାରଣ ବଜେଟ୍

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More