News

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଡୁକେସନ୍‌ (ସିବିଏସ୍‌ଇ) ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଆଜି ମଧ୍ୟାହ୍ନରେ ପ୍ରକାଶ ପାଇଛି। ୨୦୧୮- ୧୯ ଶିକ୍ଷାବର୍ଷ ପାଇଁ ସିବିଏସ୍‌ଇ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଆଜି ସିବିଏସ୍‌ଇ ବୋର୍ଡ  ପକ୍ଷରୁ ପକ୍ଷରୁ ପ୍ରକାଶ ପାଇବା ସହ ପରୀକ୍ଷା ଫଳ ସିବିଏସ୍‌ଇର ଆଧିକାରୀକ େଓ୍ଵବସାଇଟ୍‌ cbse.nic.in cbseresults.nic.in ଉପଲବ୍ଧ ହେଉଛି। ଏହା ଛଡ଼ା ପରୀକ୍ଷାର୍ଥୀମାନେ ସେମାନଙ୍କ ପଞ୍ଜିକୃତ ମୋବାଇଲରୁ ଏସ୍‌ଏମ୍‌ଏସ୍‌ କରି ମଧ୍ୟ ଏସ୍‌ଏମ୍‌ଏସ୍‌ ଜରିଆରେ ପରୀକ୍ଷା ଫଳ ଜାଣିପାରିବେ।

ଦ୍ୱାଦଶ ଫଳରେ ପୁଅଙ୍କୁ ପଛରେ ପକାଇ ଝିଅ  କଲେ ବାଜିମାତ । ପୁଅଙ୍କ ପାସ୍‌ ହାର ୭୯.୪% ଓ ଝିଅଙ୍କ ପାସ୍‌ ହାର ୮୮.୭ ପ୍ରତିଶତ ରହିଛି ।  ହଂସିକା ଶୁକ୍ଳା ଓ କରିସ୍ମା ଅରୋରା  ୪୯୯ ନମ୍ବର ଲେଖାଏଁ ରଖି ଯୁଗ୍ମ ଟପ୍ପର ହୋଇଛନ୍ତି । ତିରୁବନନ୍ତପୁରମ୍‌ ରିଜିଅନରେ ସର୍ବାଧିକ ପାସ୍‌ ହାର ୯୮.୨% ରହିଛି । ଚେନ୍ନାଇ ରିଜିଅନରେ ୯୨.୯୩ % ଓ ଦିଲ୍ଲୀ ରିଜିଅନରେ ପାସ୍‌ହାର ୯୧.୮୭% ରହିଥିବା ଜଣାପଡ଼ିଛି ।

ପଢନ୍ତୁ: ‘ଫନି’ ପାଇଁ ପରିବା ଚଢା ଦାମରେ ବିକୁଛନ୍ତି ବ୍ୟବସାୟୀ

Related posts

ଡକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ବିପିୟୁଟି)ର ନୂତନ କୁଳପତି

ENO Beuro

ରୋଗୀଙ୍କ ମୃତ୍ୟୁ ପରେ ଭୟଭୀତ ହୋଇ ନିଜର ତଣ୍ଟି କାଟିଲେ ଡାକ୍ତର

ENO Beuro

ମୋଦିଙ୍କ ସମାବେଶରେ ଭାଙ୍ଗିଲା ତମ୍ବୁ ,୪୦ ଆହତ

ENO Beuro

Leave a Comment