• Home
  • News
  • ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଫଳ
News

ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଫଳ

ଆଜି ପ୍ରକାଶ ପାଇବ ସିବିଏସଇ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ଏଥିପାଇଁ ନିର୍ଦ୍ଧାରିତ ସମୟ ସ୍ଥିର ହୋଇନଥିଲେ ମଧ୍ୟ ଦିନ ୧୨ଟାରୁ ପରୀକ୍ଷା ଫଳ ମିଳିବ ବୋଲି ସୂଚନା ରହିଛି । ଛାତ୍ରଛାତ୍ରୀ ଦୁଇଟି ୱେବସାଇଟ- ସିବିଏସଇ ରେଜଲ୍ଟସ ଡଟ୍ ଏନଆଇସି ଡଟ୍ ଇନ ସିବିଏସଇ ଡଟ୍ ଏନଆଇସି ଡଟ୍ ଇନରେ ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରାୟ ୧୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଗତ ମାର୍ଚ୍ଚ ୯ରୁ ଏପ୍ରିଲ ୨୯ ପର୍ୟ୍ୟନ୍ତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଥିବାରୁ ସାମାନ୍ୟ ବିଳମ୍ବରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଆଜି ବିଭାଗୀୟ ୱେବସାଇଟ cbseresults.nic.in ଏବଂ cbse.nic.inରେ ଫଳ ଉପଲବ୍ଧ ହେବ। ଏହି ୱେବସାଇଟରେ ଲଗ ଇନ କରି ଫଳ ଜାଣିହେବ। ଏହାବାଦ୍‍ ଏସ୍‍ଏମ୍‍ଏସ୍‍ ମାଧ୍ୟମରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଜାଣିପାରିବେ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ୱେବସାଇଟରେ ନିଜ ରୋଲ ନମ୍ବର, ସ୍କୁଲ କୋର୍ଡ ଏବଂ ଜନ୍ମ ତାରିଖ ରେଜିଷ୍ଟର ବା ପଞ୍ଜିକରଣ କରିବାକୁ ପଡ଼ିବ । ୱେବସାଇଟ ବ୍ୟତୀତ ଫୋନ୍‍ ମାଧ୍ୟମରେ ସିବିଏସ୍‍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଜାଣିହେବ। ୫୨୦୦୧ (ଏମ୍‍ଟିଏନ୍‍ଏଲ), ୫୭୭୬୬ (ବିଏସ୍‍ଏନ୍‍ଏଲ), ୫୮୦୦୦୦୨ (ଏୟାରସେଲ), ୫୫୪୫୬୦୬୮ (ଆଇଡିଆ), ୫୪୩୨୧, ୫୧୨୩୪ ଏବଂ ୫୩୩୩୩୦୦ (ଟାଟା ଟେଲିସର୍ଭିସ), ୫୪୩୨୧୨୦୨ (ଏୟାରଟେଲ) ଏବଂ ୯୨୧୨୩୫୭୧୨୩ (ନ୍ୟାସନାଲ ଇନଫରମାଟିକ୍ସ ସେଣ୍ଟର)କୁ ଏସ୍ଏମ୍ଏସ୍ କରି ପରୀକ୍ଷା ଫଳ ଜାଣିହେବ।

ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଫଳ cbse

ପଢନ୍ତୁ; କେଶ ଝଡିବା ବନ୍ଦ କରିବାରେ ସହାୟକ ହୋଇଥାଏ ପିଜୁଳି ପତ୍ର! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Related posts

High Performance Athletics Academy At Kalinga Stadium

Krishna Kumar Manoj

ଆଜିଠୁ ବର୍ଷା ବଢିବ,୧୯ରୁ ପ୍ରବଳ

Krishna Kumar Manoj

ଦିଲ୍ଲୀରେ ପ୍ରବଳ ବର୍ଷା:ଅନେକ ଅଞ୍ଚଳ ଜଳମଗ୍ନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More