News

ଆଜିଠୁ ଆରମ୍ଭ ହେଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା

cbse

 ମାର୍ଚ୍ଚ ୨ରୁ  ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ

ଆଜିଠାରୁ ଆରମ୍ଭ ହୋଇଛି ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ପରୀକ୍ଷା ଦେବା ପାଇଁ ସାରା ଦେଶରେ ୧୨ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି । ସେହିଭଳି ଓଡ଼ିଶାରୁ ପ୍ରାୟ ୧୬ହଜାର ପିଲା ଚଳିତବର୍ଷ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଦେବେ।

ପ୍ରଥମ ଦିନରେ ‘ଧନ୍ଦାମୂଳକ ଶିକ୍ଷା’ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ଏହାପରେ ମାର୍ଚ୍ଚ ୨ରୁ ଅନ୍ୟ ବିଷୟରେ ପରୀକ୍ଷା ଆରମ୍ଭ ହେଇ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବ୍ରୁଆରି ୨୧ରୁ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ।

ପରୀକ୍ଷା କେନ୍ଦ୍ର ଭିତରକୁ ଯିବା ସମୟରେ ଛାତ୍ରଛାତ୍ରୀଙ୍କୁ କିଛି ସାମଗ୍ରୀ ନେବା ଉପରେ କଟକଣା ଜାରି ହୋଇଛି । ପରୀକ୍ଷାର୍ଥୀମାନେ ପରୀକ୍ଷା ହଲ୍ଲ ଯିବା ସମୟରେ ସାଙ୍ଗରେ କେବଳ କଲମ ଓ ଆବଶ୍ୟକୀୟ ଷ୍ଟେସନାରି ସାମଗ୍ରୀ ନେଇପାରିବେ। ସିବିଏସ୍ଇ ଆଡମିଟ୍ କାର୍ଡ ସମେତ ସ୍କୁଲ ପରିଚୟପତ୍ର ସାଙ୍ଗରେ ନେଇ ପରୀକ୍ଷାର୍ଥୀ ହଲ୍ଲ ଯାଇପାରିବେ। ଏହି ଦୁଇ ପରିଚୟପତ୍ର ନଥିଲେ କୌଣସି ବି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ।

ପଢନ୍ତୁ;  କ୍ରିଡାର ବିକାଶ ପାଇଁ ଓଡିଶାକୁ ମିଳିଲା ସର୍ବୋତ୍ତମ ରାଜ୍ୟ ପୁରସ୍କାର 

Related posts

ସାରା ଭାରତରେ ରେକର୍ଡ ଭାଙ୍ଗିଲା ଡିଜେଲ୍ ଦର ଲିଟର ପିଛା ମୂଲ୍ୟ ୬୯ ଟଙ୍କା ୪୦ ପଇସା

ENO Beuro

ଭୁବନେଶ୍ୱର ବଜାରରେ ନକଲି ଘିଅ, କାରଖାନା ଠାବ ସହ ୬ ଜଣ ଗିରଫ

ENO Beuro

ପାକିସ୍ତାନ ମତଦାନ ବେଳେ ହିଂସା:କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୩୧ ମୃତ

ENO Beuro

Leave a Comment