News

ସିବିଏସଇ ବୋର୍ଡ କରିଲା ପରୀକ୍ଷା ପଦ୍ଧତିରେ ପରିବର୍ତନ

ଏଥର ଦୁଇସପ୍ତାହ ଆଗରୁ ହେବ ସିବିଏସଇ ବୋର୍ଡ ପରୀକ୍ଷା।ଷ୍ଟୁଡେଣ୍ଟ ମାନଙ୍କୁ ଚିନ୍ତାମୁକ୍ତ କରିବା ଲାଗି ପରୀକ୍ଷା ପାଟର୍ନରେ କିଛିଟା ପରିବର୍ତନ କରିଛି ସିବିଏସଇ।ଫେବ୍ରୁୟାରୀ ୧୫ରୁ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ମିଳିଛି।ଅବଜେକଟିଭ ପ୍ରଶ୍ନ ସଂଖ୍ୟା ପୂର୍ବ ତୁଳନାରେ ବଢି ଯାଇଛି ଏବଂ ପ୍ରଶ୍ନଗୁଡିକର ବିକଳ୍ପ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ଜଣେ ଅଧିକାରୀ କହିଛନ୍ତି କି, ପ୍ରତିଥର ୧୦ ପ୍ରତିଶତ ଅବଜେକଟିଭ ପ୍ରଶ୍ନ ଆସୁଥିଲା। କିନ୍ତୁ ଏଥର ୨୫ପ୍ରତିଶତ ଅବଜେକଟିଭ ପ୍ରଶ୍ନ ଆସିବ।

ଆସନ୍ତୁ ଜାଣିବା ନୂତନ ପରିବର୍ତିତ ନିୟମ ଗୁଡିକ ସମ୍ବନ୍ଧରେ-

  • ପରୀକ୍ଷାକେନ୍ଦ୍ରକୁ ଅଧଘଣ୍ଟା ପୂର୍ବରୁ ପହଞ୍ଚିବାକୁ ପଡିବ ଏବଂ ୧୦ ଟାରେ ପରୀକ୍ଷା ଆରମ୍ଭ ହେବ,୧୦ଟା ପରେ ପ୍ରବେଶ ନିଷେଧ।
  • ସବୁ ଷ୍ଟୁଡେଣ୍ଟମାନେ ୟୁନିଫର୍ମରେ ପ୍ରବେଶ କରିବାକୁ ପଡିବ।
  • ଆଡମିଟ କାର୍ଡରେ ଛାତ୍ର, ପ୍ରିନସପାଲଙ୍କ ସହିତ ଅଭିଭାବକଙ୍କର ମଧ୍ୟ ହସ୍ତାକ୍ଷର ନ ରହିଲେ ପରୀକ୍ଷା କେନ୍ଦ୍ରକୁ ଏଲାଓ କରାଯିବ ନାହି।
  • କେବଳ କଲମ, ପ୍ରବେଶ ପତ୍ର, ପାରଦର୍ଶୀ ବ୍ୟାଗ  ବ୍ୟତୀତ ଅନ୍ୟ କିଛି ନେବାକୁ ଦିଆଯିବ ନାହି।
  • କେବଳ ମାତ୍ର ଡାଇବେଟିସ ରୋଗୀଙ୍କୁ ଖାଦ୍ୟ ନେଇ ଯିବା ପାଇଁ ଅନୁମତି ରହିଛି ।
  • ମୋବାଇଲ ଫୋନ, ଲିଖିତ ସାମଗ୍ରୀ, ପର୍ସ ଏବଂ ସ୍ମାର୍ଟ ଘଂଟା ପିନ୍ଧି ଯିବାକୁ ଏଲାଓ କରାଯିବ ନାହି।
  • ପରୀକ୍ଷା କେନ୍ଦ୍ର ମଧ୍ୟରେ ଟାଇମ ଟ୍ରାକ କରାଯିବ।

 

ପଢନ୍ତୁ:ଜାମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର୍‌ରେ ଦୁଇ ଆତଙ୍କବାଦୀ ନିହତ

 

 

Related posts

ମହିଳା ସଶକ୍ତୀକରଣ ପାଇଁ ଚିନ୍ତାଧାରାରେ ପରିବର୍ତ୍ତନ ହେବା ଆବଶ୍ୟକ:ଉପ ରାଷ୍ଟ୍ରପତି

ENO Beuro

ଅଗଷ୍ଟ ପହିଲାରୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା

ENO Beuro

ଆଜିଠାରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାପମାନରେ ପରିବର୍ତ୍ତନ ହେବାସହ ଥଣ୍ଡା ବଢିବ – ପାଣିପାଗ କେନ୍ଦ୍ର

ENO Beuro

Leave a Comment